ଆମ୍ବୁଲାନ୍ସରେ ଗୋଚାଲାଣ : ଆମ୍ବୁଲାନ୍ସ ଜବତ, ୪ ଗୋରୁ ଉଦ୍ଧାର

ଆମ୍ବୁଲାନ୍ସରେ ଗୋଚାଲାଣ : ଆମ୍ବୁଲାନ୍ସ ଜବତ,  ୪ ଗୋରୁ ଉଦ୍ଧାର

ଭଦ୍ରକ : ଭଦ୍ରକରେ ଗୋ ଚାଲାଣ ରୋକିବା ପାଇଁ ପୋଲିସ କଡା ପଦକ୍ଷେପ ନେଉଥିବାରୁ ଗୋ ମାଫିଆ ମାନେ ଭିନ ଉପାୟରେ ଗୋଚାଲାଣ  କରୁଛନ୍ତି । ଗୋ ଚାଲାଣ ହେଉଥିବା ଏକ ଆମ୍ବୁଲାନ୍ସକୁ ଜବତ କରିଛି ପୁରୁଣାବଜ଼ାର ପୋଲିସ । ରାତ୍ର ପାଟ୍ରୋଲିଂ ବେଳେ ଏକ ଆମ୍ବୁଲାନ୍ସ  ଦ୍ରୁତ ଗତିରେ ଆସୁଥିବା ଦେଖି ପୋଲିସ ଅଟକାଇ ଥିଲା । ଆମ୍ବୁଲାନ୍ସ ନଅଟକିବାରୁ ପୋଲିସ ସନ୍ଦେହ କରି ପିଛା କରିଥିଲା । ଫଳରେ ଚାଳକ ଗାଡି ରାସ୍ତାରେ ରଖି ଫେରାର ହୋଇଯାଇଥିଲା। ଆମ୍ବୁଲାନ୍ସ ଭିତରେ ୪ ଟି ଗୋରୁ ଥିବା ଜଣାପଡିଥିଲା । ପୋଲିସ ଆମ୍ବୁଲାନ୍ସକୁ ଥାନାକୁ ଆଣି ତଦନ୍ତ ଆରମ୍ଭ କରିଛି ।