ଦୁଇଟି ସ୍ଥାନରୁ ଚୋରି ଅଭିଯୋଗ 

 ବିଞ୍ଝାରପୁର: ସୋମବାର ବିଳମ୍ବିତ ରାତିରେ ବିଞ୍ଝାରପୁର ଥାନାଠାରୁ ମାତ୍ରମାତ୍ର ଶହେ ମିଟର ଦୂରରେ ଥିବା ଦୋକାନରୁ   ଚୋରି ହୋଇଛି । ମଙ୍ଗଳବାର ଚୋରି ଘଟଣାକୁ ନେଇ ଦୋକାନୀ ପୂର୍ଣ୍ଣଚନ୍ଦ୍ର ସାହୁ ଓ କାହ୍ନୁଚରଣ ଦଳାଇ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ ରାତିରେ ଲୁଟେରା ବ୍ୟାଙ୍କ ଛକରେ ଥିବା କାହ୍ନୁଚରଣଙ୍କ ମନୋହରୀ ଦୋକାନର କବାଟ ତାଡି ଦୋକାନରେ ଥିବା ନଗଦ ପାଞ୍ଚ ହଜାର ଟଙ୍କା ଓ ବହୁ ପ୍ରସାଧନ ସାମଗ୍ରୀ ନେଇଯାଇଥିଲାବେଳେ ମେଡିକାଲ ଛକରୁ ପୂର୍ଣ୍ଣଚନ୍ଦ୍ର ସାହୁଙ୍କର ଦୋକାନ କବାଟ ତାତି ନଗଦ ଦଶ ହଜାର ଚୋରିକରି ନେଇଥିବା ଥାନାରେ ଅଭିଯୋଗ ହୋଇଛି । ପୁଲିସ ଅଭିଯୋଗ ଗ୍ରହଣ କରି ଘଟଣାର ତଦନ୍ତ କରୁଥିବା ବେଳେ ଥାନା ନାକ ଆଗରୁ ଚୋରି ଘଟଣାକୁ ନେଇ ପୁଲିସର ପାରିବାପଣିଆ ଉପରେ ଅଙ୍ଗୁଳି ଉଠିଛି ।