ଜବାହରଲାଲ ନେହରୁଙ୍କ ଶ୍ରାଦ୍ଧବାର୍ଷିକୀ
କଟକ : କଟକ ଶକ୍ତିନଗର କଂଗ୍ରେସ କାର୍ଯ୍ୟାଳୟରେ ଜିଲ୍ଲା କଂଗ୍ରେସର ପ୍ରାକ୍ତନ ବରିଷ୍ଠ ଉପସଭାପତି ଶିଶିର ରଥଙ୍କ ଅଧ୍ୟକ୍ଷତାରେ ନବ ଭାରତର ନିର୍ମାତା ତଥା ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ ସ୍ୱର୍ଗତ ପଣ୍ଡିତ ନେହେରୁଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ନେହେରୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଭାରତ ଓ ଓଡ଼ିଶା ପ୍ରତି ନେହେରୁଙ୍କ ଅବଦାନ ସଂପର୍କରେ ଆଲୋଚନା କରାଯାଇଥିଲା । ନେହେରୁ ନବ ନିର୍ମାଣ ଭାରତ ଗଠନର ସେ ମୁଖ୍ୟ ପୁରୋଧା ଥିଲେ । ଆଜିର ଯୁବସମାଜ ନେହେରୁଙ୍କ ପରି ମାତୃଭୂମି ପ୍ରୀତି ମାତୃଭାଷାକୁ ଭଲ ପାଇବା ସହ ସ୍ୱାଭିମାନୀ ହୋଇ ବଂଚିବାକୁ ବକ୍ତାମାନେ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସର ଅନ୍ୟତମ ଉପସଭାପତି ମନୋଜ ବିଶ୍ୱାଳ ଓ ରାଜେଶ ସ୍ୱାଇଁ, କଂଗ୍ରେସ ନେତା ରାମଚନ୍ଦ୍ର ଗୋଚ୍ଚାୟତ, ନଗର ଯୁବ କଂଗ୍ରେସ ସଭାପତି ଡକ୍ଟର ବିପ୍ଳବ ଶିଳାଦିତ୍ୟ, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଆଶୁତୋଷ ରାଉତ, ନଗର କଂଗ୍ରେସ ସାଧାରଣ ସଂପାଦକ ନିର୍ମଳ ସ୍ୱାଇଁ, ପ୍ରାକ୍ତନ କର୍ପୋରେଟର ପ୍ରଶାନ୍ତ ଭୋଇ, ଜୟ ନାରାୟଣ ତି୍ରପାଠୀ, ରଜନୀ ବସ୍ତିଆ, ରୁଷି କାଣ୍ଡି, ସୀତାକାନ୍ତ ପଣ୍ଡା, ଛାତ୍ରନେତା ସତ୍ୟଜିତ ସେଠୀ, ରିତ୍ୱିକ ମହାପାତ୍ର, ସୋହିବ ଖାଁ, ସୌରବ ଜେନା, ନିହାର ରଂଜନ ନନ୍ଦ, ସନ୍ତୋଷ ବିଶ୍ୱାଳ, ସୁବ୍ରତ ସ୍ୱାଇଁ ପ୍ରମୁଖ ଯୋଗ ଦେଇ ନେହେରୁଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।