ନିଖୋଜ ଖୁଡୀଙ୍କ ନାମରେ ଭତ୍ତା ହଡପ ଅଭିଯୋଗ

 ଜଟଣୀ : ଜଟଣୀ ପୌରାଞ୍ଚଳ ଅନ୍ତର୍ଗତ ୱାର୍ଡÿ ନଂ ୨୩ ରେ ଆଜକୁ ପ୍ରାୟ ୬ମାସ ହେବ ନିଖୋଜ ଥିବା ବନଲତା ରାଉତରାୟ ନାମକ ଜଣେ ବୃଦ୍ଧାଙ୍କ ନାମରେ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଭତ୍ତାକୁ ବନ୍ଦ କରିବା ପାଇଁ ପୌରପାଳିକାରେ ପୁତୁରା ଲିଟୁ ରଞ୍ଜନ ରାଉତରାୟ ଲିଖିତ ଅଭିଯୋଗ କରିଥିଲେ । ପତ୍ରରେ ଉଲ୍ଲେଖ ଅନୁଯାୟୀ ତାଙ୍କ ଖୁଡ଼ିଙ୍କର ଛଅ ମାସ ହେବ କୌଣସି ପତ୍ତା ନଥିବା ବେଳେ ତାଙ୍କ ବିଷୟରେ କୌଣସି ଖବର ପରିବାର ଲୋକଙ୍କ ପାଖରେ ନାହିଁ, ଏପରିକି ସେ ମରିଯାଇ ଥାଇପାରନ୍ତି ବୋଲି ମଧ୍ୟ ଆନୁମାନ କରାଯାଉଥିବା ପ୍ରକାଶ କରିଛନ୍ତି କ୍ଷ ତେବେ ଧାରାବାହିକ ଭାବେ ତାଙ୍କର ଭତ୍ତାକୁ କିଭଳି ଅନ୍ଧ ଭାବରେ ପୌର କର୍ମଚାରୀ ବିତରଣ କରୁଛନ୍ତି ତାକୁ ନେଇ ଶ୍ରୀ ରାଉତରାୟ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି କ୍ଷ ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ପୌରାଞ୍ଚଳ ଅନ୍ତର୍ଗତ ବିଭିନ୍ନ ୱାର୍ଡÿ ମାନଙ୍କରୁ ଭତ୍ତା ପାଇଁ ବିବେଚିତ ହୋଇଥିବା ପ୍ରକୃତ ହିତାଧିକାରୀ ଯେଭଳି ଏହି ସୁବିଧା ପାଇପାରିବେ ତାହାରି ଉପରେ ୨୦୨୧ ମସିହାରେ ତକ୍ରାଳୀନ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦିଲ୍ଲୀପ ମହାନ୍ତିଙ୍କ ସଂଯୋଜନାରେ ମୁ୍ୟନିସିପାଲିଟିର କନଫରେନ୍ସ ହଲରେ ୱାର୍ଡ ଅଫିସର୍ସ ପ୍ରୋଗ୍ରାମ ଆସିଷ୍ଟାଣ୍ଟ ଏବଂ ଏହି ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଏକ ଅବଲୋକନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଯେପରିକି ହିତାଧିକାରୀଙ୍କ ମୃତୁ୍ୟ ପରେ ଏହି ବ୍ୟବସ୍ଥାରୁ ସେମାନଙ୍କ ନାମ ଯେପରି ନିର୍ଭୁଲ ଭାବେ ବାଦ୍ କରାଯିବ । ଆଧାରକାର୍ଡ ନ ଥିଲେ ତର୍ଜମା କରାଯିବ, ବିଶେଷ କରି ଭୋଟ୍ ବ୍ୟାଙ୍କ ପାଇଁ ନକଲି ହିତାଧିକାରୀଙ୍କ ସକାଶେ ପ୍ରକୃତ ଯୋଗ୍ୟ ବ୍ୟକ୍ତି ଏହି ସରକାରୀ ଯୋଜନାରୁ ବାଦ୍ ନ ପଡନ୍ତି ତାହାରି ଉପରେ ନିର୍ବାହୀ ଅଧିକାରୀ ଗୁରୁତ୍ୱାରୋପ କରିଥିଲେ । ଅନ୍ୟପକ୍ଷରେ ଏହି ଅଭିଯୋଗ ହେବାପରେ ନିର୍ବାହୀ ଅଧିକାରୀ ଅଧିକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।