ଧରାକୋଟରେ ମାଳମାଳ ଇଟାଭାଟି
ବ୍ର୍ରହ୍ମପୁର, : ସରକାରଙ୍କ ସମସ୍ତ ନୀତିନିୟମକୁ ଫୁ କରି ଧରାକୋଟ ରାଜସ୍ୱ୍ୱ ବିଭାଗ ଅଧୀନରେ ଥିବା ନଈ କୂଳିଆ ଅଞ୍ଚଳରେ ମାଳମାଳ ପୋଡ଼ା ଇଟା ଭାଟି ·ଲିଛି । ଋଷିକୁଲ୍ୟା ନଦୀର ଦୁଇ ପାଶ୍ୱର୍ରେ ଜବର ଦଖଲ କରି ଇଟା ପ୍ରସ୍ତୁତ କରି ନିକଟ ଜଙ୍ଗଲରୁ ଗଛ କାଟି ଇଟା ଭାଟିରେ ବ୍ୟବହାର କରୁଥିବା ଅଭିଯୋଗ ହେଉଛି । ଏନେଇ ଭନଗର ଉପଜିଲ୍ଲାପାଳଙ୍କ ନିକଟରେ ବାରମ୍ବାର ଅଭିଯୋଗ ହେଲେ ବି କୌଣସି ସୁଫଳ ମିଳୁନାହିଁ । ଏପଟେ ତାତି ସେପଟେ ଇଟା ପୋଡ଼ିବା ଯୋଗୁଁ ଉତ୍ତାପ୍ତ ବଢୁଛି । ଲୋକେ ଅନୁରୋଧ କରିଲେ ବାବୁଙ୍କ ସମ୍ପୃକ୍ତି ଥିବା ଯୋଗୁଁ ଅବାଧରେ ଗଞ୍ଜାମ ଜିଲ୍ଲାର ଧରାକୋଟ ଅଞ୍ଚଳରେ ସର୍ବାଧିକ ଇଟା ଭାଟି ରହିଥିବା ଚର୍ଚ୍ଚା ହେଉଛି । ଜିଲ୍ଲାପାଳ ଓ ନିର୍ବାଚିତ ପ୍ରତିନିଧିଙ୍କ ନିକଟରେ ଫେରାଦ ହେବା ପାଇଁ କିଛି ଗ୍ରାମବାସୀ ସଜବାଜ ହେଉଥିବା ଜଣାପଡ଼ିଛି । ସ୍ଥାନୀୟ ତହସିଲଦାରଙ୍କ ଏନେଇ ଫୋନ କରିଲେ ବାବୁ ରିସିଭ କରୁନାହାନ୍ତି । ଧରାକୋଟ ଅଞ୍ଚଳରେ ବାଲି ବ୍ୟବସାୟକୁ ନେଇ ଛ ମାସ ପୂର୍ବେ ହତ୍ୟା କାଣ୍ଡ ଘଟିଥିଲା । ଏବେ ଇଟା ଭାଟିକୁ ନେଇ ଆଇନଶୃଙ୍ଖଳା ଭଳି ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି । ବେଳ ଥାଉଥାଉ ପ୍ରଶାସନ ସଜାଗ ନ ହେଲେ ଲୋକଙ୍କ ରୋଷର ଶିକାର ହେବେ ଇଟା ଭାଟି ମାଫିଆମାନେ ବୋଲି ଶୁଣିବାକୁ ମିଳୁଛି । ଇଟା ଭାଟିରେ ଛୋଟ ଛୋଟ ଶିଶୁମାନଙ୍କୁ ନିୟୋଜତ କରୁଥିବା ଦେଖିବକୁ ମିଳୁଛି ।