ପାଣ୍ଡିଆନଙ୍କୁ ଏମିତି କହିଲେ ଅନୀଲ

anil biswal

ପାଣ୍ଡିଆନଙ୍କୁ ଏମିତି କହିଲେ ଅନୀଲ

କିଛି ଭୁଲ ଅଛି ଯାହାର କ୍ଷମା ନାହିଁ l ବିଗତ ସରକାର ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଏବଂ ତାଙ୍କ ସହଯୋଗୀ ଭିକେ ପାଣ୍ଡିଆନ ବାବୁ ଏମିତି କିଛି ଭୁଲ କରିକି ଯାଇଛନ୍ତି ଯାହାର ମୂଲ୍ୟ ଏବେ ଓଡିଶାବାସୀଙ୍କୁ ଦେବାକୁ ପଡୁଛି l ନିଜର ରାଜନୈତିକ ଫାଇଦା ପାଇଁ ସେମାନେ କିଭଳି ଏକ ପୁରାତନ ଐତିହ୍ୟକୁ ବିପଦକୁ ଠେଲିଦେଇଥିଲେ ତାହା ଅତ୍ୟନ୍ତ ଦୁଃଖଦାୟକ l 

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ହେଉଛି ଆମର ଗର୍ବ ଏବଂ ଅସ୍ମିତାର ପରିଚୟ l ଏବେ ମେଘନାଦ ପାଚିରୀରେ ଯେଉଁ ଫାଟ ବାହାରିଛି ଏବଂ ଫାଟ ଗୁଡିକ ମଧ୍ୟ ମେଲିବା ଆରମ୍ଭ କରୁଛି ତାହା କୋଟି କୋଟି ଜଗନ୍ନାଥ ପ୍ରେମୀ ଭକ୍ତଙ୍କ ପାଇଁ ଚିନ୍ତାଜନକ କଥା l କଥା ସାମ୍ନାକୁ ଆସିବା ପରେ ପ୍ରତ୍ନତତ୍ତ୍ୱ ବିଭାଗ ଏବଂ ରାଜ୍ୟ ସରକାର ଏହାର ମରାମତି କାମ ଆରମ୍ଭ କରିଦେଇଛନ୍ତି l କିନ୍ତୁ ପ୍ରଶ୍ନ ଉଠୁଛି ଏହା ଘଟିଲା କାହିଁକି?

ପରିକ୍ରମା ପ୍ରକଳ୍ପ ନିର୍ମାଣ ସମୟରେ ଯେଭଳି ବଡ ବଡ ମେସିନ ଲଗାଇ ଶ୍ରୀମନ୍ଦିର ଚାରିପଟେ ଓ ଅତି ନିକଟରେ ବଡ ବଡ ଗାତ କରାଗଲା ଏହା ମେଘନାଦ ପାଚିରି ଉପରେ ପ୍ରଭାବ ପକାଇଲା l ପ୍ରତ୍ନତତ୍ତ୍ୱ ବିଭାଗ ଏବଂ ନ୍ୟାଶନାଲ ମନୁମେଣ୍ଟ ଅଥରିଟିର ବିନା ଅନୁମତିରେ ପ୍ରଥମେ ମେସିନ ଲଗାଇ ଖୋଳାଗଲା l ଆମସାର ଆକ୍ଟ 1958 କୁ ନମାନି ଏଭଳି ବେଆଇନ କାମ କରାଯାଇଥିଲା ଯେଉଁଥିପାଇଁ ମାମଲା ଅଦାଲତକୁ ଗଲା l ବିନା କୌଣସି ହେରିଟେଜେ ଇମ୍ପାକ୍ଟ ଷ୍ଟଡି ନକରାଯାଇ ଏହି ଖୋଳାଖୋଳି କାମ କେଉଁ ପରିସ୍ଥିତିରେ କରାଯାଇଥିଲା? ନ୍ୟାଶନାଲ ମନୁମେଣ୍ଟ ଅଥରିଟିର ନିୟମ 100 ମିଟର ପରିସରରେ କୌଣସି ନିର୍ମାଣ କାମ, ଖୋଳାଖୋଳି ନକରିବା ନିୟମକୁ ନମାନିବା ଏବେ ମହଙ୍ଗା ପଡ଼ିଲାଣି l 900 ବର୍ଷର ଏକ ପ୍ରାଚିନ ମନ୍ଦିର ଚାରିପଟେ ଯେଉଁଭଳି ଭାବରେ ବିଶାଳ ମେସିନ ଲଗେଇ ବୃହତ ଗର୍ତ୍ତ କରାଯାଇ ଏହାର ସ୍ଥାୟୀତ୍ୱକୁ ବିଗାଡି ଦିଆଗଲା ଏହାର ପ୍ରଭାବ ବର୍ତ୍ତମାନ ମେଘନାଦ ପାଚିରୀ ଉପରେ ପଡିଲାଣି l ଆଗାମୀ ଦିନରେ ମନ୍ଦିର ଉପରେ ଏହା ଯେ ନପଡିବ ତାହା କିଏ କହିବ!

ଏବେ ପରିକ୍ରମା ପ୍ରକଳ୍ପରେ ଯେଉଁ ନିର୍ମାଣ କାମ ହୋଇଛି ତାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଛି ଯେ ଯଦି ରାସ୍ତା ଆଉ ପାଇଖାନା ହିଁ ନିର୍ମାଣ କରିବାର ଥିଲା ତାହେଲେ ଏତେ ବିଶାଳ ବିଶାଳ ଗର୍ତ୍ତ କାହିଁକି ମନ୍ଦିର ଚାରିପଟେ କରାଯାଇଥିଲା? ଏହା ଏକ ଷଡଯନ୍ତ୍ର ନୁହେଁ ତ? ନବୀନ ବାବୁ ଏବଂ ପାଣ୍ଡିଆନ ବାବୁ ଏନେଇ ମୁହଁ ଖୋଲିବା ଉଚିତ