କ୍ରିକେଟ ତାରକାଙ୍କୁ ସମ୍ବର୍ଦ୍ଧିତ କଲା ଡାଲମିଆ ସିମେଣ୍ଟ

ାା ପ୍ରଭାନୁ୍ୟଜ ।ା ଭୁବନେଶ୍ୱର: ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ ଜଣେ ଯୁବ କ୍ରିକେଟ ତାରକା ତଥା ଡାଲମିଆ ସିମେଣ୍ଟର କର୍ମଚାରୀ ଅଭିଷେକ ଶୁକ୍ଳାଙ୍କୁ ଓଡ଼ିଶା କ୍ରିକେଟ ଆସୋସିଏସନ ପକ୍ଷରୁ ଶାରୀରିକ ଭିନ୍ନକ୍ଷମଙ୍କ ନିମନ୍ତେ ରହିଥିବା ଓଡ଼ିଶା କ୍ରିକେଟ ଦଳରେ ଉଲ୍ଲେଖନୀୟ ସଫଳତା ହାସଲ ନିମନ୍ତେ ସମ୍ବର୍ଦ୍ଧିତ କରି ନିଜକୁ ଗୋ÷ରବାନ୍ୱିତ ମନେ କରୁଛି । ରାଜଗାଙ୍ଗପୁର ବାସିନ୍ଦା ଅଭିଷେକଙ୍କ ଜନ୍ମ ସମୟରେ ତାଙ୍କର ବାମ ହାତ ଖଣ୍ଡିତ ଥିଲା ଏବଂ ସେ କ୍ରୀଡା ପ୍ରତି ନିଜର ଗଭୀର ଏକାଗ୍ରତା ଏବଂ ଆଗ୍ରହ ଜରିଆରେ ଭିନ୍ନକ୍ଷମ ସ୍ଥିତିର ଊଦ୍ଧ୍ୱର୍କୁ ଉଠିପାରିଛନ୍ତି । ବିଗତ ବର୍ଷଗୁଡିକରେ ସେ ଏକାଧିକ ଆନ୍ତର୍ଜାତିକ ଟୁର୍ଣ୍ଣାମେଣ୍ଟରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି, ଯେଉଁଥିରେ ଭାରତ ବନାମ ବାଂଲାଦେଶ ଭିନ୍ନକ୍ଷମ କ୍ରିକେଟ ସିରିଜ ଅନ୍ତର୍ଭୁକ୍ତ, ଯେଉଁ ସିରିଜରେ ସେ ଶ୍ରେଷ୍ଠ ବୋଲର ପୁରସ୍କାର ହାସଲ କରିଥିଲେ । ତାଙ୍କ ସଫଳତା ପାଇଁ ତାଙ୍କୁ ବିସିସିଆଇ ସମର୍ଥିତ ଭାରତର ଭିନ୍ନକ୍ଷମ କ୍ରିକେଟ ପରିଷଦ ସମ୍ମାନିତ କରିଛି । ଅଭିଷେକ ଶୁକ୍ଳା ୧୫ ଅକ୍ଟୋବରରୁ ୨୬ ଅକ୍ଟୋବର ୨୦୨୪ ପର୍ଯ୍ୟନ୍ତ ରାଜସ୍ଥାନର ଜୟପୁରରେ ହେବାକୁ ଯାଉଥିବା ଜାତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶାର ପ୍ରତିନିଧିତ୍ତ୍ୱ କରିବାକୁ ଯାଉଛନ୍ତି । ତାଙ୍କର ଉଲ୍ଲେଖନୀୟ ସଫଳତାକୁ ସ୍ୱୀକୃତି ଜଣାଇ ଚେତନ ଶ୍ରୀବାସ୍ତବ, ଏକଜିକୁ୍ୟଟିଭ ଡାଇରେକ୍ଟର, ଡିସିବିଏଲ ଏବଂ ୟୁନିଟ ହେଡ ରାଜଗାଙ୍ଗପୁର, ଅଭିଷେକଙ୍କୁ ୩୫,୦୦୦ ଟଙ୍କାର ଏକ ଚେକ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।