ନିଯୁକ୍ତି ନମିଳିଲେ ଧାରଣା ଦେବେ ସଫେଇ କର୍ମଚାରୀ
ଟାଙ୍ଗୀ-ଚୌଦ୍ୱାର : ଚୌଦ୍ୱାର ପୌର ପାଳିକାର ପିଛା ଛାଡୁନି ବିବାଦ । ସରକାର ସଞ୍ଚୟ ସମିତି ମହିଳାଙ୍କୁ ସରକାରଙ୍କ ବିଭିନ୍ନ କାର୍ଯ୍ୟରେ ସାମିଲ କରୁଥିବା ବେଳେ, ଚୌଦ୍ୱାର ପୌର ପାଳିକାରେ ସ୍ୱୟଂ ସହାୟକ ଦଳରୁ ବାଦ ଦେଇ ସଫେଇ ଠିକାଦାର ଉପରେ ଭରସା ରଖୁଛି । ଏହାର ଏକ ଉଦାହରଣ ଗତ ଏକ ତାରିଖ ଦିନ ଠାରୁ ତିରିଶ ଜଣ ମହିଳା କର୍ମଚାରୀଙ୍କୁ ସଫେଇ ଠିକାଦାର ଚାକିରିରୁ ବାଦ ଦେଇଛନ୍ତି ଏଥିପାଇଁ ଯେ ମହିଳା ମାନେ ସଠିକ ଭାବେ କାମ କରି ପାରୁନାହାନ୍ତି । ଆଶ୍ଚର୍ଯ୍ୟର କଥା ଏହି ପୌରପାଳିକା ଅଧ୍ୟକ୍ଷ ଜଣେ ମହିଳା ଥିବା ବେଳେ, ସେ ଠିକାଦାରଙ୍କ ଜୟ ଜୟକାର କରୁଛନ୍ତି । ସ୍ଥାନୀୟ ବିଧାୟକ ସୌଭିକ ବିଶ୍ୱାଳ ଆନେ୍ଦାଳନ କରୁଥିବା ସମସ୍ତ ମହିଳା ମାନଂକୁ ଚାକିରୀ ରେ ଫେରାଇ ଆଣିବା ପାଇଁ ଠିକାଦାର ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣ ପ୍ରଭା ସାମଲ, ନିର୍ବାହୀ ଅଧିକାରୀ ସୌମ୍ୟ ରଞ୍ଜନ ମିଶ୍ର ଓ ଉପାଧ୍ୟାକ୍ଷ ଶୁଭେନ୍ଦୁ ସାମଲଙ୍କୁ ନିଦେ୍ର୍ଦଶ ଦେଇଥିଲେ ସୁଦ୍ଧା କୌଣସି ଫଳପ୍ରଦ ହେଲା ନାହିଁ । ଅନ୍ୟ ପକ୍ଷ ରେ ଠିକାଦାର ସରକାର ଙ୍କ ୈନିକ ମଜୁରୀ ୪୬୨ ଟଙ୍କା ଥିବା ବେଳେ ଶ୍ରମିକ ମାନଂକୁ ୩୫୦ ଟଙ୍କା ଦଉଥିଲା କ୍ଷ ଏହି ଘଟଣା ରେ ସମସ୍ତେ ଅବଗତ ଅଛନ୍ତି ଓ ଦୁର୍ନୀତି କୁ ଖୁଲମଖୁଲା ପ୍ରଶୟ ଦେଉଛନ୍ତି କ୍ଷ ଆଜି ଏହି ସଫେଇ କର୍ମଚାରୀ ଙ୍କ ସହିତ ଆଲୋଚନା ପାଇଁ ନିର୍ବାହୀ ଅଧିକାରୀ ଓ ପୌରଧ୍ୟକ୍ଷା ସମୟ ଦେଇଥିଲେ ସୁଦ୍ଧା ଶେଷ ମୁହୂର୍ତରେ ମନା କରିଦେଇଥିଲେ । ଅନ୍ୟପକ୍ଷରେ ଉପାଧ୍ୟାକ୍ଷ ଶୁଭେନ୍ଦୁ ସାମଲ ଠିକାଦାରଙ୍କ ପ୍ରତିନିଧି ସହ ଆଲୋଚନା କରି ସମସ୍ତ କର୍ମଚାରୀଙ୍କୁ ପୁଣି ଫେରାଇ ନିଆଯିବ ବୋଲି କେବଳ ପ୍ରତିଶୃତି ଦେଲା ପରେ ଘଟଣାଟି ଭିନ୍ନ ମୋଡ଼ ନେଇଥିଲା । କର୍ମଚାରୀ ସଙ୍ଘ ସଭାପତି ରୋହିତ ନାୟକଙ୍କ କହିବା ଅନୁଯାଇ ୧୪ ତାରିଖ ଭିତରେ ଯଦି ସମସ୍ତଙ୍କୁ କାମ କରିବାକୁ ସୁଯୋଗ ଦିଆନଯାଏ ତାହାଲେ ସ୍ୱାଧୀନତା ଦିବସ ଦିନ ପୌର ପାଳିକା କାର୍ଯ୍ୟକ୍ରମରେ କଳା ପତାକା ପ୍ରଦର୍ଶନ ସହ କଂଗ୍ରେସର ନେତା ରାଜୀବ ମହାନ୍ତି ପୌରପାଳିକା ସମ୍ମୁଖରେ ଧାରଣାରେ ବସିବେ ।