ସାର ସଙ୍କଟ...ଚାଷୀ ମହଲ ହନ୍ତସନ୍ତ
ନୂଆପଡା: ଚାଷ କାମ ଯାହାର କେଡେ ସୁଖ ତାହାର, ସେଇ ସିନା ଯୋଗାଉଛି ଦୁନିଆକୁ ଆହାର । ଚାଷ କାମ ଯାହାର କେଡେ ଦୁଃଖ ତାହାର, ସାର ଖୋଜି ଖୋଜି ଥକି ଗଲୁଣି ପେଟକୁ ଯାଉନାହିଁ ମୁଠାଏ ଆହାର । ଏଭଳି କଟାକ୍ଷ କରୁଛନ୍ତି ଚାଷୀମାନେ । ସାର ପାଇଁ ଚାଷୀମାନେ ନିଜ ଅଞ୍ଚଳର କୃଷି ସମବାୟ ସମିତି ଉପରେ ଭରସା ରଖିଥାନ୍ତି । ତାର କାରଣ ହେଲା, ବଜାର ଖୁଚୁରା ଦର ହିସାବରେ ଏଠି କମ୍ ଦାମରେ ସାର ମିଲିଥାଏ ।ବର୍ତ୍ତମାନ ଇଉରିଆ ସାର ଅଭାବ ଚାଷୀଙ୍କ ମୁଣ୍ଡ ବିନ୍ଧାର କାରଣ ସାଜିଛି । ସମସ୍ତ ସମବାୟ ସମିତିରେ ଚାଷୀ ମାନଙ୍କ ସଂପୂର୍ଣ୍ଣ ତାଲିକା ରହିଅଛି । ସେମାନେ ଠିକ ଭାବରେ ଜାଣିଛନ୍ତି ଯେ, ସେମାନଙ୍କୁ ଭରସାକରି କେତେ ଜଣ ଚାଷୀ ସାର ଅପେକ୍ଷାରେ ରହୁଛନ୍ତି । ତଥାପି ସେମାନେ ଏତେ କମ୍ ପରିମାଣରେ ସାର କେମିତି ଆଣୁଛନ୍ତି । ଚାଷୀ ମନରେ ସନେ୍ଦହ ସୃଷ୍ଟି ହେଉଛି ଯେ ,ଏହି ସାର ଅଧବାଟରେ କଳାବଜାରୀ ହେଉନାହିଁ ତ । ବର୍ତ୍ତମାନ ବର୍ଷା ଟିକେ ହୋଇଛି, ଧାନରେ ଇଉରିଆ ସାର ଦେବା ସଠିକ୍ ସମୟ ଆସିଛି, ହେଲେ ମିଳୁନାହିଁ ଇଉରିଆ ସାର । କିଛି ଜାଗାରେ ମିଲୁଛି କିନ୍ତୁ ସାର ଅଭାବର ଫାଇଦା ଉଠାଇ ଖୁଚୁରା ବେପାରି ମାନେ ଚଢା ଦରରେ ସାର ବିକ୍ରି କରୁଛନ୍ତି । ଯାହାଫଲରେ ଚାଷୀମାନେ ସାର କିଣିବା ପାଇଁ ସାହସକରି ପାରୁନାହାଁନ୍ତି । ଲାଭବାନ ହେଉଛନ୍ତି ସାର ବିକ୍ରେତା । ୟୁରିଆ ସାର ଅଭାବ ଯୋଗୁଁ ଚାଷୀମାନେ ହତାଶ ହୋଇପଡିଛନ୍ତି ।
ଜିଲ୍ଲାର ବିଭିନ୍ନ କୃଷି ସମବାୟ ସମିତି ସମ୍ମୁଖରେ ସାର ନେବାପାଇଁ ତୀବ୍ର ଉତ୍ତ?ଜନା ସୃଷ୍ଟି ହୋଇଥିଲା ଯାହା ଫଲରେ ପୋଲିସର ସହାୟତା ଲୋଡିଥିଲେ ସମବାୟ ସମିତିର କର୍ତ୍ତୃପକ୍ଷ । ଗତକାଲି ଏଭଲି ପ୍ରବଳ ଭିଡ ଦେଖିବାକୁ ମିଲିଥିଲା ନୂଆପଡା ଜିଲ୍ଲା, ସିନାପାଲି ବ୍ଲକର ନିଳଜୀ କୃଷୀ ସମବାୟ ସମିତି ସମ୍ମୁଖରେ । ଚାଷୀଙ୍କ ଭିଡ ଏତିକି ଥିଲା ଯେ, ସେହି ଅଞ୍ଚଳରରେ ପୁରୀ ରଥଯାତ୍ରାର ଭ୍ରମ ସୃଷ୍ଟି କରିଥିଲା । ଏ ଖବର ପାଇ କୃଷୀବିଭାଗିୟ ଅଧିକାରୀ ମାନେ ନିଲଜୀକୁ ଯାଇ ଚାଷୀମାନଙ୍କୁ ବୁଝେଇ ସମସ୍ୟାର ସମାଧାନ କରିଥିଲେ । କମ୍ ପରିମାଣରେ ସାର ଥାଇ, ବହୁ ସଂଖ୍ୟକ ଚାଷୀ ଉପସ୍ଥିତ ଥିବାଯୋଗୁଁ, ସାର କାହାରିକୁ ଦିଆଗଲାନାହିଁ । ଆଗାମୀ ଦିନରେ ଆହୁରି ସାର ଆଣି ଚାଷୀଙ୍କୁ ଯୋଗାଇ ଦିଆଯିବ ବୋଲି ସୂଚନା ମିଲିଛି । ସୂଚନା ଅନୁସାରେ ସାର କଳାବଜାରୀ ରୋକିବା ପାଇଁ ଗତକାଲି କୃଷିବିଭାଗ ଅଧିକାରୀମାନେ ସିନାପାଲି ବ୍ଲକର କିଛି ଖୁଚୁରା ସାର ବେପାରୀଙ୍କ ଗୋଦାମ ଗୃହ ଏବଂ ଦରକାରି କାଗଜପତ୍ର ଯାଞ୍ଚ କରିଥିଲେ । ଚାଷୀମାନେ ମତବ୍ୟକ୍ତ କରୁଛନ୍ତି ଯେ, ବିଭାଗୀୟ ଅଧିକାରୀମାନେ ସମସ୍ତ ସାର ବିକ୍ରୟ କେନ୍ଦ୍ରକୁ ଯାଇ ସବୁ ଖାତାପତ୍ର ଯାଞ୍ଚକରି ସାର ବିକ୍ରେତା ମାନେ କେତେ ପରିମାଣରେ ସାର ଆଣୁଛନ୍ତି ,ତାହା କେତେ ଜଣ ଚାଷୀଙ୍କୁ କେତେ ଟଙ୍କାରେ କେତେ ପରିମାଣରେ ସାର ବିକ୍ରି କରିଛନ୍ତି ତାହା ତଦନ୍ତ କରିବା କଥା । ଏଥି ମଧ୍ୟରେ ଯିଏ ନିୟମ ଉଲଙ୍ଘନ କରିଛନ୍ତି । ସେମାନଙ୍କୁ କଠୋର ଦଣ୍ଡ ଦିଆଯାଉ । କୃଷିବିଭାଗ ଅଧିକାରୀ କହିବା ଅନୁସାରେ, ଯେଉଁ ଖୁଚୁରା ବେପାରୀ ମାନଙ୍କ ଠାରୁ ଚାଷୀ ମାନେ ଚଢା ଦରରେ ସାର କିଣୁଛନ୍ତି ସେମାନଙ୍କ ବିରୁଦ୍ଧରେ ମୁହିଁ ଖୋଲିବାକୁ ଚାଷି ମାନେ ଇଚ୍ଛା ପ୍ରକାଶ କରୁନାହାଁନ୍ତି । ଯଦି ଆଗାମୀ ଦିନରେ ସେଭଳି କିଛି ଅଭିଯୋଗ ହସ୍ତଗତ ହୁଏ, ତାହେଲେ ସେହି କଳାବଜାର କାରି ସାର ବେପାରୀଙ୍କ ଉପରେ ନିହାତି ଭାବରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । କିଛି ସମବାୟ ସମିତିରେ ନିଜର ପରିଜନ ତଥା ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଅଧିକ ପରିମାଣରେ ସାର ଦେଉଛନ୍ତି ବୋଲି କିଛି ଚାଷିଙ୍କ ଠାରୁ ଅଭିଯୋଗ ମଧ୍ୟ ଆସୁଛି । ଏଭଲି ଅଭିଯୋଗକୁ କୃଷୀ ସମବାୟ ସମିତିର କର୍ମଚାରୀ ଅସ୍ୱୀକାର କରୁଛନ୍ତି । ଏହି ଉକ୍ତିକୁ ନେଇ ଚାଷୀମାନେ ତଦନ୍ତ ଦାବି କରୁଛନ୍ତି । ତଦନ୍ତ ପରେ ଜଣାପଡିଯିବ, କିଏ ସତ କହୁଛି ଏବଂ କିଏ ମିଛ କହୁଛି ।