ବୈତରଣୀରେ ବୁଡି ଯୁବକ ମୃତ
ଆନନ୍ଦପୁର : ଶୁକ୍ରବାର ବୈତରଣୀ ନଦୀରେ ବୁଡି ଜଣେ ଯୁବକଙ୍କ ମୃତୁ୍ୟ ଘଟିଛି । ମୃତ ଯୁବକ ଉଲ୍ଲୋଳ ଗ୍ରାମର ମଦନ ନାଥଙ୍କ ପୁଅ ବସନ୍ତ ହୋଇଥିବା ବେଳେ ସେ ବଡ଼ବିଲରେ କାର୍ଯ୍ୟ କରୁଥିବା ସମୟରେ ଶୁକ୍ରବାର ଗାଁରେ ପହଁଚି ସାଙ୍ଗ ମାନଙ୍କ ସହିତମିଶି କେନ୍ଦୁଝର-ଯାଜପୁର ସୀମାନ୍ତ ରଣପୁର ବୈତରଣୀ ନଦୀ କୂଳରେ ଭୋଜି କରୁଥିଲେ । ଏହିସମୟରେ ସେ ନଦୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ କୌଣସି କାରଣରୁ ସେ ପାଣିରେ ବୁଡ଼ିଯାଇ ନିଖୋଜ ହୋଇଯାଇଥିଲେ । ଖବର ପାଇ ସ୍ଥାନୀୟ ଲୋକଙ୍କ ସମେତ ଅଗ୍ନିଶମ ବାହିନୀ ଖୋଜାଖୋଜି କରିଥିଲେ ମଧ୍ୟ ମୃତ ବସନ୍ତର ସନ୍ଧାନ ପାଇପାରି ନଥିଲେ । ଶନିବାର ସକାଳୁ ଅଗ୍ନିଶମ ବାହିନୀ ବସନ୍ତଙ୍କ ମୃତ ଦେହ ଉଦ୍ଧାର କରିଥିଲେ । ମୃତ ବସନ୍ତ ଜଣେ ଗରିବ ଶ୍ରେଣୀର ହୋଇଥିବା ବେଳେ ତାଙ୍କର ଭିନ୍ନକ୍ଷମ ଝିଅଟିଏ ଅଛି । ତେଣୁ ତାଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ପ୍ରଶାସନ ନିକଟରେ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।