ରାଜପଥ ଲୁଟେରା କାଳିଆ ଗିରଫ
କେନ୍ଦ୍ରାପଡା: ମାର୍ଶାଘାଇ ଥାନା ଅଞ୍ଚଳର କୁଖ୍ୟାତ ରାଜପଥ ଲୁଟେରା କାଳିଆ ରାଉତ ଓ ତାର ସହଯୋଗୀ ସୁରିଆ ଓରଫ ସୁରେଶ ରାଉତକୁ କାବୁ କରିବାରେ ସଫଳ ହୋଇଛି ମାର୍ଶାଘାଇ ଥାନା ପୋଲିସ । କାଳିଆ ବିଭିନ୍ନ ସମୟରେ ଜାତୀୟ ରାଜପଥ, ପାରାଦ୍ୱୀପ ଚଣ୍ଡିଖୋଲ ରାଜପଥରେ ଯାତାୟାତ କରୁଥିବା ବାଇକ ଆରୋହୀ ଓ ପଥଚାରୀଙ୍କ ମୁହଁରେ ଲଙ୍କା ଗୁଣ୍ଡ ଫୋପାଡିବା ସହ ବନ୍ଧୁକ ଓ ଭୁଜାଲି ଦେଖାଇ ଲୁଟ କରିବାରେ ସଫଳ ହୋଇଥାଏ । କାଳିଆ ବିଶେଷ କରି ବିଳମ୍ବିତ ରାତିରେ ମାର୍ଶାଘାଇ ଓ ସଦର ଥାନା ଅଞ୍ଚଳର ଦୁହୁରିଆ ଶ୍ୟାମସୁନ୍ଦରପୁର ଗୋପ ମାର୍ଶାଘାଇ କ୍ରସିଂ ହଳଦିଆ ମାସକଣି ଯଦୁପୁର ନୀଳାଞ୍ଚଳ ବଉଦ ଆଦି ଛକରେ ଟ୍ରକ ଓ ହାଇବା ଡ୍ରାଇଭରଙ୍କୁ ମରଣାସ୍ତ୍ର ଦେଖାଇ ସୁନା ଚେନ ମନିପର୍ସ ସମେତ ଟ୍ରକରୁ ବ୍ୟାଟରୀ ଚୋରି କରୁଥିବା କାଳିଆକୁ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଗିରଫ କରିବାରେ ସଫଳ ହୋଇଛି ମାର୍ଶାଘାଇ ପୁଲିସ । ତେବେ କାଳିଆର ଅନ୍ୟ ସହଯୋଗୀ ମାନେ ବିଭିନ୍ନ ସ୍ଥାନରେ ଲୁଚି ରହିଥିବା ବେଳେ ପୁଲିସ ତାର ତଦନ୍ତ ଜାରିରଖିଛି ।