ଗାଡିମଟର ଯାଞ୍ଚ ବେଳେ ବିପୁଳ ଦେଶୀ ମଦ ଜବତ
ବାରିପଦା: ପୁଲିସ ଦ୍ୱାରା ଗାଡିମଟର ଯାଞ୍ଚ ବେଳେ ବିପୁଳ ପରିମାଣର ଦେଶୀ ମଦ ଜବତ କରାଯାଇଛି । ଏହା ସହିତ ଗାଡିର ଚାଳକ ଓ ଖଳାସୀକୁ ଅଟକ ରଖି ପୁଲିସର ପଚରା ଉଚରା ଜାରି ରହିଛି । ବାରିପଦା ଟାଉନ ଥାନା ଅନ୍ତର୍ଗତ କୃଷ୍ଣଚନ୍ଦ୍ର ଗୋଲେଇ ନିକଟରେ ଗାଡିମଟର ଯାଞ୍ଚ ସମୟରେ ସନ୍ଦେହ ହେବାରୁ ଏକ ପିକଅପ ଗାଡିକୁ ଅଟକାଇ ଯାଞ୍ଚ କରିଥିଲେ । ଗାଡିରୁ ପ୍ରାୟ ୩୦୦୦ ଲିଟର ଦେଶୀ ମଦ ଜବତ କରାଯାଇଥିବାର ସୂଚନା ମିଳିଛି । ୩୦ଟି ଟ୍ୟୁବରେ ମଦ ଭର୍ତ୍ତି କରି ଶ୍ୟାମାଖୁଣ୍ଟା ଅଞ୍ଚଳର ଆମ୍ବଡାଳି ଠାରୁ ଦେଉଳି ଅଞ୍ଚଳକୁ ଚାଲାଣ ହେଉଥିଲା । ଅଟକ ୨ଜଣ ହେଲେ ଗାଡି ଚାଳକ ଖୁଣ୍ଟା ବ୍ଲକର ଶାନ୍ତନୁ ଦେ ଏବଂ ଖଲାସୀ ବାଲେଶ୍ୱର ଜିଲ୍ଲା ବାଲିଆପାଳ ଅଞ୍ଚଳର ସାମାଇ ମୁର୍ମୁ । ଦୁଇ ଜଣକୁ ବାରିପଦା ଟାଉନ ଥାନା ପୁଲିସ ଅଟକ ରଖି ପଚାରଉଚରା ଜାରି ରଖିଛି । ତଦନ୍ତ ପରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି ।