ତମନ୍ନା ଭାଟିଆ ବିଜୟ ବର୍ମାଙ୍କ ବ୍ରେକ୍ଅପ୍!

ବି ଟାଉନ୍ର କ୍ୟୁଟ୍ କପଲ ଭାବରେ ଜଣାଶୁଣା ତମନ୍ନା ଭାଟିଆ ଏବଂ ବିଜୟ ବର୍ମା ପୁଣି ଥରେ ଖବରର ଶିରୋନାମାରେ ରହିଛନ୍ତି । ରିପୋର୍ଟ ଅନୁସାରେ, କିଛି ବର୍ଷ ଧରି ଡେଟିଂ କରିବା ପରେ, ଏହି କପଲ ପ୍ରେମ ସମ୍ପର୍କର ଅନ୍ତ ଘଟାଇଛନ୍ତି । ବ୍ରେକଅପ୍ ଖବର ଭିତରେ ତମନ୍ନା ଏବଂ ବିଜୟ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲ୍ରୁ ଫଟୋ ମଧ୍ୟ ଡିଲିଟ୍ କରିଛନ୍ତି । ରିପୋର୍ଟ ଅନୁଯାୟୀ, ତମନ୍ନା ଏବଂ ବିଜୟଙ୍କ କିଛି ସପ୍ତାହ ପୂର୍ବରୁ ବ୍ରେକ୍ଅପ୍ ହୋଇଛି । କିନ୍ତୁ ଏହି ଖବରକୁ ନେଇ ଉଭୟ ଏଯାଏଁ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି । ସେପଟେ ଏହି ଖବର ଶୁଣି ଉଭୟଙ୍କ ପ୍ରଶଂସକ ଦୁଃଖ ପ୍ରକାଶ କରିଛନ୍ତି । କାରଣ ପ୍ରଶଂସକମାନେ ତମନ୍ନା ଏବଂ ବିଜୟଙ୍କ ବିବାହକୁ ଅପେକ୍ଷା କରିଥିଲେ । ଯେତେବେଳେ ଉଭୟଙ୍କୁ ଏକାଠି ଦେଖାଯାଉଥିଲା କେବଳ ଗୋଟିଏ ପ୍ରଶ୍ନ ପଚରା ଯାଉଥିଲା ତାହା ହେଉଛି ଉଭୟ କେବେ ବିବାହ କରିବେ । କିନ୍ତୁ ଏବେ ଏହି ଆକଳନ ଉପରେ ଏକ ପ୍ରକାର ବିରାମ ଲାଗିଛି । ଇନଷ୍ଟାଗ୍ରାମରେ ତମନ୍ନା ଭାଟିଆ ଏବଂ ବିଜୟ ବର୍ମା ଉଭୟଙ୍କର ଆଉ ଏକାଠି ଗୋଟିଏ ବି ଫଟୋ ନାହିଁ । ଉଭୟଙ୍କ ଏକାଠି ଫଟୋ ଡିଲିଟ ହେବା ପରଠୁ ସେମାନଙ୍କ ବ୍ରେକଅପ୍ ଖବର ଜୋର ଧରିଛି । ରିପୋର୍ଟ ଅନୁଯାୟୀ, ବିଜୟ ଏବଂ ତମନ୍ନାଙ୍କ କିଛି ସପ୍ତାହ ପୂର୍ବରୁ ହିଁ ବ୍ରେକ୍ଅପ୍ ହୋଇଛି କିନ୍ତୁ ଦୁହେଁ ସବୁଦିନ ପାଇଁ ଭଲ ବନ୍ଧୁ ହୋଇ ରହିବାକୁ ନିଷ୍ପତ୍ତି ନେଇଛନ୍ତି । ତମନ୍ନା ଏବଂ ବିଜୟ ଉଭୟେ ନିଜ ପେଶା ଉପରେ ଧ୍ୟାନ ଦେଉଛନ୍ତି । ଲଷ୍ଟ ଷ୍ଟୋରିଜ୍-୨ର ପ୍ରମୋସନ ସମୟରେ ତମନ୍ନା ଭାଟିଆ ଏବଂ ବିଜୟ ବର୍ମା ସେମାନଙ୍କ ରିଲେସନସିପ୍କୁ ସାର୍ବଜନୀନ କରିଥିଲେ । ବିଜୟ ଥରେ କହିଥିଲେ ଯେ ସେମାନେ ସେମାନଙ୍କ ସମ୍ପର୍କକୁ ଲୁଚାଇ ରଖନ୍ତି ନାହିଁ, କିନ୍ତୁ ତଥାପି ପ୍ରଶଂସକ ସେମାନଙ୍କ ବ୍ୟକ୍ତିଗତ ଗୋପନୀୟତା ବଜାୟ ରଖିବେ । ସମ୍ପର୍କକୁ ଲୁଚାଇ ରଖିଲେ ଚଳିବା ମୁସ୍କିଲ ହୋଇଯାଇଥାଏ । ଯେପରିକି ସାର୍ବଜନୀନ ସ୍ଥାନଗୁଡ଼ିକ ବୁଲିବା ବେଳକୁ ଲୁଚିବାକୁ ପଡ଼ିଥାଏ । ଗୁରୁତ୍ୱପୂର୍ଣ୍ଣ ମୂହୁର୍ତ୍ତଗୁଡ଼ିକୁ କ୍ୟାମେରାରେ କଏଦ କରିବା ପୂର୍ବରୁ ଭାବିବାକୁ ପଡ଼ିଥାଏ । ଏଭଳି ପ୍ରତିକ୍ରିୟା ପରେ ବିଜୟ ଏବଂ ତମନ୍ନା ପାପାରାଜି ଆଗରେ ଏକାଠି ପୋଜ୍ ଦେବାକୁ କେବେ ପଛଘୁଞ୍ଚା ଦେଇ ନଥିଲେ । ଯେତେବେଳେ ବି ଦୁହେଁ ଏକାଠି ଦେଖାଯାଉଥିଲେ, ସେମାନେ ନିଶ୍ଚିତ ଭାବରେ ପାପାରାଜିଙ୍କ ପାଇଁ ପୋଜ୍ ଦେଉଥିଲେ । କେବଳ ଏତିକି ନୁହେଁ, ସେମାନେ ଏକାଠି ବିଭିନ୍ନ ବଲିଉଡ୍ ଆୱାର୍ଡ ଶୋ‘ ମଧ୍ୟ ଯୋଗ ଦେଉଥିଲେ।