ରାସ୍ତା ଉପରେ ଡାକ୍ତରଙ୍କ ରୋଗୀ ସେବା


ାା ଏଜେନ୍ସି ।ା ନୂଆଦିଲ୍ଲୀ: ରାସ୍ତା ଉପରେ ହେବ ରୋଗୀ ସେବା । ରାସ୍ତା ଉପରେ ମାଗଣା ଓପିଡି ସେବା ଦେବେ ରେସିଡେଣ୍ଟ ଡାକ୍ତର । ସୁନିଶ୍ଚିତ ସୁରକ୍ଷା ବ୍ୟବସ୍ଥା ନ ମିଳିବା ଯାଏଁ ରାସ୍ତାରେ ଓପିଡି ସେବା ଜାରି ରହିବ । କୋଲକାତା ଟ୍ରେନି ଡାକ୍ତରଙ୍କୁ କୁକର୍ମ ଓ ହତ୍ୟା ମାମଲାକୁ ନେଇ ଦିଲ୍ଲୀ ନିର୍ମାଣ ଭବନ ସମ୍ମୁଖରେ ଡାକ୍ତରମାନେ ଏଭଳି କିଛି ଅଭିନଭ ପ୍ରତିବାଦ କରିଛନ୍ତି । ଦିଲ୍ଲୀ ଏମ୍ସ ସହ ଅନ୍ୟ ହସ୍ପିଟାଲର ଡାକ୍ତରମାନେ ଏହି ଆନେ୍ଦାଳନରେ ସାମିଲ ହୋଇଛନ୍ତି । 
କୋଲକାତା ଆର୍ଜି କର ମେଡିକାଲ କଲେଜରେ ଟ୍ରେନି ଡାକ୍ତରଙ୍କ ସହ କୁକର୍ମ ଓ ହତ୍ୟା ମାମଲାରେ ପ୍ରତିଦିନ ନୂଆ ନୂଆ ଖୁଲାସା ହୋଉଛି । ସମଗ୍ର ଦେଶରେ ଏହି ଘଟଣାକୁ ନେଇ ଅସନ୍ତୋଷ ଜାରି ରହିଛି । ସିବିଆଇ ପୂରା ମାମଲାର ତଦନ୍ତ ଜାରି ରଖିଛି । ସୁପ୍ରିମକୋର୍ଟ ମଧ୍ୟ ଏଥିରେ ନିଜଆଡୁ ହସ୍ତକ୍ଷେପ କରିଛନ୍ତି । ଏପଟେ ରେସିଡେଣ୍ଟ ଡାକ୍ତରଙ୍କ ଧର୍ମଘଟ ଆଜି ୮ମ ଦିନରେ ପହଞ୍ଚିଛି । ଦେଶର ଅନେକ ବଡ ଡାକ୍ତରଖାନାରେ ସ୍ୱାସ୍ଥ୍ୟ ସେବା ପ୍ରଭାବିତ ହୋଇଛି । ଆଜିଠାରୁ ଦିଲ୍ଲୀର ଏମସ ଏବଂ ଅନ୍ୟାନ୍ୟ ଡାକ୍ତରଖାନାର ରେସିଡେଣ୍ଟ ଡାକ୍ତରମାନେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବାହାରେ ରାସ୍ତାରେ ରୋଗୀଙ୍କୁ ଚିକିସôା ସେବା ଯୋଗାଇବେ ବୋଲି ଏକ ପ୍ରେସ୍ ରିଲିଜ ମାଧ୍ୟରେ ଘୋଷଣା କରିଛନ୍ତି । ଆମେ ଆମର ରୋଗୀଙ୍କୁ ସେବା କରିବାକୁ ସର୍ବଦା ପ୍ରସ୍ତୁତ । ସମସ୍ତ ଏମ୍ସ ବାସିନ୍ଦା ତଥା ଦିଲ୍ଲୀ ଡାକ୍ତରଖାନାର ବାସିନ୍ଦା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବିପରୀତ ରାସ୍ତାରେ ନିର୍ମଣ ଭବନରେ ମାଗଣା ଓପିଡି ସେବା ଯୋଗାଇବେ । ଯେତେ ଯାଏଁ କେନ୍ଦ୍ରୀୟ ସୁରକ୍ଷା ଅଧୀନରେ ହସ୍ପିଟାଲଗୁଡିକୁ ପର୍ଯ୍ୟାପ୍ତ ସୁରକ୍ଷା ନ ଯୋଇ ଦିଆଯାଇଛି ସେତେ ଯାଏଁ ଆମର ଏହି ଆନେ୍ଦାଳନ ଜାରି ରହିବ ବୋଲି ରେସିଡେଣ୍ଟ ଡାକ୍ତରଙ୍କ ତରଫରୁ ଏକ ବିବୃତ୍ତି ଜାରି କରି କୁହାଯାଇଛି ।