ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶରେ କଟକ
ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର : ଓଡ଼ିଶାବାସୀଙ୍କର ବହୁ ଦାବି, ଆପତ୍ତି ଓ ଆନେ୍ଦାଳନ ଫଳରେ ୧୯୩୬ ଅପ୍ରେଲ ୧ ତାରିଖରୁ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରାଗଲା । କିନ୍ତୁ ତାହା ଥିଲା ଖଣ୍ଡିତ ଓଡ଼ିଶା । ଉତ୍ତରରେ ସିଂହଭୂମି ମେଦିନୀପୁର, ଚକ୍ରଧରପୁର, ପଶ୍ଚିମରେ ବସ୍ତର ଓ ରାୟପୁର ପ୍ରଭୃତି ଏବଂ ଦକ୍ଷିଣରେ ମଞ୍ଜୁଷା, ଟିକାଲି, ଓ ତରଳା ପ୍ରଭୃତି ବହୁ ଓଡ଼ିଆ ଭାଷା ଭାଷୀ ଅଞ୍ଚଳରେ ଓଡ଼ିଶା ପ୍ରଦେଶରେ ସାମିଲ ହୋଇପାରିଲା ନାହିଁ । ହବାକ୍ କମିଟି ରିପୋର୍ଟ ଅନୁସାରେ ଓଡ଼ିଶାରେ ପ୍ରାଚୀନ ରାଜଧାନୀ କଟକକୁ ଓଡ଼ିଶା ପ୍ରଦେଶର ରାଜଧାନୀ କରାଗଲା । ସାର୍ ଜନ୍ ଅଷ୍ଟିକ୍ ହବାକ ଓଡ଼ିଶାର ଗଭର୍ଣ୍ଣର ପଦବୀରେ ନିଯୁକ୍ତି ହେଲେ । ସେ ରେଭେନ୍ସା କଲେଜ ସଭାଗୃହରେ ୧୯୩୬ ଅପ୍ରେଲ ୧ ତାରିଖରେ ଓଡ଼ିଶାର ଗଭର୍ଣ୍ଣର ଭାବରେ ଶପଥ ଗ୍ରହଣ କଲେ । ୧୯୩୭ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ନିର୍ବାଚନ ହୋଇନଥିବାରୁ ୨୧ଜଣ ସଦସ୍ୟ ବିଶିଷ୍ଟ ଉପଦେଷ୍ଟା ପରିଷଦ ଗଠନ ହୋଇଥିଲା । ୧୯୩୭ ଜାନୁଆରୀ ମାସରେ ଭୋଟ ଗ୍ରହଣ କରାଗଲା । କଂଗ୍ରେସ ୩୬ ଆସନରେ ବିଜୟ ଲାଭ କରି ସଂଖ୍ୟା ଗରିଷ୍ଠତା ଲାଭ କରିଥିଲା । ବିଶ୍ୱନାଥ ଦାସ ଓଡ଼ିଶାର ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବା ପୂର୍ବରୁ ହାଇକମାଣ୍ଡଙ୍କ ନିଷ୍ପତ୍ତି କ୍ରମେ ଗଭର୍ଣ୍ଣରଙ୍କୁ ଗଣତାନ୍ତ୍ରିକ ସରକାରଙ୍କ ଦୈନନ୍ଦିନ କାର୍ଯ୍ୟରେ ହସ୍ତକ୍ଷେପ ନ କରିବାର ଲିଖିତ ପ୍ରତିଶ୍ରୁତି ମାଗିଲେ । ଗଭର୍ଣ୍ଣର ସେପରି ପ୍ରତିଶ୍ରୁତି ଦେବାକୁ ରାଜି ହେଲେ ନାହିଁ । ସଂଖ୍ୟା ଗରିଷ୍ଠତା ଥିବା ସତ୍ତ୍ୱେ କଂଗ୍ରେସ ହାଇକମାଣ୍ଡଙ୍କ ନିଦେ୍ର୍ଦଶ ଯୋଗୁ ବିଶ୍ୱନାଥ ଦାସ ପ୍ରଧାନମନ୍ତ୍ରୀ ହୋଇପାରିଲେ ନାହିଁ । ତେଣୁ ସଂଖ୍ୟା ଗରିଷ୍ଠତା ନଥାଇ ପାରଳାଖେମୁଣ୍ଡି ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ଭାବରେ ୧୯୩୭ ଅପ୍ରେଲ ୧ ତାରିଖରୁ ଜୁଲାଇ ୧୮ ପର୍ଯ୍ୟନ୍ତ କାର୍ଯ୍ୟ କଲେ । ଏହି ସମୟ ମଧ୍ୟରେ ବିଧାନସଭାର କୋ÷ଣସି ଅଧିବେଶନ ଅନୁଷ୍ଠିତ ହୋଇନଥିଲା । ଇତିମଧ୍ୟରେ ଗଭର୍ଣ୍ଣର ନିର୍ବାଚିତ ସରକାରଙ୍କ ଦୈନନ୍ଦିନ କାର୍ଯ୍ୟକ୍ରମରେ ହସ୍ତକ୍ଷେପ ନକରିବାର ଲିଖିତ ପ୍ରତିଶ୍ରୁତି ଦେଲେ । ଫଳରେ ବିଶ୍ୱନାଥ ଦାସଙ୍କ ପ୍ରଧାନମନ୍ତ୍ରୀତ୍ୱରେ କଂଗ୍ରେସ ମନ୍ତ୍ରିମଣ୍ଡଳ ୧୯୩୭ ଜୁଲାଇ ୧୯ରେ ଶପଥ ନେଲେ । ୧୯୩୯ରେ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଥିଲା । ଇଂରେଜ ସରକାର ଭାରତୀୟଙ୍କ ମତ ନନେଇ ଭାରତକୁ ବିଶ୍ୱଯୁଦ୍ଧରେ ପକ୍ଷଭୁକ୍ତ କରିଦେଲେ । ତେଣୁ ହାଇକମାଣ୍ଡଙ୍କ ନିଦେ୍ର୍ଦଶ ମତେ ବିଶ୍ୱନାଥ ଦାସ ମନ୍ତ୍ରିମଣ୍ଡଳ ୧୯୩୯ ନଭେମ୍ବର ୪ ତାରିଖରେ ଇସ୍ତଫା ଦେଲେ । ଏହାପରେ ପାରଳା ମହାରାଜାଙ୍କ ନେତୃତ୍ୱରେ ଗଠିତ ମିଳିତ ଦଳ ବିଜୟୀ ହୋଇ ୧୯୪୧ ନଭେମ୍ବର ୨୪ ତାରିଖରେ ମନ୍ତ୍ରିମଣ୍ଡଳ ଗଠନ କଲେ । ୧୯୪୬ ନିର୍ବାଚନରେ କଂଗ୍ରେସ ସଂଖ୍ୟା ଗରିଷ୍ଠତା ଲାଭ କରିଥିଲା ଏବଂ ହରେକୃଷ୍ଣ ମହତାବଙ୍କ ନେତୃତ୍ୱରେ ୧୯୪୬ ଅପ୍ରେଲ ୨୩ ତାରିଖରେ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କରିଥିଲା ।
୧୯୩୩ରେ ହବାକ୍ କମିଟିଙ୍କ ସୁପାରିଶ କ୍ରମେ କଟକରେ ୧୯୩୬ରୁ ଓଡ଼ିଶାର ରାଜଧାନୀ ସ୍ଥାପନ ହୋଇଥିଲା । କଟକର ଚତୁର୍ଦ୍ଦିଗରେ ନଦୀ ଥିବାରୁ ରାଜଧାନୀ ନିମିତ୍ତ ସ୍ଥାନାଭାବ ହେଲା । ତେଣୁ ୧୯୪୬ ସେପ୍ଟେମ୍ବର ୩୦ରେ ଭୁବନେଶ୍ୱରରେ ରାଜଧାନୀ ସ୍ଥାପନ ନିମିତ୍ତ ନିଷ୍ପତ୍ତି ଗ୍ରହଣ କରାଗଲା । ଭୁବନେଶ୍ୱରକୁ ଗୋଟିଏ ଆଦର୍ଶ ରାଜଧାନୀ ଭାବରେ ଗଢିବା ନିମିତ୍ତ ନକ୍ସା ପ୍ରସ୍ତୁତ ହୋଇ ୧୯୪୮ ଅପ୍ରେଲ ୧୩ ତାରିଖରେ ଭାରତର ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଦ୍ୱାରା ଶୁଭ ଦିଆଗଲା । ବିଖ୍ୟାତ ସ୍ଥପତି ‘ଭାଜ୍’ ଓ ନଗର ନିର୍ମାଣ ବିଶାରଦ ‘କ୍ୱିଇନ ବର୍ଗର’ ଭୁବନେଶ୍ୱରର ନଗର ପରିକଳ୍ପନା ଓ ନକ୍ସା ପ୍ରସ୍ତୁତ କରିଥିଲେ । ୧୯୪୯ ଅକ୍ଟୋବର ୧୦ ତାରିଖରେ କଟକରୁ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରକୁ ସ୍ଥାନାନ୍ତରିତ ହେଲା । ୧୯୪୭ ଅଗଷ୍ଟ ୧୫ରେ ଭାରତ ସ୍ୱାଧୀନତା ଲାଭ କଲା । ସେହିଦିନ କଟକ ବାରବାଟୀ କିଲା ପଡିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା ଓ ଓଡ଼ିଶାର ପ୍ରଧାନମନ୍ତ୍ରୀ ହରେକୃଷ୍ଣ ମହତାବ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ମହତାବଙ୍କ ନେତୃତ୍ୱରେ ଓଡ଼ିଶାର ବହୁ ତରୁଣ ନେତା ଓଡ଼ିଶାକୁ ଶିଳ୍ପ ସମୃଦ୍ଧ ରାଜ୍ୟରେ ପରିଣତ କରିବା ନିମିତ୍ତ କଟକ ଠାରେ ଜାତୀୟ ପତାକା ତଳେ ଶପଥ ନେଇଥିଲେ । ମହତାବଙ୍କ ଉଦ୍ୟମରେ କଟକ ଠାରେ ଅଲଇଣ୍ଡିଆ ରେଡିଓ, ଉଚ୍ଚ ନ୍ୟାୟାଳୟ ଓ ବାରବାଟୀ ଷ୍ଟାଡିୟମ ପ୍ରତିଷ୍ଠା ହୋଇଥିଲା । ତତ୍ପୂର୍ବରୁ କଟକଠାରେ ଉକ୍ରଳ ବିଶ୍ୱ ବିଦ୍ୟାଳୟ, ମେଡିକାଲ କଲେଜ ଓ ଧାନ ଗବେଷଣା କେନ୍ଦ୍ର ପ୍ରଭୃତି ପ୍ରତିଷ୍ଠିତ ହୋଇସାରିଥିଲା ।
ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ବେଳକୁ ଓଡ଼ିଶାର ଗଡଜାତ ଗୁଡିକ ଓଡ଼ିଶାରେ ମିଶିନଥିଲା । ଗଡ଼ଜାତର ପ୍ରଜାମାନେ ଆନେ୍ଦାଳନ ଆରମ୍ଭ କଲେ । ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳର ବାସିନ୍ଦା ଠାରୁ ଗଡଜାତ ଅଞ୍ଚଳର ବାସିନ୍ଦା ବହୁ ସଂଖ୍ୟାଧିକ ଥିଲେ । ସେମାନେ ଦୀର୍ଘଦିନ ଧରି ରାଜାମାନଙ୍କର ଶୋଷଣର ଶିକାର ହେଉଥିଲେ । ଗଡ଼ଜାତ ପ୍ରଜାମାନେ ଆଶା ରଖିଥିଲେ ଯେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପରେ ସେମାନଙ୍କ ଭାଗ୍ୟର ପରିବର୍ତ୍ତନ ଘଟିବ । ୧୯୩୧ରେ କେତେକ ନେତା କଟକରେ ଗଡ଼ଜାତ ପ୍ରଜାଙ୍କୁ ଏକତ୍ରିତ କରିବାର ଉଦ୍ୟମ କରିଥିଲେ । ଏଥିରେ ରାଧାନାଥ ରଥ, ବାଲୁଙ୍କେଶ୍ୱର ଆଚାର୍ଯ୍ୟ, ମଧୁସୂଦନ ପଟ୍ଟନାୟକ ଓ ଗୋବିନ୍ଦ ଚନ୍ଦ୍ର ମିଶ୍ର ପ୍ରଭୃତି ନେତୃତ୍ୱ ଗ୍ରହଣ କରିଥିଲେ । ଜୁନ ମାସରେ ଭୁବନାନନ୍ଦ ଦାସଙ୍କ ଅଧ୍ୟକ୍ଷତାରେ କଟକ ଠାରେ ଗଡ଼ଜାତ ସମ୍ମିଳନୀ ବସିଥିଲା । ୧୯୩୪ରେ ଲକ୍ଷ୍ନୋ÷ରେ ଅନୁଷ୍ଠିତ କଂଗ୍ରେସ ଅଧିବେଶନରେ ଗଡ଼ଜାତ ପ୍ରଜାଙ୍କ ଶୋଷଣ ସଂପର୍କରେ ଆଲୋଚନା ହେଲା । ଗଡ଼ଜାତ ରାଜ୍ୟମାନଙ୍କର ମୁକ୍ତି ନିମିତ୍ତ ଗୋଟିଏ କମିଟି ଗଠନ କରାଗଲା । ଗଡ଼ଜାତ ଆନେ୍ଦାଳନର ଉଦ୍ଗାତା ଥିଲେ ସାରଙ୍ଗଧର ଦାସ । କଟକରେ ଗଡ଼ଜାତବାସୀଙ୍କର ଏକ ସମ୍ମିଳନୀ କରିବାକୁ ସାରଙ୍ଗଧର ଦାସ ବିଶିଷ୍ଟ କଂଗ୍ରେସ ନେତା ବି. ପଟ୍ଟାଭି ସୀତାରାମାୟାଙ୍କୁ ନିମନ୍ତ୍ରଣ କରିଥିଲେ । ୧୯୩୭ ଜୁନ ୨୩ ତାରିଖରେ କଟକ ଠାରେ ସୀତାରାମାୟାଙ୍କ ଅଧ୍ୟକ୍ଷତାରେ ଗଡ଼ଜାତ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀରେ ଆଠଗୋଟି ଗଡ଼ଜାତରୁ ପ୍ରାୟ ଶହେ ଜଣ ପ୍ରତିନିଧି ଯୋଗ ଦେଇଥିଲେ । ଗଡ଼ଜାତବାସୀଙ୍କର ସଙ୍ଗଠନର ଏକ ସମ୍ବିଧାନ ଏହି ସମ୍ମିଳନୀରେ ପ୍ରସ୍ତୁତ ହୋଇଥିଲା । ଏହି କମିଟିରେ ଗୋଟିଏ କାର୍ଯ୍ୟକାରୀ କମିଟି ଗଢା ହେଲା । ଏହି କମିଟିର ବି. ପଟ୍ଟାଭି ସୀତାରାମାୟା ସଭାପତି, ସାରଙ୍ଗଧର ଦାସ ସଂପାଦକ ଓ ବିଶ୍ୱମ୍ଭର ରଥ କୋଷାଧ୍ୟକ୍ଷ ରହିଲେ । ଏମାନଙ୍କ ବ୍ୟତୀତ ଅନ୍ୟ ଆଠଜଣ କାର୍ଯ୍ୟକାରୀ ସଦସ୍ୟ ରହିଲେ । ସେମାନେ ହେଲେ ଲାଲମୋହନ ପତି, ବାଲୁଙ୍କେଶ୍ୱର ଆଚାର୍ଯ୍ୟ, ରାଧାନାଥ ରଥ, ହରମୋହନ ପଟ୍ଟନାୟକ, ମଧୁସୂଦନ ମହାନ୍ତି, ଗୋବିନ୍ଦ ଚନ୍ଦ୍ର ମିଶ୍ର, ମଧୁସୂଦନ ପଟ୍ଟନାୟକ ଓ ଗଙ୍ଗାଧର ମିଶ୍ର । ଏହି କାର୍ଯ୍ୟକାରୀ କମିଟିର ସ୍ଥାୟୀ କାର୍ଯ୍ୟାଳୟ କଟକରେ ରହିଲା ଓ ସତ୍ୟବାଦୀ ମିଶ୍ର ଅଫିସ ଦାୟିତ୍ୱରେ ରହିଲେ । ପ୍ରତ୍ୟେକ ଗଡ଼ଜାତରେ ଶାଖା କାର୍ଯ୍ୟାଳୟ ଖୋଲିବା ନିମିତ୍ତ ନିଷ୍ପତ୍ତି ନିଆଗଲା । ସମ୍ମିଳନୀର ଆହ୍ୱାନ କ୍ରମେ ଓଡ଼ିଶାର ପ୍ରତ୍ୟେକ ଗଡ଼ଜାତରେ ପ୍ରଜା ଆନେ୍ଦାଳନ ଆରମ୍ଭ ହୋଇଗଲା । ନୀଳଗିରି, ଢେଙ୍କାନାଳ, ରଣପୁର ଓ ତାଳଚେରରେ ଏହା ଉଗ୍ର ରୂପ ଧାରଣ କଲା । ପ୍ରଜାମାନେ ଅହିଂସା ଉପାୟରେ ମୋ÷ଳିକ ଅଧିକାର ଓ ଆଇନର ଶାସନ ନପାଇବାରୁ ବିପ୍ଳବ ମାର୍ଗକୁ ଆପଣେଇ ନେଲେ । ରାଜାମାନେ ମଧ୍ୟ ପ୍ରଜା ଆନେ୍ଦାଳନକାରୀଙ୍କୁ ଅକଥନୀୟ ଯନ୍ତ୍ରଣା ଓ ଦଣ୍ଡ ଦେଲେ । ୧୯୩୮ ଜୁନ ମାସରେ ପ୍ରଜା ଆନେ୍ଦାଳନ ସଂପର୍କରେ ତଥ୍ୟ ସଂଗ୍ରହ ପାଇଁ ଏକ ତଦନ୍ତ କମିଟି ଗଠିତ ହୋଇଥିଲା । ହରେକୃଷ୍ଣ ମହତାବ ଏହାର ଅଧ୍ୟକ୍ଷ ଓ ଲାଲମୋହନ ପଟ୍ଟନାୟକ ତଥା ବଳବନ୍ତ ରାୟ ମେହେଟ୍ଟା ଏହି ତଦନ୍ତ କମିଟିର ସଦସ୍ୟ ଥିଲେ । ୧୯୩୯ ଜୁଲାଇ ମାସରେ ତଦନ୍ତ କମିଟି ଚୂଡାନ୍ତ ରିପୋର୍ଟ ଦାଖଲ କଲେ । ଗଡ଼ଜାତ ଆନେ୍ଦାଳନର ମୁଖ୍ୟକେନ୍ଦ୍ର ଥିଲା କଟକ ।
୧୯୪୨ରେ ଭାରତ ଛାଡ ଆନେ୍ଦାଳନ ଆରମ୍ଭ ହୋଇଗଲା । କଟକରେ ସ୍ୱରାଜ ଆଶ୍ରମ ରହିଥିଲା । କଟକରେ ଅଗଷ୍ଟ ବିପ୍ଳବ ଜୋର୍ସୋର୍ରେ ହୋଇଥିଲା । ବିଶେଷତଃ ଛାତ୍ରମାନେ ବହୁ ସଂଖ୍ୟାରେ କଟକରେ ଏହି ବିପ୍ଳବରେ ଯୋଗ ଦେଇଥିଲେ । ପ୍ୟାରୀମୋହନ ଏକାଡେମୀ, ଭିକ୍ଟୋରିଆ ସ୍କୁଲ, ସେମିନାରୀ ସ୍କୁଲ, ଇଞ୍ଜିନିୟରିଂ ସ୍କୁଲ, ମେଡିକାଲ ସ୍କୁଲ ପ୍ରଭୃତିରୁ ବହୁ ଛାତ୍ର ଆନେ୍ଦାଳନରେ ଭାଗ ନେଇଥିଲେ । କଟକରେ ସମ୍ବାଦ ପତ୍ର ବେଶୀ ପ୍ରସାର ହେଉଥିବାରୁ ଆନେ୍ଦାଳନକାରୀମାନେ ଟିକିନିଖି ଖବର ରଖିପାରୁଥିଲେ । ପୋଲିସ ଯେତେ ଚେଷ୍ଟା କଲେ ମଧ୍ୟ ବିକ୍ଷୋଭ, ଶୋଭାଯାତ୍ରା, ହରତାଳ ଓ ହିଂସାତ୍ମକ କ୍ରିୟାକଳାପକୁ ବନ୍ଦ କରିପାରିନଥିଲେ । କଟକରୁ ମନମୋହନ ଚୋ÷ଧୁରୀ, ଦିବାକର ମିଶ୍ର, କୃଷ୍ଣମୋହନ ରାଉତରାୟ, ସଚ୍ଚି ଜେନା, ରାମକୃଷ୍ଣ ବୋଷ, ବୈଷ୍ଣବ ଚରଣ ମହାନ୍ତି, ବିନୋଦ କାନୁନ୍ଗୋ ଓ ତାଙ୍କ ସହଧର୍ମିଣୀଙ୍କୁ ଗିରଫ କରାଯାଇଥିଲା । ଇଂରେଜମାନେ ଓଡ଼ିଶା ଅଧିକାର କରିବା ଦିନରୁ ଓଡ଼ିଶାବାସୀଙ୍କ ପ୍ରତି ହେୟ ମନୋଭାବ ପୋଷଣ କରି ଆସିଥିଲେ । ଏହାର ପ୍ରତିକ୍ରିୟା କଟକବାସୀ ଅଗଷ୍ଟ ବିପ୍ଳବରେ ଦେଖାଇ ଦେଇଥିଲେ ।
କଟକ ବକ୍ସିବଜାରରେ ପୁରୁଣା ସଚିବାଳୟ ଥିଲା ଏବଂ ବିଧାନସଭା ରେଭେନ୍ସା କଲେଜରେ ଅନୁଷ୍ଠିତ ହୋଇଥିଲେ । ସ୍ୱାଧୀନତା ପୂର୍ବରୁ ଓଡ଼ିଶାର ଗଭର୍ଣ୍ଣର ପଦରେ ପରିବର୍ତ୍ତନ ଘଟିଲା । ୧୯୪୭ ଅଗଷ୍ଟ ୧୪ରେ ଚନ୍ଦୁଲାଲ ତ୍ରିବେଦୀ ଗଭର୍ଣ୍ଣର ପଦରୁ ବିଦାୟ ନେଲେ ଓ ଅଗଷ୍ଟ ୧୫ରେ କୈଳାସ ନାଥ କାଟଜୁ ନୂତନ ଗଭର୍ଣ୍ଣର ପଦରେ ଅବସ୍ଥାପିତ ହେଲେ । ସଚିବାଳୟ, ବିଧାନସଭା, ରେଭେନ୍ସା କଲେଜ, ରାଜ୍ୟପାଳଙ୍କ ବାସଭବନ, ହାଇକୋର୍ଟ ଓ ସକଳ ସରକାରୀ, ବିଧାନସଭା, ରେଭେନ୍ସା କଲେଜ, ରାଜ୍ୟପାଳଙ୍କ ବାସଭବନ, ହାଇକୋର୍ଟ ଓ ସକଳ ସରକାରୀ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନ ମାନଙ୍କରେ ଜାତୀୟ ପତାକା ଉଡିଲା । କଟକ ସ୍ୱରାଜ୍ୟ ଆଶ୍ରମରେ ସତ୍ୟାଗ୍ରହୀମାନେ ମହାସମାରୋହରେ ସ୍ୱାଧୀନତା ଦିବସ ପାଳନ କଲେ । ସେଠାରେ ଅନେକ ଗାନ୍ଧିବାଦୀ ସ୍ୱାଧୀନତା ଦିବସ ଉପଲକ୍ଷେ ସୂତ୍ରଯଜ୍ଞ କରିଥିଲେ । ସ୍ୱାଧୀନତା ପର୍ଯ୍ୟନ୍ତ ଗଡ଼ଜାତ ଗୁଡିକ ଭାରତରେ ମିଶିନଥିଲା । ଓଡ଼ିଶାର ଗଡ଼ଜାତ ରାଜ୍ୟଗୁଡିକ ଓଡ଼ିଶା ସହିତ ମିଶାଇବା ପାଇଁ ହରେକୃଷ୍ଣ ମହତାବଙ୍କର ଲକ୍ଷ୍ୟ ଥିଲା । ଏସଂପର୍କରେ ସେ ରାଜ୍ୟମାନଙ୍କୁ ନିବେଦନ କରିଥିଲେ । କିନ୍ତୁ ତାଙ୍କ ଅନୁରୋଧକୁ ଓଡ଼ିଶାର ରାଜାମାନେ ଗ୍ରହଣ କରିନଥିଲେ । ରାଜାମାନେ ଋବଗ୍ଦଗ୍ଧରକ୍ସଦ୍ଭ ଝଗ୍ଧବଗ୍ଧର ଟଦ୍ଭସକ୍ଟଦ୍ଭ ଗଢିବାରେ ମସୁଧା କରିଥିଲେ । ଓଡ଼ିଶାର ଗଡ଼ଜାତ ରାଜାମାନଙ୍କର ଦୁରାଭିସନ୍ଧି ସଂପର୍କରେ ବିଷଦ ବିବରଣୀ ଉଲ୍ଲେଖ କରି ମହତାବ ଭାରତର ତକ୍ରାଳୀନ ସ୍ୱରାଷ୍ଟ୍ରମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ପତ୍ର ଲେଖିଲେ ଏବଂ ଆଞ୍ଚଳିକ ରାଜନୀତିକୁ ପ୍ରଶ୍ରୟ ନଦେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିମିତ୍ତ ଅନୁରୋଧ କଲେ । ଏପରି ସ୍ଥିତିରେ ସର୍ଦ୍ଦାର ପଟେଲ ଗଡ଼ଜାତ ରାଜାମାନଙ୍କୁ କଟକରେ ଏକତ୍ରିତ ହେବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ନିଦେ୍ର୍ଦଶ ଦେଲେ । ତଦନୁଯାୟୀ ୧୯୪୭ ଡିସେମ୍ବର ୧୩ରେ ସର୍ଦ୍ଦାର ପଟେଲ ଓ ସ୍ୱରାଷ୍ଟ୍ର ସଚିବ ଭି.ପି. ମେନନ କଟକ ଆସିଲେ । ସେ ପ୍ରଥମେ ଗଭର୍ଣ୍ଣର ଓ ମନ୍ତ୍ରିମଣ୍ଡଳ ସହ ଆଲୋଚନା କଲେ ଏବଂ ନିଷ୍ପତ୍ତି ନେଲେ ଯେ ସବୁ ଗଡ଼ଜାତ ଗୁଡିକୁ ଓଡ଼ିଶାରେ ମିଶାଇ ଦିଆଯିବ । ଡିସେମ୍ବର ୧୪ରେ ସର୍ଦ୍ଦାର ପଟେଲ ଓଡ଼ିଶାର ରାଜାମାନଙ୍କ ସହିତ ଦୁଇଟି ପର୍ଯ୍ୟାୟରେ ଆଲୋଚନା କଲେ । ଆଲୋଚନା ବେଳେ ଓଡ଼ିଶାର ପ୍ରଧାନମନ୍ତ୍ରୀ ମହତାବ ଓ ମୁଖ୍ୟଶାସନ ସଚିବ ଉପସ୍ଥିତ ଥିଲେ । ପ୍ରଥମେ ରାଜାମାନେ ଜିଦ୍ରେ ଅଟଳ ରହିଥିଲେ ହେଁ ଶେଷରେ ମିଶ୍ରଣ ଚୁକ୍ତିରେ ସ୍ୱାକ୍ଷର କରିଥିଲେ । ପ୍ରଥମେ ଢେଙ୍କାନାଳ ରାଜା ମିଶ୍ରଣ ଚୁକ୍ତି ଦଲିଲରେ ସ୍ୱାକ୍ଷର କଲେ ଓ ପରେ ଅନ୍ୟ ରାଜାମାନେ ସ୍ୱାକ୍ଷର କଲେ । ୧୯୪୭ ଡିସେମ୍ବର ୧୫ରେ ଗଡ଼ଜାତ ରାଜ୍ୟ ଗୁଡିକର ଓଡ଼ିଶା ସହିତ ମିଶ୍ରଣ ଘଟିଲା । ଅବଶ୍ୟ ବର୍ଷେ ପରେ ମୟୂରଭଞ୍ଜ ଓଡ଼ିଶା ସହିତ ମିଶିଲା ।
ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଠାରୁ ସ୍ୱାଧୀନତା ପର୍ଯ୍ୟନ୍ତ କଟକରେ ବହୁ ଗୁରୁତ୍ୱପୂର୍ଣ୍ଣ ଘଟଣାମାନ ଘଟିଥିଲା । ଓଡ଼ିଆ ଜାତିକୁ ଏକତ୍ରିତ କରି ଆଧୁନିକ ଓଡ଼ିଶା ଗଠନର ପରିକଳ୍ପନା କଟକଠାରେ ୧୯୦୩ରେ ଅନୁଷ୍ଠିତ ଉକ୍ରଳ ସମ୍ମିଳନୀରୁ ଆରମ୍ଭ ହୋଇଥିଲା । ଓଡ଼ିଶାବାସୀଙ୍କ ସୁଦୀର୍ଘ ସଂଗ୍ରାମ ଫଳରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ହୋଇଥିଲା । ସ୍ୱାଧୀନତା ପରେ ଓଡ଼ିଶା ପ୍ରଦେଶ ସହିତ ଚବିଶ ଗୋଟି ଗଡ଼ଜାତ ରାଜ୍ୟ ମିଶି ବିଶାଳ ଓଡ଼ିଶା ରୂପ ଗ୍ରହଣ କରିଥିଲା ।
ଆନନ୍ଦନଗର
କାଠଗଡ଼ା, ଢେଙ୍କାନାଳ, ମୋ-୮୮୯୫୨୩୦୭୨୨