ମା'ଚଣ୍ଡୀ ମନ୍ଦିର ହେଉନି ସୁରକ୍ଷା ପାଇଁ ଗାର୍ଡ ୱାଲ୍


ାା ପ୍ରଭାନୁ୍ୟଜ ।ା କୁଆଖିଆ :  ରସୁଲପୁର ବ୍ଲକ୍ ବାହାଦଲାପୁର ପଞ୍ଚାୟତ ପରିଡାବାଦ ଗ୍ରାମର ମା'ଚଣ୍ଡୀଙ୍କ ମନ୍ଦିର ଖରସ୍ରୋତା ନଦୀ ଗର୍ଭରେ ଲିନ ହେବାକୁ ବସିଛି । ନଦୀକୁଳରେ ଅବସ୍ଥିତ ଏହି ମନ୍ଦିରଟି ପ୍ରତିବର୍ଷ ବନ୍ୟାରେ ନଦୀକୁଳ ଖାଉଥିବାରୁ ମନ୍ଦିରକୁ ସୁରକ୍ଷା ଦେବାକୁ ଗୋଟିଏ ପଟରେ ଗାର୍ଡ ୱାଲ୍ ନିର୍ମାଣ ହୋଇଥିବା ବେଳେ ଅନ୍ୟ ଗୋଟିଏ ପଟରେ ଗାର୍ଡ ୱାଲ୍ ଅସମ୍ପୂର୍ଣ୍ଣ ହୋଇ ପଡି ରହିଛି । ଜଣାଯାଏ ଏହି ଗାର୍ଡୱାଲ୍ ନିର୍ମାଣ ପାଇଁ ବ୍ଲକ୍ ପକ୍ଷରୁ ୫ମ କେନ୍ଦ୍ରୀୟ ଅର୍ଥ କମିଶନ ପାଣ୍ଠିରୁ ଅର୍ଥ ବରାଦ ହୋଇ ଚଳିତ ବର୍ଷ ଅପ୍ରେଲ୍ ମାସରେ କାମ ଆରମ୍ଭ ହୋଇଥିଲା । କିନ୍ତୁ ଗତ ନିର୍ବାଚନରେ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଆଚରଣ ବିଧି ଲାଗୁହେବା ଯୋଗୁଁ ଏଯାଏଁ କାମ ବନ୍ଦ ହୋଇ ପଡି ରହିଛି । ଏହା ମଧ୍ୟରେ ଦୁଇଥର ନଦୀରେ ପାଣି ଆସି କୁଳ ପର୍ଯ୍ୟନ୍ତ ଲାଗି ଅତଡା ଖାଇ ମନ୍ଦିର ପ୍ରତି ବିପଦ ସୃଷ୍ଟି ହେବା ସହିତ ଗାର୍ଡ ୱାଲ୍ ହେବାକୁ ଥିବା ସ୍ଥାନ ଧୋଇ ଯାଇ ମନ୍ଦିର ପ୍ରତି ବିପଦ ଦେଖା ଦେଇଛି । ଏପରି କି ବନ୍ଧ ପାଖରୁ ମନ୍ଦିରକୁ ଯିବା ପାଇଁ ହୋଇଥିବା ଢଳେଇ ରାସ୍ତାର ତଳ ମାଟି ଧୋଇଯାଇ ରାସ୍ତା ଭାଙ୍ଗିବାକୁ ବସିଲାଣି । ଯଦି ଏହି ରାସ୍ତାଟି ଧୋଇଯାଏ ତାହେଲେ ମନ୍ଦିରଟି ମଧ୍ୟ ନଦୀଗର୍ଭକୁ ଚାଲିଯିବ ବୋଲି ଗ୍ରାମବାସୀ ଆଶଙ୍କା କରୁଛନ୍ତି । ତେବେ ମନ୍ଦିର ସୁରକ୍ଷା ଦୃଷ୍ଟିରୁ ଏଠାରେ ଗାର୍ଡ ୱାଲ୍ କରାଯିବା ନିହାତି ଆବଶ୍ୟକ ଥିବାରୁ କାମ କରିବାକୁ ବିଡିଓ, ପିଡି ଏବଂ କୋରେଇ ବିଧାୟକଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ଅନୁରୋଧ କରାଯାଇଥିବା ବେଳେ ବ୍ଲକ୍ ପ୍ରଶାସନ ପକ୍ଷରୁ ଏଦିଗରେ କିଛି ପଦକ୍ଷେପ ନେବା ବିଳମ୍ବ ହେବାରୁ ଗ୍ରାମବାସୀ ନିଜ ହାତରୁ ଅର୍ଥ ଖର୍ଚ୍ଚ କରି ଏଠାରେ କିଛି କାମ କରି ଧୋଇ ଯାଉଥିବା ରାସ୍ତା ଓ ମନ୍ଦିରକୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଥିବା ଜଣାପଡିଛି । କିନ୍ତୁ ଏହି କାମ ନକରିବାକୁ ସେମାନଙ୍କୁ ବ୍ଲକ୍ ପଶାସନ ପକ୍ଷରୁ ବାରଣ କରାଯାଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତେବେ ପ୍ରତିବର୍ଷ ଭଳି ଆଗକୁ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଏହି ମନ୍ଦିର ପ୍ରାଙ୍ଗଣରେ ଏକ ଉତ୍ସବ ପାଳିତ ହେବା ସହିତ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏକତ୍ରିତ ହୋଇଥାନ୍ତି । ତେଣୁ ତା ପୁର୍ବରୁ ଏଠାରେ ଗାର୍ଡ ୱାଲ୍ କାମ ହେବା ନିହାତି ଆବଶ୍ୟକ ପଡୁଛି ବୋଲି ବିଜୟ ସାହୁ, ଅଜୟ ସାହୁ, ବନମାଳି ସାହୁ, ବାସୁଦେବ ସାହୁ,ଦେବାଶିଷ ପଣ୍ଡା, ନାରାୟଣ ଜେନା, ଦେବରାଜ ଜେନା, ଭୀମସେନ ଭୂତିଆ, ଚିନ୍ମୟ ଦାସ, ସୁଶାନ୍ତ ପଣ୍ଡା ପ୍ରମୁଖ ଗ୍ରାମବାସୀ ମାନେ ଦାବି କରିଥିବା ବେଳେ ଘଟଣା ସ୍ଥଳକୁ ଦେଖିବାକୁ ଯିବେ ଓ ପରିସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ବୋଲି ରସୁଲପୁର ବ୍ଲକ୍ ସହକାରୀ ନିର୍ବାହୀ ଯନ୍ତ୍ରୀ କହିଥିବା ବେଳେ ଦୀର୍ଘ ୬ମାସରେ ଯେଉଁ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରିଲା ନାହିଁ ୧୫ ଦିନ ମଧ୍ୟରେ କିପରି ହେବ ତାହା ନେଇ ଗ୍ରାମବାସୀଙ୍କ ମଧ୍ୟରେ ସନେ୍ଦହ ସୃଷ୍ଟି ହୋଇଛି ।