ଅଜଣା ଗାଡି ଧକ୍କାରେ ରିକ୍ସା ଚାଳକଙ୍କ ମୃତ

ାା ପ୍ରଭାନୁ୍ୟଜ ।ା ବୈଶିଙ୍ଗା :  ବୈଶିଙ୍ଗା ଥାନା ଠାରୁ ୧ କିମି ଦୂର ୧୮ନଂ ଜାତୀୟ ରାଜପଥର ବୈଶିଙ୍ଗା ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରାତ୍ରି  ସମୟରେ ଏକ ଅଜଣା ଗାଡି ଧକ୍କାରେ ଜନୈକ ରିକ୍ସା ଟ୍ରଲି ଚାଳକର ମୃତୁ୍ୟ ହୋଇ ଯାଇଥିବା ଜଣାଯାଇଛି । ଖବର ପାଇ ବୈଶିଙ୍ଗା ଥାନାଧିକାରୀ ତପନ କୁମାର ପ୍ରଧାନ ଓ ଅନ୍ୟାନ୍ୟ ପେଟ୍ରୋଲିଂ ଟିମ୍ ପହଞ୍ଚô ପ୍ରଥମେ ମୃତଶରୀରକୁ ବୈଶିଙ୍ଗା ଡାକ୍ତରଖାନା ପଠାଇଥିଲେ । ଏହି ଘଟଣା ପାଇ ପାଖଆଖ ଲୋକେ ରାସ୍ତା ଅବରୋଧ କରିଥିବାର ଖବର ମିଳିଛି । ତେବେ ଥାନା ଆଇଆସି ଶ୍ରୀଯୁକ୍ତ ପ୍ରଧାନ ଘଟଣାସ୍ଥଳରେ ରହି ଅବରୋଧକାରୀଙ୍କୁ ବୁଝାସୁଝା କରି କିଛି ସମୟ ପରେ ରାସ୍ତା ଅବରୋଧ ହଟାଇଥିଲେ ।