ସ୍ୱାସ୍ଥ୍ୟ ବିଭାଗ ସ୍ଥାୟୀ କମିଟିର କେନ୍ଦୁଝର ଗସ୍ତ
କେନ୍ଦୁଝର : ଓଡିଶା ବିଧାନସଭା ସ୍ୱାସ୍ଥ୍ୟ ବିଭାଗୀୟ ସ୍ଥାୟୀ କମିଟି-୫ ଗୁରୁବାର ଦିନ କେନ୍ଦୁଝର ଗସ୍ତରେ ଆସି ଧରଣୀଧର ଭେଷଜ ମହାବିଦ୍ୟାଳୟ ଓ ଚିକିସôାଳୟ ଏବଂ କେନ୍ଦୁଝର ମୁଖ୍ୟ ଚିକିସôାଳୟ ପରିଦର୍ଶନ କରି ସ୍ୱାସ୍ଥ୍ୟ ସମ୍ପର୍କୀତ ସମୀକ୍ଷା କରିଛନ୍ତି । କମିଟିର ଅଧ୍ୟକ୍ଷ ବିଧାୟକ ବିଭୂତି ଭୂଷଣ ପ୍ରଧାନ, ସଦସ୍ୟ ବିଧାୟକ ଡାକ୍ତର ଫକିର ମୋହନ ନାୟକ, ବିଧାୟକ ରୂପେଶ କୁମାର ପାଣିଗ୍ରାହୀ, ବିଧାୟକ ଉମାଚରଣ ମଲ୍ଲିକ, ପ୍ରଶାନ୍ତ ବେହେରା ପ୍ରଥମେ ଧରଣୀଧର ଭେଷଜ ମହାବିଦ୍ୟାଳୟ ଓ ଚିକିସôାଳୟ ପରିଦର୍ଶନ କରିଥିଲେ । କମିଟିର ସଦସ୍ୟମାନେ ବିଭିନ୍ନ ୱାର୍ଡ ବୁଲି ରୋଗୀଙ୍କ ସହ ଆଲୋଚନା କରିଥିଲେ । ଏହାପରେ ଧରଣୀଧର ଭେଷଜ ମହାବିଦ୍ୟାଳୟର କାଉନସେଲିଂ ରୁମରେ ଭେଷଜ ମହାବିଦ୍ୟାଳୟ ଓ ଚିକିସôାଳୟ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ସମୀକ୍ଷା ବୈଠକରେ କମିଟିର ଅଧ୍ୟକ୍ଷ ବିଧାୟକ ବିଭୂତି ଭୂଷଣ ପ୍ରଧାନ ଉନ୍ନତ ସ୍ୱାସ୍ଥ୍ୟ ସେବା ପାଇଁ କେନ୍ଦୁଝରରେ ରହିଥିବା ବଭିନ୍ନ ସମସ୍ୟା ନେଇ ସରକାରଙ୍କୁ ସୁପାରିଶ କରାଯିବ ବୋଲି କହିଥିଲେ । କେନ୍ଦୁଝର ମୁଖ୍ୟାଳୟଠାରୁ ଧରଣୀଧର ଭେଷଜ ମହାବିଦ୍ୟାଳୟ ଓ ଚିକିସôାଳୟକୁ ବସ ସେବା ଯୋଗାଇ ଦେବାକୁ କମିଟିର ଅଧ୍ୟକ୍ଷ ବିଧାୟକ ବିଭୂତି ଭୂଷଣ ଜେନା ଜିଲ୍ଲାପାଳଙ୍କୁ ନିଦେ୍ର୍ଦଶ ଦେଇଥିଲେ । ମହିଳା ଓ ଶିଶୁମାନଙ୍କ ବିକାଶ ପାଇଁ ହାତକୁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବା ସହ ମିଶନ ଶକ୍ତି,ଓଡିଶା ଜୀବିକା ମିଶନ,ସାମାଜିକ ସୁରକ୍ଷା,ଭିନ୍ନକ୍ଷମ ସଶକ୍ତିକରଣ,ସୁଭଦ୍ରା ଶକ୍ତି ଯୋଜନାର ସମୀକ୍ଷା କରିଥିଲେ । ସମୀକ୍ଷା ବୈଠକରେ ଭେଷଜ ମହାବିଦ୍ୟାଳୟର ଡିନ୍ ତଥା ପ୍ରିନ୍ସିପାଲ ପ୍ରଫେସର ଡାକ୍ତର ଚିନ୍ମୟୀ ମହାପାତ୍ର ଅତିଥିମାନଙ୍କ ପରିଚୟ ପତ୍ର ପ୍ରଦାନ କରିଥିଲେ । ଭେଷଜ ମହାବିଦ୍ୟାଳୟ ଅଧିକ୍ଷକ ଡାକ୍ତର ମହେନ୍ଦ୍ର କୁମାର ନାୟକ ଭେଷଜ ମହାବିଦ୍ୟାଳୟ ଏବଂ ଚିକିସôାଳୟର ତଥ୍ୟ ଏବଂ ପ୍ରସ୍ତାବିତ ନର୍ସିଂ କଲେଜ,ଡେଣ୍ଟାଲ କଲେଜ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ । ଭାଇସ ପ୍ରିନ୍ସିପାଲ ତଥା ମେଡିସିନ(ଏଚ୍ଓଡି) ପ୍ରଫେସର ପ୍ରଭାତ କୁମାର ଥାଟୋଇ ଧନ୍ୟବାଦ ଅର୍ପଣ କରିଥିଲେ । କମିଟିର ଗସ୍ତ ବେଳେ କେନ୍ଦୁଝର ଜିଲ୍ଲାପାଳ ବିଶାଲ ସିଂହ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ କୁମାର ନାଗଭୂଷଣ, ଜିଲ୍ଲା ମୁଖ୍ୟ ଚିକିସôା ଅଧିକାରୀ ଡାକ୍ତର ବିନୋଦ ବିହାରୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।