ଭିକ୍ଷାବୃତ୍ତି କରୁଥିବା ଦୁଇ ଶିଶୁ ଉଦ୍ଧାର


ାା ପ୍ରଭାନୁ୍ୟଜ ।ା ତାଳଚେର : କୋଲିୟରୀ ଅଞ୍ଚଳରେ ଦୁଇଜଣ ଶିଶୁ ଭିକ୍ଷାବୃତ୍ତି କରୁଥିବାବେଳେ କୋଲିୟରୀ ପୋଲିସ୍ ସେମାନଙ୍କୁ ଉଦ୍ଧାର କରିଛି । ପରେ ପୋଲିସ୍ ପଚରାଉଚରା କରିବା ପରେ ସେମାନେ ସବୁଦିନ ଭିକ୍ଷାବୃତ୍ତି କରି ପେଟ ପୋଷୁଥିବା ପ୍ରକାଶ କରିଥିଲେ । ଉକ୍ତ ଦୁଇଶିଶୁ ମଧ୍ୟରୁ ଜଣଙ୍କ ନାମ ଲିପ୍ସା ଦଳେଇ (୧୨) ହୋଇଥିବାବେଳେ ଅନ୍ୟଜଣଙ୍କର ନାମ ଲକ୍ଷ୍ମଣ ଦଳେଇ (୧୦) ବୋଲି ଜଣାପଡ଼ିଛି । ସେମାନେ ବାଘୁଆବୋଲ ରହିଥିବା ଚର୍ଚ୍ଚ ନିକଟରେ ଭିକ୍ଷାବୃତ୍ତି କରୁଥିବା ଅବସ୍ଥାରେ ପୁଲିସ୍ ସେମାନଙ୍କୁ ଉଦ୍ଧାର କରିଥିଲା । ଉକ୍ତ ଦୁଇ ଶିଶୁକୁ ପୁଲିସ ଅନୁଗୋଳରେ ଥିବା ଶିଶୁଯନô ଅନୁଷ୍ଠାନକୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି । ତେବେ ବାହାର ରାଜ୍ୟରୁ ବହୁ ବେକାର ତାଳଚେର ଅଞ୍ଚଳକୁ ଆସି ଏଠାରେ ଆଡ୍ଡା ଜମାଇ ଛୋଟ ଛୁଆମାନଙ୍କୁ ବାପାମା’ଙ୍କ ନିଦେ୍ର୍ଦଶକ୍ରମେ ଭିକ୍ଷା ବୃତ୍ତି କରାଉଥିବା ଓ ଆଉ କିଛି ଏହି ବାଳକ ଛୋଟମୋଟ ଚୋରି ଘଟଣାରେ ମଧ୍ୟ ସମ୍ପୃକ୍ତ ରହିଥିବା ଦୃଷ୍ଟାନ୍ତ ରହିଛି । ତେଣୁ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ କରିବା ସହିତ ବିଭିନ୍ନ ସ୍ଥାନରେ ଅସ୍ଥାୟୀ ଭାବେ ରହି ଟେଣ୍ଟ ପକାଇ ସେମାନେ ଦିନରେ ଫେରି ଓ ରାତିରେ ଚୋରି କରୁଥିବା ଘଟଣା ଆଲୋଚନାର ମୁଖ୍ୟ ବିଷୟ ହୋଇଛି ।