ଛଟ ପୂଜା ଉପଲକ୍ଷେ ବୈତରଣୀ ନଦୀ ଘାଟରେ ଶ୍ରଦ୍ଧାଳୁଙ୍କ ଭିଡ 


ାା ପ୍ରଭାନୁ୍ୟଜ ।ା ଚମ୍ପୁଆ : ଆସ୍ଥା ଓ ବିଶ୍ୱାସର ପର୍ବ ଛଟ ପୂଜା ଉପଲକ୍ଷେ ସ୍ଥାନୀୟ ବିହାରୀ ସମ୍ପ୍ରଦାୟଙ୍କ ଭିତରେ ଦେଖାଦେଇଛି ଅପୂର୍ବ ଉସôାହ । ଦିର୍ଘ ୩ ଦିନ ଧରି ନିର୍ଜଳା ଉପବାସକରି ଗୁରୁବାର ସଂଧ୍ୟାରେ ଶ୍ରଧାଳୁମାନେ ବୈତରଣୀ ନଦୀ ତୁଠରେ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇ ପୂଜାର୍ଚ୍ଚନା କରିଥିଲେ । ସେହିପରି ଆଜି ବିହାରୀ ସଂମ୍ପ୍ରଦାୟର ଲୋକେ ବ୍ୟକ୍ତି ଭାବନାର ସହ ଛଟ ମେୟାଙ୍କ ପୂଜାର୍ଚ୍ଚନାପରେ ଉଦିଦ ସୂର୍ଯ୍ୟଙ୍କୁ ଅର୍ଘ୍ୟ ସମର୍ପଣ କରି ଶ୍ରଦ୍ଧାଳୁମାନେ ବ୍ରତ ସମାପନ କରିଥାନ୍ତି । ପରିବାର ଲୋକଙ୍କ ସ୍ୱାସ୍ଥ୍ୟ ଓ ସୁଖ ସମୃଦ୍ଧି କାମନା କରିଥାନ୍ତି ବ୍ରତଧାରୀ । ଛଟ ପୂଜାକୁ ନେଇ ନଦୀ ଘାଟ, ସଂଯୋଗୀ ରାସ୍ତା ଓ ଆଲୋକୀକରଣ କମିଟି ପକ୍ଷରୁ ସୁବ୍ୟବସ୍ତା କରାଯାଇଥିଲା । ଚମ୍ପୁଆ ବିହାରୀ ସମ୍ପ୍ରଦାୟର ସୁଜିତ ରାମ, ଅନିଲ ସାହୁ, ନଲୀନ ରାମ, ଅମିତ ରାମ, ମନୋଜ ସାହୁ, ମୁନା ସାହୁ ଓ ସୟ ଗୁପ୍ତା ପ୍ରମୁଖ ଭକ୍ତିର ସହ ପୂଜାର୍ଚ୍ଚନା କରିଥିଲେ  ।