ମଣ୍ଡଳସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ

 କଟକ : ଓଡ଼ିଶା ରାଜ୍ୟ ମହିଳା କମିଶନ ଓ ଜିଲ୍ଲା ଶିଶୁ ମଙ୍ଗଳ ବିଭାଗ ମିଳିତ ଆନୁକୂଲ୍ୟରେ ଗାନ୍ଧୀ ସ୍ମୃତିପୀଠ ତେଲେଙ୍ଗାପେଣ୍ଠଠାରେ ବ୍ଲକ୍ସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହିଳାଙ୍କ ମୌଳିକ ଅଧିକାର ସୁରକ୍ଷା ପାଇଁ ଆଇନଗତ ଢ଼ାଞ୍ଚାକୁ ସୁଦୃଢ଼ କରିବା ଏବଂ ନ୍ୟାୟ ବ୍ୟବସ୍ଥାକୁ ବ୍ୟାପକ ଗୁରୁତ୍ୱ ଦେବା ଏହାର ଉଦେ୍ଦଶ୍ୟ । ଜିଲ୍ଲାପରିଷଦ ଉପାଧ୍ୟକ୍ଷା ସୁଭଦ୍ରା ଦାସ କାର୍ଯ୍ୟକ୍ରମରେ ସମ୍ମାନୀତଅତିଥି ଭାବେ ଯୋଗଦେଇ ମହିଳାଙ୍କ ଉପରେ ହେଉଥିବା ଘରୋଇ ହିଂସା ସମ୍ପର୍କରେ ସଚେତନତା ଏବଂ ସେମାନଙ୍କ ପାଇଁ ଥିବା ନିୟମ ଉପରେ ଆଲୋକପାତ କରିଥିଲେ । ଏଥିରେ ସୁଭ୍ରା ଦାସ ସଭାକାର୍ଯ୍ୟ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ସମନ୍ୱିତ ଶିଶୁ ବିକାଶ ଅଧିକାରୀ ରଶ୍ମିତା ମହାନ୍ତି, ଅଙ୍ଗନୱାଡ଼ି ଦିଦି, ଆଶାକର୍ମୀ, କଲେଜଛାତ୍ରୀ, ମହିଳା ସରପଞ୍ଚ ଓ ମେଡିକାଲ ଅଫିସରଙ୍କୁ ସଚେତନ କରାଯାଇଥିଲା । କାର୍ଯ୍ୟକ୍ରମରେ ଆକ୍ସନଏଡ ଜାତୀୟ ପ୍ରକଳ୍ପ ପ୍ରମୁଖ ଘସିରାମ ପଣ୍ଡା ଯୋଗ ଦେଇଥିଲେ । କ୍ଲାପର ସଭାପତି ବିକାଶ ଦାସ ପାରିବାରିକ ହିଂସା ଆଇନ, ଶାରିରୀକ ହିଂସା ଆଦି ଉପରେ ଆଲୋଚନା କରିଥିଲେ । ନିବେଦିତା ପାଣିଗ୍ରାହୀ, ଶ୍ରୀକାନ୍ତ ଜେନା, ସ୍ୱର୍ଣ୍ଣମୟୀ ଦାସ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ  ।