ଭାରତୀୟ ଜ୍ଞାନ ପ୍ରଣାଳୀ ସମ୍ବନ୍ଧୀୟ ବକ୍ତବ୍ୟ ଆୟୋଜିତ

ଜଟଣୀ: ଭାରତୀୟ ପ୍ରଦ୍ୟୋଗିକ ସଂସ୍ଥାନ (ଆଇଆଇଟି) ଭୁବନେଶ୍ୱର ପକ୍ଷରୁ ନିକଟରେ ପ୍ରଫେସର ବି. ମହାଦେବନ (ପୂର୍ବତନ ପ୍ରଫେସର, ଆଇଆଇଏମ୍ ବାଙ୍ଗାଲୋର)ଙ୍କ ଦ୍ୱାରା ‘ଟ୍ରେଜର ଇନ ଉଡନ୍ ବକ୍ସ : ଭାରତୀୟ ଜ୍ଞାନ ପ୍ରଣାଳୀ (ସମୀକ୍ଷା ଏବଂ ପ୍ରାସଙ୍ଗିକତା) ଶୀର୍ଷକ ଏକ ବକ୍ତବ୍ୟ ଆୟୋଜିତ ହୋଇଯାଇଛି । ଆଲୋଚନାର ଉଦେ୍ଦଶ୍ୟ ଥିଲା ଆନୁଷ୍ଠାନିକ ଭାବରେ ଭାରତୀୟ ଜ୍ଞାନ ପ୍ରଣାଳୀର ଧାରଣା ଓ ଏହାର କିଛି ବିଶେଷତ୍ୱକୁ ସାମ୍ନାକୁ ଆଣିବା  । ପ୍ରଫେସର ମହାଦେବନଙ୍କ ଉପସ୍ଥାପନା ବିଭିନ୍ନ କ୍ଷେତ୍ରରେ ଭାରତୀୟ ଜ୍ଞାନ ପ୍ରଣାଳୀର ବିସ୍ତୃତ ଐତିହାସିକ ଗଭୀରତାକୁ ଦର୍ଶାଇ ଭାରତୀୟ ଜ୍ଞାନ ପ୍ରଣାଳୀକୁ ଅନୁସନ୍ଧାନ କରିଥିଲା । ସେ ପ୍ରାଚୀନ ଗଣିତ ଓ ଜ୍ୟୋତିର୍ବିଜ୍ଞାନ ଠାରୁ ଆରମ୍ଭ କରି (ଡାୟୋଫାଣ୍ଟାଇନ୍ ସମୀକରଣ ଏବଂ ସଂଖ୍ୟା ପ୍ରଣାଳୀକୁ ଅନ୍ତର୍ଭୁକ୍ତ କରି) ସ୍ଥାପତ୍ୟ ଚମକ୍ରାରିତା (ଜୟସଲମେର ଦୁର୍ଗ ଏବଂ କୋଣାର୍କ ସୂର୍ଯ୍ୟ ମନ୍ଦିର ପରି) ଏବଂ ଧାତବ ବିଜ୍ଞାନ ସଫଳତା (ଯେପରିକି ୱୁଟ୍ ଷ୍ଟିଲ୍) ପର୍ଯ୍ୟନ୍ତ ଉଦାହରଣ ଉପସ୍ଥାପନ କରିଥିଲେ । ଜ୍ଞାନର ସମୃଦ୍ଧ ଭଣ୍ଡାର ଥିବା ସତ୍ତ୍ୱେ ଭାରତର ଆଧୁନିକ ଶିକ୍ଷା ବ୍ୟବସ୍ଥାରେ ଏହି ଚିନ୍ତାଧାରାକୁ ଅଣଦେଖା କରାଯାଇଛି । ଏହାର କାରଣ ହେଉଛି ବ୍ରିଟିଶ ଶାସନ ଅଧୀନରେ ଥିବା ଶିକ୍ଷାଗତ ନୀତି ସ୍ୱଦେଶୀ ଜ୍ଞାନ ପ୍ରଣାଳୀକୁ ଗୁରୁତ୍ୱ ଦେବା ପାଇଁ ବାଛିଥିଲା ଓ ଏହା ବଦଳରେ ପ୍ରାୟ ୨୦୦ ବର୍ଷ ପୂର୍ବେ ପାଶ୍ଚାତ୍ୟ ଜ୍ଞାନ ଉପରେ ଆଧାର କରି ଏକ ବିକଳ୍ପ ପ୍ରସ୍ତୁତ କରିଥିଲା । ଏହା ଭାରତୀୟ ଜ୍ଞାନ ବ୍ୟବସ୍ଥାରେ ଏକ ଅନିନ୍ତରତା ସୃଷ୍ଟି କରିଛି । ପ୍ରଫେସର ଶ୍ରୀପଦ୍ କର୍ମାଲକର, ନିଦେ୍ର୍ଦଶକ, ବାମଦେବ ଆଚାର୍ଯ୍ୟ ରେଜିଷ୍ଟ୍ରାର, ଅଧ୍ୟାପକ, କର୍ମଚାରୀ ଏବଂ ପ୍ରତିଷ୍ଠାନର ଛାତ୍ରମାନେ ଏହି ବକ୍ତବ୍ୟରେ ଯୋଗ ଦେଇ ବକ୍ତାଙ୍କ ସହ ଆଲୋଚନା କରିଥିଲେ । ପ୍ରଫେସର-ଇନ୍-ଚାର୍ଜ ଡ. ବିଜୟକୃଷ୍ଣ କରୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।