ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ

 ରାଜନଗର : ରାଜନଗର ବ୍ଲକ ଘଡିଆମାଳସ୍ଥିତ ସିଦେ୍ଧଶ୍ୱର ହାଇସ୍କୁଲରେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଛି । ଅନୁଷ୍ଠାନର ପ୍ରଧାନଶିକ୍ଷକ ବିଚିତ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଅବସରପ୍ରାପ୍ତ ଶିକ୍ଷକ ରବିନ୍ଦ୍ରନାଥ ପାଲଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ମୁଖ୍ୟଅତିଥି ଓଷ୍ଟା ପ୍ରାକ୍ତନ ଜିଲ୍ଲା ଉପସଭାପତି ମହେଶ୍ୱର ରାଉତ, ମୁଖ୍ୟବକ୍ତା ଭାବେ ବ୍ଲକ ଓଷ୍ଟାର ସମ୍ପାଦକ ସମୀରଣ ମଣ୍ଡଳ, ସମ୍ମାନୀତଅତିଥି ସରପଞ୍ଚ ଶୈଳେନ୍ଦ୍ର ମିଶ୍ର ଯୋଗଦେଇ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ପାଲଙ୍କୁ ଜଣେ ଛାତ୍ରବତ୍ସଳ, ମେଳାପି ଓ ବନ୍ଧୁବତ୍ସଳ ଶିକ୍ଷକ ଭାବରେ ବର୍ଣ୍ଣନା କରିଥିଲେ । ଏହି ଅବସରରେ ପ୍ରାକ୍ତନ ଶିକ୍ଷକ ଶ୍ରୀଧର ଲେଙ୍କା, ଭରତଚନ୍ଦ୍ର ଘଡେଇ ଓ ଅନିଲକୁମାର ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷକ କମଳାକାନ୍ତ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ।