ସରସ୍ୱତୀ ଶିଶୁ ମନ୍ଦିର ଗୁରୁଜୀଙ୍କ ପରଲୋକ
ନୂଆପଡା : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଗୋଇମୁଣ୍ଡି ଚଳାନପଡା ସରସ୍ୱତୀ ଶିଶୁ ମନ୍ଦିରେ ଗୁରୁଜୀ ଭାବେ କାର୍ଯ୍ୟରତ କିଶୋର କୁମାର ଗହୀରଙ୍କ ୪୫ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଦୀର୍ଘ ଦିନରୁ କିଡନୀ ରୋଗରେ ପୀଡିତ ଥିବା ଜଣାପଡିଛି । ତାଙ୍କର ମୃତୁ୍ୟରେ ସମସ୍ତ ଗୁରୁଜୀ ଗୁରୁମା, ପରିଚାଳନା କମିଟିର ସମସ୍ତ ଦଦସ୍ୟ, ଅଭିଭାବକ/ଅଭିଭାବିକା, କୁନି କୁନି ଛାତ୍ରଛାତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ଜଣେ ଶାନ୍ତ ଶିଷ୍ଠ ବ୍ୟକ୍ତି ଥିଲେ । ତାଙ୍କର ଗୋଟିଏ ବୋଲି ପୁଅ ଝସକେତନ ଗହୀର ଯୁକ୍ତ ଦୁଇ ସେକେଣ୍ଡ ଇୟର ପଢ଼ୁଥିବା ବେଳେ ମା’ ପୁନିତା ଗହୀର ଅସାହାୟ ହୋଇପଡିଛନ୍ତି । ତାଙ୍କୁ ସରକାରୀ ସାହାଯ୍ୟ ଯୋଗାଇ ଦେବା ପାଇଁ ନିଜ ଗ୍ରାମ ଠେଳକୋଡୁଙ୍ଗୁରି ଗ୍ରାମବାସୀ ଦାବି କରିଛନ୍ତି ।