ଉକ୍ରଟ ଟ୍ରାଫିକ୍ ସମସ୍ୟା, ଜନଅସନ୍ତୋଷ ବୃଦ୍ଧି
ାା ପ୍ରଭାନୁ୍ୟଜ ।ା ତାଳଚେର: ତାଳଚେର ଗୋଡ଼ିବନ୍ଧ ଠାରୁ ଆରମ୍ଭ କରି ବଅଁରପାଳ ପର୍ଯ୍ୟନ୍ତ ଦୀର୍ଘ ୧୨କିମି ରାସ୍ତାରେ ଉକ୍ରଟ ହେଉଛି ଟ୍ରାଫିକ୍ ସମସ୍ୟା । ଫଳରେ ଉକ୍ତ ରାସ୍ତାରେ ଯାତାୟତ କରିବାକୁ ଲୋକଙ୍କୁ ୪ଘଣ୍ଟା ରୁ ୫ଘଣ୍ଟା ସମୟ ଲାଗୁଥିବାବେଳେ ଜନଅସନ୍ତୋଷ ବୃଦ୍ଧି ପାଇଁ ଏହା ଅଗାମୀ ଦିନରେ ଏକ ଆନେ୍ଦାଳନର ଦାନା ବାନ୍ଧୁଥିବା କୁହାଯାଉଛି ।
ପ୍ରକାଶ ଯେ, ୧୪୯ନମ୍ବର ଜାତୀୟ ରାଜପଥରେ ଅହରହ ଭାରୀଯାନ କୋଇଲା ଓ ପାଉଁଁଶ ବୋଝେଇ ଟ୍ରକ ଚଳପ୍ରଚଳ କରୁଛି । ଫଳରେ ରାସ୍ତାଟି ଅଣଓସାରିଆ ହୋଇ ରହିଥିବା ହେତୁ ଟ୍ରକ ଗୁଡ଼ିକ ଲମ୍ବା ଲାଇନ୍ କରି ବହ୍ଲର ଛକ ଠାରୁ ଗୋଡ଼ିବନ୍ଧ ଛକ ପର୍ଯ୍ୟନ୍ତ ରାସ୍ତାର ଦୁଇପାଶ୍ୱର୍ରେ ଘଣ୍ଟା ଘଣ୍ଟା ଧରି ଶହଶହ ସଂଖ୍ୟକ ଟ୍ରକ ଛିଡ଼ା କରୁଥିବାରୁ ଜରୁରୀ ସେବାରେ ନିୟୋଜିତ ଆମ୍ବୁଲାନ୍ସ, ଅଗ୍ନିଶମ ବାହିନୀ ଗାଡ଼ି, ବିଭିନ୍ନ ବିଦ୍ୟାଳୟକୁ ଯାଉଥିବା ସ୍କୁଲବସ୍ ଗୁଡ଼ିକ ନାହିଁ ନ ଥିବା ହଇରାଣ ହରକତ ହେବା ସହିତ ବାଟୋଇ ଦାଣ୍ଡୋଇମାନେ ମଧ୍ୟ ଏଥିରୁ ବାଦ୍ ପଡୁନାହାନ୍ତି । ଆଜକୁ ଦୀର୍ଘବର୍ଷ ହେବ ତାଳଚେର ବାସିନ୍ଦାକୁ ଜାତୀୟ ରାଜପଥ ସଂପ୍ରସାରଣ ହେବ ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ଏହାକୁ ଏଡାଯାଆନ୍ତି ବୋଲି ଅଭିଯୋଗ ପରେ ଅଭିଯୋଗ ହେଉଥିଲେ ମଧ୍ୟ ଏଠାରେ ପ୍ରଶାସନ ଓ ଏନଏଚ୍ଆଇ କର୍ତ୍ତୃପକ୍ଷ ନିଦାବିଷ୍ଣୁ ସାଜିଥିବା ତାଳଚେରବାସୀଙ୍କ ପାଇଁ ଏକ ପରିତାପର ବିଷୟ ହୋଇଛି । ଖଣି କାରଖାନା ଗୁଡ଼ିକରୁ ପ୍ରଚୁର ରାଜସ୍ୱ ଯାଉଥିଲେ ମଧ୍ୟ ସରକାରଙ୍କର ସାମାନ୍ୟତମ ଦରଦ ଦେଖାଇବା ପ୍ରତିବଦଳରେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଉପେକ୍ଷା କରୁଥିବା କେତେ ଦୂର ଯୁକ୍ତିଯୁକ୍ତ । ଏହି ଜାତୀୟ ରାଜପଥରେ ଉକ୍ରଟ ଟ୍ରାଫିକ ସମସ୍ୟା ସହ ପ୍ରଚୁର ଧୂଳିଧୂଅାଁରେ ନିଷ୍ପେସିତ ହୋଇ ବିଭିନ୍ନ ମାରାତ୍ମକ ରୋଗରେ ପୀଡିତ ହୋଇ ହାହାକାର ଚିକ୍ରାର କରୁଥିବାବେଳେ ଏହି ମରଣଯନ୍ତା ପାଲଟିଥିବା ରାସ୍ତାରେ ଏକାଧିକ ଜୀବନ ଚାଲିଯାଉଥିବା ବେଳେ ସରକାରଙ୍କ କିପରି ଭାବେ ଏଥିପ୍ରତି ଦୃଷ୍ଟି ପଡୁନାହିଁ ତାହା ଏକଦୁଃଖ ଦାୟକ ଘଟଣା ହୋଇଛି ।