ଖଣି ଅଧିକାରୀଙ୍କୁ ଅପହରଣ, ଦାବି ନ ମାନିଲେ ମୁଣ୍ଡ କାଟ ଧମକ  

 ାା ପ୍ରଭାନୁ୍ୟଜ୍ ।ା କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବାଂଶପାଳ ତହସିଲ ଉପର କାଦକଳାରେ ଥିବା ସିରକାଗୁଟ ଆଇରନ ଏଣ୍ଡ ମାଙ୍ଗାନିଜ ମାଇନ୍ସର ଡେପୁଟି ମ୍ୟାନେଜର ସୋମବାର ଦିନ ଅପରାହ୍ନରେ ଖଣିରୁ ଫେରିବା ସମୟରେ ଦୁବୁନା ମାଇନ୍ସ-ପୀଢପୋଖରୀ ରାସ୍ତାରେ ଏକ ଜଙ୍ଗଲ ସ୍ଥାନରେ ଅପହରଣ ହୋଇଥିବା ନେଇ ବାମେବାରୀ ପୁଲିସ ନିକଟରେ ଅଭିଯୋଗ ହୋଇଛି । ଏକ ସ୍କୋର୍ପିର୍ଓ ଗାଡିରେ ଫେରୁଥିବାବେଳେ ବସନ୍ତପୁର ଅଂଚଳର ବିନ୍ଦୁସେନ ବାରିକ ଏବଂ ୧୫ ଜଣ ଯୁବକ ମାରଣାସ୍ତ୍ର ଦେଖାଇ ଗାଡି ଅଟକାଇଥିଲେ । ଗାଡି ଅଟକିବା ପରେ ଡେପୁଟି ମ୍ୟାନେଜର ସନ୍ତୋଷ କୁମାର ପାଢୀଙ୍କୁ ଜଙ୍ଗଲ ଭିତରକୁ ନେଇ କାହିଁକି ପରିବହନ କାମ ଦିଆଯାଇନାହିଁ ସେମାନେ ପ୍ରଶ୍ନ କରିବା ସହ ଖଣି କମ୍ପାନୀର ଉଚ୍ଚ ଅଧିକାରୀଙ୍କ ସହ ଯୋଗଯୋଗ କରିବାରୁ କହିଥିଲେ । କାମ ନ ମିଳିଲେ ତୁମର ମୁଣ୍ଡଗଣ୍ଡି ଅଲଗା କରାଯିବ ବୋଲି ସେମାନେ ଧମକ ଦେଇଥିଲେ । ଅପରାହ୍ନ ୪ଟା ୩୦ରେ ଏହି ଘଟଣା ଘଟିଥିବାବେଳେ ପ୍ରାୟ ୧ ଘଂଟା ଧରି ତାଙ୍କୁ ଅଟକ ରଖିଥିଲେ । ବହୁ କାକୁତିମିନତି ହୋଇ ଗୋଡ ତଳେ ପଡିବା ପରେ ତାଙ୍କୁ ବନ୍ଧକ ମୁକ୍ତ କରିଥିଲେ । ବସନ୍ତପୁର ଅଂଚଳର ଅକ୍ଷୟ ମହାକୁଡ ଗତ କିଛି ମାସ ହେବ ଏହି ଖଣିରେ ପରିବହନ କାମ ହାତେଇବାକୁ ଖଣି ଅଧିକାରୀ ଏବଂ ଉଚ୍ଚ ପଦାଧିକାରୀଙ୍କୁ ଧମକ ଚମକ ଦେଇ ଆସୁଥିଲେ । ପୂର୍ବରୁ ଏହି ଖଣିର ସିନିୟର ଜେନେରାଲ ମ୍ୟାନେଜର ମୃତୁ୍ୟଞ୍ଜୟ ରାଉତରାୟଙ୍କୁ ବସନ୍ତପୁର ଅଂଚଳର ଅକ୍ଷୟ ମହାକୁଡ ଧମକ ଚମକ ଦେବା ନେଇ ନୟାକୋଟ ଥାନାରେ ୨୩/୦୭/୨୦୨୪ରେ ଲିଖିତ ଅଭିଯୋଗ କରିଥିଳେ । ଦୀର୍ଘ ବର୍ଷ ଖଣି ଅଂଚଳରେ ଅରାଜକତା ସୃଷ୍ଟି କରୁଥିବା ଅକ୍ଷୟ ମହାକୁଡ ଏବଂ ତାଙ୍କ ସହଯୋଗୀଙ୍କୁ ଗିରଫ କରିବାକୁ ଦାବି ହୋଇଛି ।