ମୋ' ଉପକାରୀ ବଗିଚା ଯୋଜନା ବିଫଳ
ନିଆଳି : ଗ୍ରୀଷ୍ମ ଋତୁରେ ଲେମ୍ବୁର ଆବଶ୍ୟକତା ସ୍ୱାଭାବିକ ଭାବେ ଅଧିକ ହୋଇଥିବାରୁ ଏହାର ଚାହିଦା ଅଧିକ ରହିଛି । କଟକ ଜିଲ୍ଲା ନିଆଳି ବଜାରରେ ଯୋଗାଣ କମ୍ ଓ ଚାହିଦା ଅଧିକ କାରଣରୁ ଲେମ୍ବୁ ଗୋଟେ ପ୍ରତି ୫ ଟଙ୍କା ଦରରେ ବିକ୍ରି ହେଉଛି । ଏବେ ଯେଉଁ ଲେମ୍ବୁ ବଜାରରେ ମିଳିଛି, ତାହାର ଗୁଣାତ୍ମକମାନ ସୌଗାନ୍ଧ ଯୁକ୍ତ ହୋଇଥିବାରୁ ଏହାର ଦାମ ୬-୮ ଟଙ୍କାରେ ବିକ୍ରି ହେଉଛି । ଲେମ୍ବୁ ଶହ କଦଳୀ, ସଜନା ଛୁଇଁ, ଅମୃତ ଭଣ୍ଡା ପ୍ରତେକ ପରିବାରର ପ୍ରାଥମିକ ଆବଶ୍ୟକତା । ଏହି ଆବଶ୍ୟକତାପୂର୍ଣ୍ଣ ପାଇଁ ରାଜ୍ୟ ସରକାର ମୋ ଉପକାରୀ ବଗିଚା ଯୋଜନା କାର୍ଯ୍ୟ କରି ହଜାର ହଜାର ପରିବାରକୁ ଆର୍ଥôକ ଓ ବୈଷୟିକ ସମନ୍ୱୟରେ ଏହି ଯୋଜନା କାର୍ଯ୍ୟକାରୀ କରାଯାଇଥିଲା । ଏଥିପାଇଁ ସ୍ୱୟଂ ସହାୟିକା ଗୋଷ୍ଠୀମାନେ ଉନ୍ନତ କିସମର ଲେମ୍ବୁ, କଦଳୀ, ସଜନା ଛୁଇଁ ଓ ଅମୃତ ଭଣ୍ଡା ଚାରା ଉତ୍ପାଦନ କରି ହିତାଧିକାରୀଙ୍କୁ ଯୋଗାଇ ଦେଇଥିଲେ । ଉଦ୍ୟାନ ବିଭାଗର ଏହି ଯୋଜନା ୬ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟକ୍ରମ ହୋଇଛି । ଏହି ଚାରା ଗୁଡିକ ହାଇବ୍ରିଡ଼ ଚାରା ହୋଇଥିବା ବେଳେ ରୋପଣ କରାଯାଇଥିବା ଚାରା ଗଛରୁ ସଂଘନ ଉତ୍ପାଦନ ହେବା କଥା ମାତ୍ର କଟକ ଜିଲ୍ଲା ନିଆଳି ବଜାରରେ ଲେମ୍ବୁ ଅନ୍ୟାନ୍ୟ ଜିଲ୍ଲା ଏପରିକି ଜିଲ୍ଲା ବାହାର ରାଜ୍ୟରୁ ଆସୁଛି । ଏଥିସହିତ କଦଳୀ ଓ ଆନ୍ଧ୍ର ଉପରେ ମଧ୍ୟ ଆମେ ନିର୍ଭରଶୀଳ । ହିତାଧିକାରୀ ପନିପରିବା ଆବଶ୍ୟକତା ପାଇଁ ବଜାର ଉପରେ ନିର୍ଭରଶୀଳ ହ୍ରାସ ପାଇଁ ରାଜ୍ୟ ସରକାର ମୋ ଉପକାରୀ ବଗିଚା ଆରମ୍ଭ କରିଥିଲେ । ମାତ୍ର ଯୋଜନା ପ୍ରଣୟନ ପୂର୍ବରୁ ବଜାର ଅବସ୍ଥା ଯାହାଥିଲା ଏବେ ମଧ୍ୟ ସେହି ଅବସ୍ଥା । ଉଦ୍ୟାନ ବିଭାଗ ଓ ଏସଓଜି ମା’ମାନେ ରୋପଣ କରିଥିବା ଚାରା ଗଛ ସବୁ ଗଲା କୁଆଡେ? ଫଳ ଫଳିବା ତ ଦୂରର କଥା ଯେଉଁ ଜାଗାରେ ଚାରା ରୋପଣ କରାଯାଇଥିଲା ଶ୍ରୀ ଜାଗାର ଚିହ୍ନ ବର୍ଣ୍ଣ ନାହିଁ ।