ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କା ନଷ୍ଟ
ାା ପ୍ରଭାନୁ୍ୟଜ୍ ।ା ଆସିକା: ଆସିକା ଲକ୍ଷ୍ମୀ ବଜାର ପରିବା ମାର୍କେଟରେ ନିଆଁ ଲାଗି ୧୫ରୁ ଊର୍ଦ୍ଧ୍ୱ ପରିବା ଦୋକାନ ଜଳି ପୋଡ଼ି ପାଉଁଶ ହୋଇଯାଇଛି । ଲକ୍ଷାଧିକ ଟଙ୍କାର ପନିପରିବା ଇଲୋଟ୍ରୋନିକ ସରଞ୍ଜାମ ନିଆଁରେ ଜଳିପୋଡ଼ି ପାଉଁଶ ହୋଇ ଯାଇଥିବା ପ୍ରାଥମିକ ଆକଳନ ହୋଇଛି । ସୂଚନା ଅନୁସାରେ ଶନିବାର ରାତ୍ର ପ୍ରାୟ ୨ ଟା ସମୟରେ ଆସିକା ଲକ୍ଷ୍ମୀ ବଜାର ପରିବା ମାର୍କେଟରେ ନିଆଁ ଲାଗିଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ । ପ୍ରଥମେ ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ପରେ ଆସିକା ଅଗ୍ନିଶ୍ରମ ବିଭାଗ ଆସି ନିଆଁକୁ ଆୟତ୍ତ କରିଥିଲା । ପୂର୍ବରୁ ଗଚ୍ଛିତ ଥିବା ପନିପରିବା ଏବଂ ଅନ୍ୟାନ୍ୟ ସରଞ୍ଜାମ ମଧ୍ୟ ପୋଡ଼ି ଯିବାରୁ ବ୍ୟବସାୟୀମାନେ ବହୁତ କ୍ଷତି ସହିଛନ୍ତି । ଏପରିକି ଏହି ପରିବା ମାର୍କେଟ ପୋଡ଼ି ଯିବାରୁ ସାଧାରଣ ଗ୍ରାହକ ପରିବା କିଣାରେ ଅନେକ ଅସୁବିଧା ଭୋଗ କରିଛନ୍ତି । ଅଦ୍ୟାବିଧି ଅଗ୍ନିକାଣ୍ଡର କାରଣ ସ୍ୱଷ୍ଟ ହୋଇ ନଥିବା ବେଳେ ଗତ ଦଶହରା ପୂଜା ଥିବାରୁ ପ୍ରତ୍ୟେକ ଦୋକାନରେ ପୂଜା ପାଠ ଦୀପ ପ୍ରଜ୍ୱଳନ ହୋଇଥିଲା । ସମ୍ଭବତଃ ଦୀପ ନିଆଁରୁ ଏହି ଅଗ୍ନକାଣ୍ଡ ହୋଇଥିବା ସନେ୍ଦହ ପ୍ରକାଶ ପାଇଛି । ଅଗ୍ନିକାଣ୍ଡ ଘଟଣା ପରେ ତହସିଲ କାର୍ଯ୍ୟାଳୟ ପକ୍ଷରୁ ପାଲ ପ୍ରଦାନ କରାଯାଇଛି । ଆସିକା ବିଧାୟକ ସରୋଜ ପାଢ଼ୀ, ପୂର୍ବତନ ବିଧାୟକ ମଞ୍ଜୁଳା ସ୍ୱାଇଁ, କଂଗ୍ରେସ ନେତ୍ରୀ ସୁରଭି ବିଷୋୟୀ ଅଗ୍ନି ବିପନ୍ନଙ୍କ ସହ ଆଲୋଚନା କରିଥିଲେ ।