ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଫଟୋ ହୋର୍ଡିଂ ହଟାଇବାକୁ ଦାବି
ାା ପ୍ରଭାନୁ୍ୟଜ ।ା ବାଙ୍କୀ: ରାଜ୍ୟରେ ୨୦୨୪ ମସିହାରେ ଭାରତୀୟ ଜନତାପାର୍ଟିକୁ ରାଜ୍ୟର ଜନସାଧାରଣ କ୍ଷମତାସୀନ କରାଇଛନ୍ତି । ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟରେ ବିଜେପି ସରକାର ଗଠନ ହୋଇଛି । କିନ୍ତୁ ବିଡମ୍ବନାର ବିଷୟ ନୂତନ ସରକାର ଦୀର୍ଘ ୪ମାସରୁ ଊଦ୍ଧ୍ୱର୍ ସମୟ ହେବ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ସରକାର ଗଠନ କରାଯାଇଥିଲେ ମଧ୍ୟ ବାଙ୍କୀ ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ବିଗତ ସରକାରର ମୁଖ୍ୟଙ୍କ ଫଟୋ ଥିବା ବିଜ୍ଞାପନ ହୋର୍ଡିଂ ଗୁଡିକ ଉଠାଯାଇ ନାହିଁ । ଆସନ୍ତା ୨୪ଘଣ୍ଟା ମଧ୍ୟରେ ବାଙ୍କୀ ଉପଖଣ୍ଡର ବିଭିନ୍ନ ସ୍ଥାନ ମାନଙ୍କରେ ବିଗତ ସରକାରରେ ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ମନ୍ତ୍ରୀଙ୍କର ଫଟୋଥିବା ହୋର୍ଡିଂ ଗୁଡିକ ତୁରନ୍ତ ଉଠାଇବା ପାଇଁ ବାଙ୍କୀ ବିଜେପି ପକ୍ଷରୁ ଡମପଡ଼ା ବ୍ଲକ ସଂସଦଙ୍କ ପ୍ରତିନିଧି ଆଇନଜୀବୀ ସରୋଜ କୁମାର ମତଗଜ ସିଂହ, ବାଙ୍କୀ ବ୍ଲକ ସଂସଦ ପ୍ରତିନିଧି ଜୟନ୍ତ କୁମାର ବେଉରା, ବାଙ୍କୀ ଏନ୍ଏସି ସଂସଦ ପ୍ରତିନିଧି ଶରତ କୁମାର ସାମନ୍ତରାୟ, ଡମପଡ଼ା ମଣ୍ଡଳ ବିଜେଡି ସଭାପତି ସୁଶାନ୍ତ କୁମାର ଜେନା, ବାଙ୍କୀ ସୁବର୍ଣ୍ଣପୁର ମଣ୍ଡଳ ସଭାପତି ପ୍ରସନ୍ନ କୁମାର ଦଳେଇ, ବାଙ୍କୀ ନଗର ବିଜେପି ସଭାପତି ସଂଜୟ ରଣା ପ୍ରମୁଖ ବାଙ୍କୀ ଉପଜିଲ୍ଲାପାଳଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ଏ ସଂପର୍କରେ ବିହିତ ପଦକ୍ଷେପ ନେବାକୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।