ବାଣପୁର ପଞ୍ଚୁଦୋଳ ତଦାରଖ କଲେ ପୃଥ୍ୱୀରାଜ

 ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାର ଓଡ଼ିଶା ପ୍ରସିଦ୍ଧ ବାଣପୁର ଐତିହାସିକ ପଞ୍ଚୁଦୋଳ ଯାତ୍ରା ନିମନ୍ତେ ପ୍ରସ୍ତୁତି ବୌଠକ ସୋମବାର ଅନୁଷ୍ଠିତ ହୋଇଯାଇଛି । ମାର୍ଚ୍ଚ ୧୯-୨୦ ତାରିଖରେ ପଲଟଣ ପଡ଼ିଆରେ ଏହି ଯାତ୍ରା ଅନୁଷ୍ଠିତ ହେବ । ଆଜି ର ବୌଠକରେ ଆଇନ ମନ୍ତ୍ରୀ  ପୃଥ୍ୱୀରାଜ ହରିଚÿନ୍ଦନ ଯୋଗଦେଇ ଆଇନଶୃଙ୍ଖଳା, ଟ୍ରାଫିକ ବ୍ୟବସ୍ଥା, ପାର୍କିଂ ବ୍ୟବସ୍ଥା, ଠାକୁର ଓ ଠାକୁରାଣୀମାନଙ୍କ ଆଗମନ, ନିରବଛିନ୍ନ ବିଦୁ୍ୟତ ସେବା, ପାନୀୟ ଜଳ ବ୍ୟବସ୍ଥା, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସେବା, ଶ୍ରଦ୍ଧାଳୁଙ୍କ ନିରାପତ୍ତା ବ୍ୟବସ୍ଥା, ପରିଷ୍କାର, ପରିଚ୍ଛନତା ଆଦି ସମସ୍ତ ବିଷୟରେ ବିସ୍ତୃତ ଭାବେ ଆଲୋଚÿନା କରିବା ସହ ପଞ୍ଚୁଦୋଳ ଯାତ୍ରାକୁ ପାଳନ କରିବା ପାଇଁ ଯାହା ଯାହା ଆବଶ୍ୟକ, ତାହା ଯୁଦ୍ଧକାଳୀନ ଭିତ୍ତିରେ ସମ୍ପୂର୍ଣ୍ଣ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିଦେ୍ର୍ଦଶ ଦେଇଥିଲେ  । ଚଳିତବର୍ଷ ରାଜ୍ୟ ସଂସ୍କୃତି ବିଭାଗର ସହଯୋଗରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜଣାପଡିଛି  । ଉକ୍ତ ବୈଠକରେ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା, ଉପଜିଲ୍ଲାପାଳ  କିଶୋର କୁମାର ପଣ୍ଡା, ପଞ୍ଚୁଦୋଳ କମିଟି ସଭାପତି ତଥା ବାଣପୁର ତହସିଲଦାର ଟି. ପଦ୍ମନାଭ ଦୋରା, ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ବିଡ଼ିଓ ଶୀତଲ ଅଗ୍ରୱାଲ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ମିଟୁ ନାୟକ, ଥାନାଧିକାରୀ  ରମେଶ କୁମାର ଦେବତ୍ତା, ପଞ୍ଚୁଦୋଳ କମିଟିର ସମ୍ପାଦକ ମାଧବ ବାରିକ , ଉପସଭାପତି ବୀରଭଦ୍ର କାଣ୍ଡିଙ୍କ ସମେତ ପଞ୍ଚୁଦୋଳ କମିଟିର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।