ବିଏମ୍‌ସି ପକ୍ଷରୁ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲରୁମ : ବାତ୍ୟା ପ୍ରସ୍ତୁତି

ବିଏମ୍‌ସି ପକ୍ଷରୁ   ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲରୁମ : ବାତ୍ୟା ପ୍ରସ୍ତୁତି

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ  ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ  ପ୍ରସ୍ତୁତି ଆରମ୍ଭ ହୋଇଛି । ରବିବାର ଛୁଟିଦିନରେ ବିଏମ୍‌ସି ମୁଖ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ  ବସିଥିଲା । କମିଶନର ରାଜେଶ ପ୍ରଭାକର  ପାଟିଲଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ  ଜଳବନ୍ଦୀ ଓ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରଣ  ଉପରେ ଫୋକସ କରାଯାଇଛି । ସବୁ ବିଭାଗୀୟ  ଅଧିକାରୀ ଏଥିପାଇଁ ପ୍ରସ୍ତୁତି ରହିବାକୁ ନିର୍ଦ୍ଦେଶ  ଦିଆଯାଇଛି ।  ବାତ୍ୟା ମୁକାବିଲା କରିବାକୁ ବିଏମ୍‌ସି ପକ୍ଷରୁ  ୨୪ ଘଣ୍ଟିଆ କଣ୍ଟ୍ରୋଲରୁମ ଖୋଲିଛି । ଯଦି କୌଣସି  ଲୋକେ ଅସୁବିଧାର ସମ୍ମୁଖୀନ ହୁଅନ୍ତି ସେମାନେ  କଣ୍ଟ୍ରୋଲରୁମକୁ ଫୋନ୍‌ କରି ଜଣାଇବେ । ଏହି  କଣ୍ଟ୍ରୋ ରୁମରେ ୩ ସିପ୍ଟରେ ୧୦ ଜଣ ଲେଖାଁଏ  କର୍ମଚାରୀ ନିୟୋଜିତ ହେବେ। ନିଜେ କମିଶନର  ଏହାର ତଦାରଖ କରିବେ । ସେହିପରି ୱାକିଟକି  ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜରୁରୀକାଳୀନ ସେବା ଯୋଗାଇଦେବାକୁ ଜୋନ୍‌  ଏବଂ ମୁଖ୍ୟାଳୟରେ ଆବଶ୍ୟକୀୟ ଗାଡ଼ି ମହଜୁଦ  ରହିବ । ଉଦ୍ଧାର ପାଇଁ ଅଗ୍ନିଶମ ଏବଂ ଓଡ୍ରାଫ୍‌ ଟିମ ନିୟୋଜିତ ହେବ । ସେମାନଙ୍କୁ ପ୍ରସ୍ତୁତ ରହିବାକୁ  ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ପରେ ରାସ୍ତାରୁ ଗଛ  ହଟାଇବାକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି ।   ଜଳବନ୍ଦୀ ଏଡାଇବାକୁ ଫୋକସ କରାଯାଇଛି ।  ନିଜ ନିଜ ଅଞ୍ଚଳରେ ଡ୍ରେନେଜ ବିଭାଗର  ଅଧିକାରୀମାନେ ଉପସ୍ଥିତ ରହିବେ । ସମ୍ବେଦନଶୀଳ  ଜାଗାରେ ପମ୍ପସେଟ୍‌ ଗଚ୍ଛିତ ରଖିବାକୁ ନିର୍ଦ୍ଦେଶ  ଦିଆଯାଇଛି । ବିଏମ୍‌ସି ପକ୍ଷରୁ ରାଜୀବନଗର,  ହଂସପାଳ ହରିଦାସପୁର, ନହରକଣ୍ଟା ଅଞ୍ଚଳରେ  ପାଣି ଜମିବା ଆଶଙ୍କା କରାଯାଇଛି । ବିଦ୍ୟୁତ  ବିଭାଗକୁ ଆବଶ୍ୟକୀୟ ଡିଜି ମହଜୁଦ କରିବାକୁ  ନିର୍ଦ୍ଦେଶ ଦିଆଯାଇଛି। ସେହିପରି ସବୁ ୟୁପିଏଚ୍‌ସି  ଏବଂ ବିଏମ୍‌ସି ହସ୍ପିଟାଲରେ ଜେନେରେଟର  ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।   ବିଏମ୍‌ସି ଅଧିନରେ ଥିବା ସ୍କୁଲକୁ ବାତ୍ୟା ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯିବ ।