୬ ଛାତ୍ର କଂଗ୍ରେସ ନେତା ଅଟକ

୬ ଛାତ୍ର କଂଗ୍ରେସ ନେତା ଅଟକ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ହେଲେ ମୋଦିଙ୍କ ଗସ୍ତ ପୂର୍ବରୁ କଂଗ୍ରେସର ଯୁବଛାତ୍ର ନେତାଙ୍କୁ ପୋଲିସ ଉଠାଇ ନେଇଛି। ସୟଦ ୟାସିର୍‌ ନୱାଜଙ୍କ ସମେତ ୬ଜଣ କଂଗ୍ରେସ ନେତା ଅଟକ ରହିଛନ୍ତି। ଭାଜପା ସରକାରର ବର୍ଷପୂର୍ତ୍ତି ଉତ୍ସବରେ ଯୋଗଦେବା ଲାଗି ମୋଦି ଅପରାହ୍ନ ୩ଟା ୪୦ ମିନିଟ୍‌ରେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ସେଠାରେ ତାଙ୍କୁ ଉଭୟ ସରକାର ଏବଂ ଦଳୀୟ ନେତାମାନଙ୍କ ପକ୍ଷରୁ ଭବ୍ୟ ସ୍ବାଗତ କରାଯିବ।
ପରେ ମାନବନ୍ଦରଠାରୁ ଆୟୋଜନ ହେବାକୁ ଥିବା ତ୍ରିରଙ୍ଗାଯାତ୍ରାରେ ମୋଦି ସାମିଲ ହୋଇ କଳିଙ୍ଗ ଷ୍ଟାଡିୟମ ପର୍ଯ୍ୟନ୍ତ ଯିବେ। କଳିଙ୍ଗ ଷ୍ଟାଡିୟମଠାରୁ ଜନତା ମଇଦାନ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ରୋଡ୍‌ ଶୋ’ କରିବା କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏହାପରେ ପ୍ରଧାନମନ୍ତ୍ରୀ ଜନତା ମଇଦାନଠାରେ ଆୟୋଜିତ ସରକାରଙ୍କ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗଦେଇ ଜନସାଧାରଣଙ୍କ ଆଗରେ ନିଜର ସମ୍ବୋଧନ ରଖିବେ।