ରାଜ୍ୟସ୍ତରୀୟ ଚେସ୍ ପ୍ରତିଯୋଗିତା : ଆଦ୍ୱିକ୍ ଆଦିତ୍ୟ ପ୍ରଥମ
କଟକ: କଟକ ନୂଆପଡ଼ା ସ୍ଥିତ ଜିନିୟସ୍ ଚେସ୍ ସେଣ୍ଟର ପକ୍ଷରୁ ସ୍ଥାନୀୟ ନାରାୟଣ ସ୍କୁଲ୍ ଠାରେ ରାଜ୍ୟସ୍ତରୀୟ ଏକ ଦିବସୀୟ ରାପିଡ ଚେସ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟରୁ ପ୍ରାୟ ୧୩୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ପ୍ରତଯୋଗିତାରେ କଟକର ଆଦ୍ୱିକ୍ ଆଦିତ୍ୟ ସ୍ୱାଇଁ ପ୍ରଥମ, କେନ୍ଦ୍ରାପଡ଼ାର ଆୟୁଷ ଆର୍ଯ୍ୟାନ୍ ମହାପାତ୍ର ଦ୍ୱିତୀୟ, ଖୋର୍ଦ୍ଧାର ଇସାନି ଦାସ୍ ତୃତୀୟ, ଜିତେଶ ସାମଲ ଚତୁର୍ଥ, ଜସନ୍ ସିଂହ ପଞ୍ଚମ, ଶ୍ରୀୟାନ୍ସ ଶେଖର ରାଉତ ଷଷ୍ଠ, ନିଭରିତା ପଟ୍ଟନାୟକ ସପ୍ତମ, ଓମ୍ ସ୍ୱରୂପ ପାଢ଼ୀ ଅଷ୍ଟମ, ଆୟୁଷ୍ମାନ ବେହେରା ନବମ, ଉଦୟ କାନ୍ତ ନାୟକ ଦଶମ ସ୍ଥାନ ଅଧିକାର କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଭି. ଭାରତୀ ପିଲାମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତର କାମନା କରି କୃତଜ୍ଞତା ଜଣାଇଥିଲେ । ଓଡ଼ିଶା ଚେସ୍ ସଂଘର ପୂର୍ବତନ ସଦସ୍ୟ ସୂର୍ଯ୍ୟକାନ୍ତ ବିଶୋଇ କୃତି ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ଦେବା ସହ ପୁରସ୍କାର ଓ ଅର୍ଥ ରାଶି ପ୍ରଦାନ କରିଥିଲେ । ଏହି କାର୍ଯକ୍ରମରେ କଟକ ଚେସ୍ ସଂଘ ତରଫରୁ ସୁଧୀର କୁମାର ମହାନ୍ତି, ପୂର୍ବତନ କଟକ ଚେସ୍ ସଂଘ ସମ୍ପାଦକ ହେମନ୍ତ କୁମାର ନାୟକ, ଚେସ୍ ପ୍ରଶିକ୍ଷକ ଆଦିତ୍ୟ ପଟ୍ଟନାୟକ, ଲକ୍ଷ୍ମୀଧର ଆଚାର୍ଯ୍ୟ, ରଘୁନନ୍ଦନ ସାସ୍ମଲ୍, ସୂର୍ଯ୍ୟମିତ୍ର ସେନ, ପ୍ରଣୀତା ସେନ, ରିତିକ୍ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ତର୍ଜାତୀୟ ଅର୍ବିଟର ନିହାର ରଞ୍ଜନ ସାସ୍ମଲ୍ ଉକ୍ତ ପ୍ରତଯୋଗିତା ପରିଚାଳନା କରିଥିଲେ । ଜିନିଅସ୍ ଚେସ୍ ସେଣ୍ଟର ସମ୍ପାଦିକା ବାସନ୍ତୀ ପଣ୍ଡା ଓ ସହସମ୍ପାଦକ ପ୍ରତାପ ଚନ୍ଦ୍ର ଦିକ୍ସିତ୍ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧନରେ ସମସ୍ତ କାର୍ଯ୍ୟ ସମ୍ପାଦନ ହୋଇଥିଲା ।