ହାତରେ କଳା ପଟି ବାନ୍ଧି କାହିଁକି ମୈଦାନକୁ ଓହ୍ଲାଇଲା ଟିମ ଇଣ୍ଡିଆ

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଛି ପ୍ରଥମ ସେମିଫାଇନାଲ ମ୍ୟାଚ । ଆଜିର ମ୍ୟାଚରେ ଭାରତୀୟ ଖେଳାଳି ହାତରେ କଳା ପଟି ବାନ୍ଧି ମୈଦାନକୁ ଓହ୍ଲାଇଛନ୍ତି । ଭାରତୀୟ ଖେଳାଳି ଘରୋଇ କ୍ରିକେଟର ବିଶିଷ୍ଟ ଖେଳାଳି ପଦ୍ମକାର ଶିବାଲକରଙ୍କୁ ମନେ ପକାଇ ତାଙ୍କୁ ସମ୍ମାନ ଜଣାଇ ଅଷ୍ଟ୍ରେଲିଆ ବିପକ୍ଷରେ କଳା ପଟି ବାନ୍ଧି ମୈଦାନକୁ ଓହ୍ଲାଇଛି । ରୋଗରେ ପୀଡିତ ହୋଇ ଶିବାଲକର ସୋମବାର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କୁ ୮୪ ବର୍ଷ ବୟସ ହୋଇଥିବା ବେଳେ ମୁମ୍ବାଇରେ ତାଙ୍କର ଦେହାନ୍ତ ହୋଇଥିଲା ।
ଏନେଇ ବିସିସିଆଇ ଟ୍ବିଟ କରି ଲେଖିଛି, ପଦ୍ମକାର ଶିବାଲକରଙ୍କୁ ସମ୍ମାନ ଜଣାଇ ଭାରତୀୟ ଟିମ ଆଜି କଳା ପଟି ପିନ୍ଧି ଖେଳିବେ । ଶିବାଲକାର ଚମତ୍କାର ସ୍ପିନରଙ୍କ ମଧ୍ୟରୁ ଜଣେ, ତାଙ୍କୁ ଭାରତୀୟ ଟିମରେ ଖେଳିବାର ସୁଯୋଗ ମିଳିନଥିଲା । ସେ ୨୨ ବର୍ଷ ବୟସରେ ରଣଜୀରେ ଡେବ୍ୟୁ କରିଥିଲେ ଆଉ ୪୮ ବର୍ଷ ବୟସ ଯାଏଁ ଖେଳ ଜାରି ରଖିଥିଲେ । ପଦ୍ମକାର ଶିବାଲକରଙ୍କୁ ବିସିସିଆଇ ଦ୍ବାରା ୨୦୧୭ରେ ସିକେ ନାଇଡୁ ‘ଲାଇଫ ଟାଇମ ଆଚିଭମେଣ୍ଟ’ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଭାରତ ପାଇଁ କେବେ ବି ଖେଳିନଥିବା ସର୍ବଶ୍ରେଷ୍ଠ ସ୍ପିନରଙ୍କ ମଧ୍ୟରେ ସାମିଲ ଶିବାଲକର ୧୯୬୧-୬୨ରୁ ୧୯୮୭-୮୮ ମଧ୍ୟରେ ୧୨୪ ପ୍ରଥମ ଶ୍ରେଣୀ ମ୍ୟାଚ ଖେଳି ୧୯.୬୯ ଆଭରେଜରେ ୫୮୯ ୱିକେଟ ନେଇଥିଲେ ।