ଲୋକତନ୍ତ୍ର ସେନାନୀ ସମ୍ବର୍ଦ୍ଧିତ

 ଆନନ୍ଦପୁର  : ଆଜକୁ ୫୦ ବର୍ଷ ତଳେ କଂଗ୍ରେସ ସରକାର ଦେଶରେ ଶାସନ ଭାର ଗ୍ରହଣ କରିଥିବା ସମୟରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀ ଦେଶରେ ସମ୍ବିଧାନକୁ ହତ୍ୟାକରି ଜରୁରୀକାଳୀନ ପରିସ୍ଥିତି ଜାରି କରଥିଲେ । ଏହି କ୍ରମରେ ଭୁବନେଶ୍ୱରସ୍ଥ ରେଳ ସଦନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ତତ୍ୱାବଧାନରେ ରାଜ୍ୟ ଲୋକତନ୍ତ୍ର ସେନାନି ସଂଘ ପକ୍ଷରୁ ଜରୁରୀ ପରିସ୍ଥିତିର ୫୦ବର୍ଷ ପୂର୍ତ୍ତି ଅବସରରେ କଳାଦିବସ  ପାଳିତ ହୋଇଥିଲା । ଜରୁରୀ ପରିସ୍ଥିତିକୁ ବିରୋଧ କରି କାରାବରଣ ଭୋଗ କରିଥିବା ସ୍ୱତନ୍ତ୍ରତା ସେନାନୀଙ୍କୁ ସମ୍ମାନିତ କରାଯାଇଥିଲା । ମନ୍ତ୍ରୀ ସୂର୍ଯ୍ୟାବଂଶୀ  ସୁରଜ ଉପସ୍ଥିତ ରହି ଦ୍ୱିତୀୟ ପର୍ଯାୟରେ ୫୨ ଜଣ ଲୋକତନ୍ତ୍ର ସେନାନୀ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ. ଏଥି ମଧ୍ୟରୁ କେନ୍ଦୁଝର ଜିଲ୍ଲାରୁ ୮ ଜଣ ସମ୍ମାନୀତ ହୋଇ ଥିବା ବେଳେ ଆନନ୍ଦପୁର ରୁ ଆନନ୍ଦପୁର ଲୋକତନ୍ତ୍ର ସେନାନୀ ଶ୍ରୀ ସତ୍ୟନାରାୟଣ ମହାପାତ୍ର, ପୂର୍ବତନ ବିଧାୟକ କ୍ଷୀରୋଦ ପ୍ରସାଦ ସ୍ୱାଇଁ, ରବୀନ୍ଦ୍ର ପ୍ରସାଦ ଚାନ୍ଦ, ନଗେନ ଚନ୍ଦ୍ର ଚାନ୍ଦ, ନିତ୍ୟନନ୍ଦ ଦାସ, ସୁରେଶ ଚନ୍ଦ୍ର ପାଢ଼ୀ, ସ୍ୱର୍ଗତ ଦୁର୍ଗା ଚରଣ ଦଳେଇ, ଅଧ୍ୟାପକ ଗଦାଧର ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସ୍ୱର୍ଗତ ଦୁର୍ଗା ଚରଣ ଦଳେଇଙ୍କ ଦେହାନ୍ତ ହୋଇଥିବାରୁ ତାଙ୍କ ପନôୀ ପ୍ରତିଭା ଦଳେଇଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।