ଅଗ୍ନିକାଣ୍ଡରେ ୫ ବଖରା ପାଉଁଶ

 ଆନନ୍ଦପୁର : ଏହି ବ୍ଲକ କୋଡପଡା ମାଝୀ ସାହି ଗ୍ରାମରେ ଶୁକଦେବ ଓଝାଙ୍କ ଘରେ ଅଗ୍ନିକାଣ୍ଡ ଘଟି ୫ ବଖରା ଘରପାଉଁଶ ହୋଇଯାଇଛି । ଅଗ୍ନିଶମ ବିଭାଗ ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତ୍ରୀ ସମୟ ପ୍ରାୟ ୧.୩୦ ମିନିଟରେ ବିଦୁ୍ୟତ ସଟସର୍କିଟ ଘଟିବାରୁ ଅଗ୍ନିକାଣ୍ଡ ଘଟିଥିଲା । ନିଆଁ ର ପ୍ରକୋପ ବଢ଼ିବାରୁ ଶୁକଦେବଙ୍କ ଘର ଲୋକେ ଉଠି ବାହାରକୁ ଆସି ଡାକ ପକାଇଥିଲେ । ଖବର ପାଇ ଗୋଟିଏ ପରେ ଗୋଟିଏ ଏପରି ୫ ଗୋଟି ଅଗ୍ନିଶମ ଗାଡି ପହଁଚି ନିଆଁକୁ ଆୟତ କରିବାରେ ସଫଳ ହୋଇଥିଲେ । ତେବେ ଅଗ୍ନିକାଣ୍ଡରେ ସମସ୍ତ ଆସବାପତ୍ର, ଧାନ, ଚାଉଳ, ବାସନ କୁସନ, ଲୁଗାପଟା ସବୁ ଜଳି ପୋଡି ପାଉଁଶ ହୋଇଯାଇଛି ।