ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ ଅନୀଲ ଚୌହାନଙ୍କ କାର୍ଯ୍ୟକାଳ ୮ ମାସ ବୃଦ୍ଧି

ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ ଅନୀଲ ଚୌହାନଙ୍କ କାର୍ଯ୍ୟକାଳ  ୮ ମାସ ବୃଦ୍ଧି

ନୂଆଦିଲ୍ଲୀ : ପ୍ରତିରକ୍ଷା ମୁଖ୍ୟ ଜେନେରାଲ ଅନୀଲ ଚୌହାନଙ୍କ କାର୍ଯ୍ୟକାଳକୁ ଆଗାମୀ ବର୍ଷ ମେ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପ୍ରତିରକ୍ଷା ମନ୍ତ୍ରାଳୟ ଅନୁଯାୟୀ, ଜେନେରାଲ ଚୌହାନଙ୍କ ସେବାକାଳ ଆସନ୍ତା ମେ ୩୦ କିମ୍ବା ପରବର୍ତୀ ନିର୍ଦେଶ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ସେ ୨୦୨୨ ମସିହା ସେପ୍ଟେମ୍ବର ୩୦ରୁ ପ୍ରତିରକ୍ଷା ମୁଖ୍ୟ ଓ ସାମରିକ ବ୍ୟାପାର ବିଭାଗର ସଚିବ ଭାବେ କାର୍ଯ୍ୟ କରୁଛନ୍ତି।