୧୯୭୩ ମାଟ୍ରିକ ବ୍ୟାଚ୍ର ବନ୍ଧୁ ମିଳନ
ପାଣିକୋଇଲି: କୋରେଇ ବ୍ଲକ ଶଙ୍ଖଚିଲା ହିଙ୍ଗୁଳା ହାଇସ୍କୁଲର୧୯୭୩ ମେଟ୍ରିକ୍ ବ୍ୟାଚ୍ର ଛାତ୍ରଙ୍କ ବନ୍ଧୁ ମିଳନ ହିଙ୍ଗୁଳା ମନ୍ଦିର ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ବେଣୁଧର ଗୁରୁଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା ବେଳେ ସମ୍ପାଦକ ଗଙ୍ଗାଧର ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ଅବସରରେ ପୁରାତନ ଶିକ୍ଷକ ପଦ୍ମନାଭ ରାୟ, ଅବସରପ୍ରାପ୍ତ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ସାହୁ, ଅବସରପ୍ରାପ୍ତ କର୍ମଚାରୀ ସଂଘ ସମ୍ପାଦକ ନନ୍ଦ କିଶୋର ସାହୁ, ସାମାଜିକ କର୍ମୀ ଅକ୍ଷୟ କୁମାର ଜେନା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ବୈଠକରେ ପ୍ରଥମେ କୋଷାଧ୍ୟକ୍ଷ ଗଣେଶ ଚନ୍ଦ୍ର ବେହେରା ସ୍ୱାଗତ କରିଥିଲେ ଓ ଉପସଭାପତି ମାଧବାନନ୍ଦ ସାହୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲାବେଳେ ଉକ୍ତ ବ୍ୟାଚର କିଛି ବନ୍ଧୁ ଓ ଶିକ୍ଷକଙ୍କ ସ୍ୱର୍ଗାରୋହଣ କରିଥିବାରୁ ସେମାନଙ୍କ ଉଦେ୍ଦଶ୍ୟରେ ନିରବ ପ୍ରାର୍ଥନା କରାଯାଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବିଜୟ ସାହୁ, ବାବାଜୀ ଚରଣ ବେହେରା, ବଟକୃଷ୍ଣ ସାହୁ, କୈଳାସ ଚନ୍ଦ୍ର ପଣ୍ଡା, ସହ ସମ୍ପାଦକ ଅନିଲ ସାହୁ ଯୋଗ ଦେଇଥିଲେ ।