ବିଶ୍ୱ ଧଳା ବାଡି ସପ୍ତାହ ପାଳିତ

ାା ପ୍ରଭାନୁ୍ୟଜ ।ା ବାଲେଶ୍ୱର : ରାଣୀପାଟଣା ଦୃଷ୍ଟିହୀନ ବିଦ୍ୟାଳୟରେ ବିଶ୍ୱ ଧଳା ବାଡି ସପ୍ତାହ ପାଳିତ ହୋଇଯାଇଛି । ପ୍ରଥମେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଧଳା ବାଡି ସହଯୋଗରେ ସହର ପରିକ୍ରମା ସହ ଜନସଚେତନତା ସୃଷ୍ଟି କରିଥିଲେ । ଉକ୍ତ ରାଲିକୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରିଣୀ ପ୍ରତିଭା ବେହେରା ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ । ଧଳା ବାଡି ଦିବସର ଜନସଚେତନତା ଉଦେ୍ଦଶ୍ୟରେ ବିଭିନ୍ନ ସ୍ଲୋଗାନମାନ ଦେଇ ସହର ପରିକ୍ରମା କରିଥିଲେ । ପରେ ବିଦ୍ୟାଳୟ ପରିସରରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ଅନୁଷ୍ଠାନର ନିଦେ୍ର୍ଦଶକ ଦିବାକର ସ ସଭାପତିତ୍ୱ କରିଥିଲେ । ଏଥିରେ ମୁଖ୍ୟଅତିଥି ଭାବେ ବରିଷ୍ଠ ଆଇନଜୀବୀ ବିଜୟ କୁମାର ପାଣଗ୍ରାହୀ ଯୋଗ ଦେଇଥିଲେ । ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଗୌରାଙ୍ଗ ପ୍ରଧାନ, ସୁନୀଲ କୁମାର ବିଶ୍ୱାଳ, ଜଗଜିତ୍ ପତି, ମନୋଜ ପଳାଇ, ଚନ୍ଦ୍ରଜିତି ନାୟକ, ପବିତ୍ର ମୋହନ ପଣ୍ଡା, ପ୍ୟାରୀମୋହନ ଭୂୟାଁ, ଦୀପକ କୁମାର ବେହେରା, ଜ୍ୟୋତିର୍ମୟୀ ଦାସ, ବାସନ୍ତୀ ସିଂ, ସୋମନାଥ ରାଉତ ଓ ସଞ୍ଜୟ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଛାତ୍ରଛାତ୍ରୀମାନଙ୍କୁ ମିଷ୍ଟାନ ବଣ୍ଟନ କରାଯାଇଥିଲା ।