ସମାଜସେବୀଙ୍କ ପରଲୋକ
ଭଦ୍ରକ : ପରିବେଷବିତ, ଦେଶର ସର୍ବୋଚ୍ଚ ଅଦାଲତର ଅଧିବକ୍ତା, ଜଣାଶୁଣା ସମାଜସେବୀ ରାଧାକାନ୍ତ ତ୍ରିପାଠୀଙ୍କର ପରଲୋକ ଘଟିଛି । ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରା ଯାଇଥିଲା । ଚିକିସôାଧୀନ ଥିବା ବେଳେ ତାଙ୍କର ଦେହାନ୍ତ ହୋଇଯାଇଛି । ତାଙ୍କ ପୈତୃକ ଗ୍ରାମ ତିହିଡିÿ ଥାନା ଅନ୍ତର୍ଗତ ତାଳଗୋପବିନ୍ଧା । ମାନବିକ ଅଧିକାର ସୁରକ୍ଷା ଓ ପରିବେଶ ବିତ ଭାବେ ସେ ମାଗଣାରେ ଅନେକ ମାମଲା ଲଢ଼ି ଜୟଯୁକ୍ତ ହୋଇଥିଲେ । ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଲୋକଙ୍କ ସମସ୍ୟା ଉପରେ ସବୁଠାରୁ ଅଧିକ ମୋକଦ୍ଦମା ଆଗତ କରି "ଇଣ୍ଡିଆନ ବୁକ୍ ଅଫ୍ ରେକର୍ଡସ୍’ ଓ "ଗିନିଜ ବୁକ୍ ଅଫ୍ ରେକର୍ଡସ୍’, "ଲିମକା ବୁକ୍ ଅଫ୍ ରେକର୍ଡସ୍’ରେ ତାଙ୍କର ସୁନାମ ରହିଛି । ଭଦ୍ରକ ମାଟି ଜଣେ ସୁପୁତ୍ର ଓ ଉଦିତ ସୂର୍ଯ୍ୟକୁ ହରେଇଲା ବୋଲି ଦୁଃଖ ପ୍ରକାଶ କରିଛନ୍ତି ଭଦ୍ରକ ବାସୀ ।