ଟିଏସ୍ଏଫ ପକ୍ଷରୁ ନୂତନ ଶ୍ରେଣୀଗୃହ ଲୋକାର୍ପିତ

ାା ପ୍ରଭାନୁ୍ୟଜ ।ା କଳିଙ୍ଗନଗର: ଶିକ୍ଷାନୁଷ୍ଠାନ ଗୁଡ଼ିକର ଭିତ୍ତିଭୂମିରେ ଉନ୍ନତି ଆଣି ଶିକ୍ଷଣ ସ୍ଥିତିରେ ଉନ୍ନତି ଆଣିବା ଉଦେ୍ଦଶ୍ୟରେ ଟାଟାଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ଦାନଗଦୀ ବ୍ଲକ ନଡ଼ିଆଭଙ୍ଗା ପଞ୍ଚାୟତ ଖଣ୍ଡରା ଗ୍ରାମରେ ନିର୍ମିତ ଉଚ୍ଚ ପ୍ରାଥମିକ ପ୍ରକଳ୍ପ ବିଦ୍ୟାଳୟର ଦୁଇଟି ନୂତନ ଶ୍ରେଣୀଗୃହ ଲୋକାର୍ପିତ ହୋଇଯାଇଛି । ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ର ଏମ୍ଡି ତଥା ସିଇଓ ସୁଧୀର ମେହେଟ୍ଟା ଏହାକୁ ଉଦଘାଟନ କରିଥିଲେ । ଏହି ଅବସରରେ ନଡ଼ିଆଭଙ୍ଗା ପଞ୍ଚାୟତର ସରପଞ୍ଚ ରଶ୍ମିତା ସାହୁ, ସ୍କୁଲ ଶିକ୍ଷକ, ସ୍କୁଲ ଛାତ୍ରଛାତ୍ରୀ ଓ କମୁ୍ୟନିଟି ସଦସ୍ୟମାନେ ଉପସ୍ଥିତ ଥିଲେ । ଏହା୧୬୦୦ବର୍ଗଫୁଟରୁ ଅଧିକ ସ୍ଥାନରେ ନିର୍ମିତ । ଯାହାଦ୍ୱାରା ବିଦ୍ୟାଳୟର କ୍ଷମତା ବୃଦ୍ଧି ପାଇବ । ଏହି ଶ୍ରେଣୀଗୃହରେ ୨୪୦ରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢ଼ିପାରିବେ ଏବଂ ପାଠପଢିବା ପାଇଁ ଉନ୍ନତ ପରିବେଶ ଉପଲବ୍ଧ ହେବ । ଏହି ଅବସରରେ ଏନ୍ଆଇଏନ୍ଏଲର ଏମ୍ଡି ତଥା ସିଇଓ ଶ୍ରୀ ମେହେଟ୍ଟା କହିଲେ, ଗୁଣାତ୍ମକ ଶିକ୍ଷା ପାଇବା ପ୍ରତ୍ୟେକ ପିଲାଙ୍କ ଅଧିକାର ଏବଂ ଏହି ପଦକ୍ଷେପ ମାଧ୍ୟମରେ ଆମେ ପିଲାମାନଙ୍କୁ ଉନ୍ନତ ଶିକ୍ଷା ସୁବିଧା ଯୋଗାଇଦେବାକୁ ଚାହୁଁଛୁ । ନଡ଼ିଆଭଙ୍ଗା ପଞ୍ଚାୟତର ଛାତ୍ରଛାତ୍ରୀଙ୍କ ପାଇଁ ଉନ୍ନତ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ଦିଗରେ ଏହା ଏକ ଗୁରୁତ୍ତ୍ୱପୂର୍ଣ୍ଣ ପଦକ୍ଷେପ ।