ରାଜ୍ୟ ସୁରଭିରେ ଚମକିଲେ ଅଙ୍କିତା

 ପଟ୍ଟାମୁଣ୍ଡାଇ: ରାଜ୍ୟସ୍ତରୀୟ ଶିଶୁ ମହୋସôବ ସୁରଭିରେ ଚମକିଲେ ପଟ୍ଟାମୁଣ୍ଡାଇର ବନ୍ତୋ ଓଡ଼ିଶା ଆଦର୍ଶ ସ୍କୁଲ ଦିବ୍ୟାଙ୍ଗ ଛାତ୍ରୀ ଅଙ୍କିତା ପଣ୍ଡା । ତାଙ୍କ ସୁଲଳିତ ସ୍ୱରର ଯାଦୁରେ ବିମୋହିତ ହେଲେ ଅନ୍ୟ ପ୍ରତିଯୋଗୀଙ୍କ ସମେତ ବିଚାରକ ମଣ୍ଡଳୀ । ସଙ୍ଗୀତରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବାରୁ ରାଜ୍ୟର ମୁଖ୍ୟମନ୍ତ୍ରୀମୋହନ ମାଝୀଙ୍କ ହାତରୁ ପୁରସ୍କାର ଗ୍ରହଣକରି ନିଜେ ଗର୍ବିତ ହେବା ସହିତ, ତାଙ୍କ ପିତା ଅସିତ୍ ପଣ୍ଡା, ମାଆ ଇପ୍ସିତା ପଣ୍ଡା ଜେଜେ ଅଶୋକ ପଣ୍ଡାଙ୍କ ସମେତ ପଟ୍ଟାମୁଣ୍ଡାଇ ବ୍ଲକ ପାଇଁ ଗୈାରବ ଆଣିଛନ୍ତି । ସେ ବ୍ଲକ ଓ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ, ଜାତୀୟସ୍ତରରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ପଟ୍ଟାମୁଣ୍ଡାଇ ମହାଜନ ସାହିରେ ଜନ୍ମିତ କୁନି ପ୍ରତିଭା ଅଙ୍କିତା ଅଷ୍ଟମ ଶ୍ରେଣୀରେ ପଢ଼ୁଛନ୍ତି ଓ ଆନୁଷ୍ଠାନିକ ଭାବରେ କୌଣସି ସଙ୍ଗୀତ ସ୍କୁଲରେ ସଙ୍ଗୀତ ଶିଖି ନ ଥିଲେ ମଧ୍ୟ ନିଜ ଈଶ୍ୱର ପ୍ରଦତ୍ତ ସ୍ୱର ଓ ବିଭିନ୍ନ ସାମାଜିକ ଗଣମାଧ୍ୟମରୁ ଅନୁକରଣ କରି ନିଜର ନିଷ୍ଠା ପାଇଁ ଏହି ସଫଳତା ପାଇଥିବା କହିଛନ୍ତି । କେବଳ ସଙ୍ଗୀତରେ ନୁହଁ ଶ୍ରେଣୀରେ ଖୁବ୍ ଭଲ ପାଠ ମଧ୍ୟ ପଢନ୍ତି ଅଙ୍କିତା । ଏହି ସଫଳତା ପାଇଁ ଆଦର୍ଶ ସ୍କୁଲ ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ବେହେରା ତାଙ୍କୁ ଅଭିନନ୍ଦନ ଜଣାଇଅଛନ୍ତି ।