ଝାଡଖଣ୍ଡରେ ଶିବଲିଙ୍ଗ ଭଙ୍ଗା

।ା ପ୍ରଭାନୁ୍ୟଜ  ।ା ଚମ୍ପୁଆ: ଚମ୍ପୁଆ ଓ ଝାରଖଣ୍ଡ ମଧ୍ୟରେ ଲାଇଫ ଲାଇନ ସାଜିଥିବା ବୈତରଣୀ ନଦୀ କୂଳରେ ଅବସ୍ଥିତ ନିଳକଂଠେଶ୍ୱର ମନ୍ଦିରର ଶୈବ ଲିଙ୍ଗ ଭଙ୍ଗାକୁ ନେଇ ଗତ ଶୁକ୍ରବାର ରାତିଠାରୁ ଚମ୍ପୁଆ ଅନତିଦୂର ଝାରଖଣ୍ଡ ଅଂଚଳର ଜୟନ୍ତିଗଡଠାରେ ଉତେଜନା ପ୍ରକାଶ ପାଇଥିବା ବେଳେ ଚମ୍ପୁଆରେ ତାହାର ପ୍ରଭାବ ପଡିଛି । ହିନ୍ଦୁବାଦିମାନେ ଏହି ଶୈବଲିଙ୍ଗ ଭଙ୍ଗାକୁ ଦୃଢ ବିରୋଧ କରିବା ସହିତ ଚମ୍ପୁଆ ବନ୍ଦ ଡାକରା ଦେଇ ଜାତୀୟ ରାଜପଥକୁ ଟାୟାର ଜାଳି ଅବରୋଧ କରିଥିଲେ । 
ସୂଚନା ଅନୁସାରେ ଚମ୍ପୁଆ ନିକଟବର୍ତି କଙ୍ଗିରା ମୁହାଣଠାରେ ଥିବା ନୀଳକଂଠେଶ୍ୱର ମନ୍ଦିରରେ ମୟୁରଭଂଜ, ଝାରଖଣ୍ଡ ଓ ଚମ୍ପୁଆ ଅଂଚଳର ଲୋକମାନେ ପୂଜାର୍ଚ୍ଚନା କରିଆସୁଛନ୍ତି । ଗତ ଶୁକ୍ରବାର ସଂନ୍ଧ୍ୟା ସମୟରେ ଜୟନ୍ତିଗଡ ଅଂଚଳର କିଛି ଶ୍ରଦ୍ଧାଳୁ କାଳିପୂଜା ଅବସରରେ ଦ୍ୱୀପ ପ୍ରଦାନ କରିବାକୁ ଯାଇଥିବା ବେଳେ କେଉଁ କାଳରୁ ଉକ୍ତ ମନ୍ଦିରରେ ଆବିର୍ଭାବ ହୋଇଥିବା ପ୍ରାଚୀନ ଶୈବ ଲିଙ୍ଗଟି ଭଗ୍ନ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ । ପରେ ଏ ଖବର ଚାରିଆଡେ ପ୍ରଚାର ହେବାରୁ ପ୍ରଥମେ ଜୟନ୍ତିଗଡଠାରେ ହିନ୍ଦୁବାଦିମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ପରେ ଏହାର ପ୍ରଭାବ ଚମ୍ପୁଆ ଅଂଚଳରେ ଦେଖିବାକୁ ମିଳିଥିବା ବେଳେ ପୁଲିସ ପକ୍ଷରୁ ପଦକ୍ଷେପ ନିଆଯାଇ ଖଣିଜ ପରିବହନ କରୁଥିବା ଯାନବାହାନ ଚଳାଚଳକୁ ସ୍ୱଭାବିକ କରାଯାଇଥିଲା । ଏହି ସମ୍ବେଦନଶୀଳ ଘଟଣା ଉଭୟ ଜୟନ୍ତିଗଡ ଓ ଚମ୍ପୁଆରେ ହିନ୍ଦୁବାଦିଙ୍କ ମଧ୍ୟରେ ଗଭୀର ଆଘାତ ପହଂଚାଇଥିଲା । ଫଳସ୍ୱରୂପ ଆଜି ସକାଳେ ଝାରଖଣ୍ଡର ଜୟନ୍ତିଗଡଠାରେ ରାସ୍ତାରୋକ କରାଯାଇଥିବା ବେଳେ ଚମ୍ପୁଆରେ ମଧ୍ୟ ସମରୂପ ଭାବେ ରାସ୍ତାରୋକ କରାଯାଇଥିଲା । ଏପରିକି ବ୍ୟବସାୟୀ ସଂଘ ପକ୍ଷରୁ ସ୍ୱତପୁତ ଭାବେ ଚମ୍ପୁଆ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଯାନବାହାନ ଚଳାଚଳ ମଧ୍ୟ ବନ୍ଦ ରହିଛି । ଏହି ସମ୍ବେଦନଶୀଳ ଘଟଣାକୁ ନେଇ ପୁଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯିବା ସହିତ ଛକ ଛକ ସ୍ଥାନଗୁଡିକରେ ପୁଲିସ ମୂତୟନ ହୋଇଥିବା ଦେଖିବାକୁ ମିଳିଛି । ଭାରପ୍ରାପ୍ତ ଆଇଆଇସି ଦେବକୀ ନାଏକଙ୍କ ତତ୍ୱାବଧାନରେ ବିଭିନ୍ନ ସ୍ଥାନରେ ପେଟ୍ରୋଲିଙ୍ଗକୁ କଡାକଡି କରାଯାଇଥିବା ବେଳେ ଅପ୍ରିତିକର ପରିସ୍ଥିତିକୁ ଏଡାଇବା ପାଇଁ ରାସ୍ତା ଅବରୋଧ ସ୍ଥାନ ମାନଙ୍କରେ ପୁଲିସ ଫୋର୍ସ ମୂତୟନ କରାଯାଇଛି  ।