କଠିନ ବର୍ଜ୍ୟବସ୍ତୁ ପରିଚାଳନା ସଚେତନତା
ଯାଜପୁର: ଯାଜପୁର ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ କୋଦଣ୍ଡପୁର ସମ୍ପଦ କେନ୍ଦ୍ର ଠାରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ସଂକ୍ରାନ୍ତୀୟ ସଚେତନତା ସଭା ପ୍ରାଧିକରଣର ସଚୀବ ଜ୍ୟୋତିର୍ମୟୀ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଅତିଥି ଆଲୋଚକ ଭାବେ ଯାଜପୁର ପୌରପାଳିକାର ଅଧ୍ୟକ୍ଷା ରଂଜୁଲତା ହୋତା, ଉପାଧ୍ୟକ୍ଷ ସନ୍ତୋଷ କୁମାର ମଲ୍ଲିକ ଓ ପ୍ରାକ୍ତନ ପ୍ରାଧିକରଣ ସଦସ୍ୟ ତଥା ସାମାଜିକ କାର୍ଯ୍ୟକର୍ତ୍ତା ଡ.ରୁଦ୍ରନାରାୟଣ ପୃଷ୍ଟି ପ୍ରମୁଖ ଯୋଗଦେଇ କଠିନ ବର୍ଜ୍ୟବସ୍ତୁ ସଂଗ୍ରହ ତାର ପୃଥକୀକରଣ, ଖତ ପ୍ରସ୍ତୁତି, ପୁନଃ ପ୍ରକ୍ରିୟାକରଣ ନୂତନ ନିର୍ମାଣ ସହିତ ପାରିପାର୍ଶ୍ୱକ ସ୍ୱଚ୍ଛତା ଓ ପରିମଳ ବିଷୟରେ ଆଲୋଚନା କରିଥିଲେ । ପୌରପାଳିକାର ପ୍ରତ୍ୟକ୍ଷ ତତ୍ୱାବଧାନରେ ସ୍ୱୟସହାୟିକା ଗୋଷ୍ଠୀ ଦ୍ୱାରା ପରିଚାଳିତ ସମ୍ପଦ କେନ୍ଦ୍ର ମାଧ୍ୟମରେ କିପରି କଠିନ ବର୍ଜ୍ୟବସ୍ତୁର ପରିଚାଳନା କିପରି ହେଉଛି ସେସବୁକୁ ଅଂଶ ଗ୍ରହଣ କାରୀ ମାନେ ବୁଲି ଦେଖି ପ୍ରତକ୍ଷ୍ୟ ଗ୍ୟାନ ଆହରଣ କରିଥିଲେ । ସ୍ଥାନୀୟ ପାରିଷଦ ରାଜକିଶୋର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ପ୍ରାଧିକରଣ ଓ ସମ୍ପଦ କେନ୍ଦ୍ରର କର୍ମଚାରୀ ସହଯୋଗ କରିଥିଲେ ।