ସାଇବର ଅପରାଧୀଙ୍କ ସମ୍ପତ୍ତି

ରାତି ପାହିଲେ ରାଜ୍ୟରେ କୌଣସି ନା କୌଣସି ସ୍ଥାନରେ ସାଇବର ଅପରାଧ ଘଟୁଥିବାର ଅଭିଯୋଗ ଆସୁଛି । ଅପରାଧୀମାନେ କୋଟି କୋଟି ଟଙ୍କା ଠକି ନେଉଛନ୍ତି । ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ଏହି ଅପରାଧୀମାନେ ଏହି ଟଙ୍କାରେ କରୁଛନ୍ତି କଣ? ବର୍ତ୍ତମାନ ପର୍ଯ୍ୟନ୍ତ ସାଇବର୍ ଅପରାଧୀଙ୍କ ସମ୍ପର୍କରେ ଯେତିକି ତଥ୍ୟ ମିଳିଛି ସେତିକିରୁ ଜଣାପଡୁଛି ଯେ ସାଇବର ଅପରାଧୀମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ହେଉଛନ୍ତି କୋଟିପତି ଏବଂ ଏହି ଠକେଇ ଟଙ୍କାକୁ କି୍ରପ୍ଟୋ କରେନ୍ସି ଓ ବିଟ୍କଏନ୍ ମାଧ୍ୟମରେ ବିଦେଶରେ ନିବେଶ କରୁଛନ୍ତି । ମାଲେସିଆ, ଦୁବାଇ, ସାଇଦି ଆରବ, ହଂକଂ, ଚୀନ୍ ଆଦି ଦେଶରେ ରହି ସାଇବର ଅପରାଧକୁ ଅପରେଟ୍ କରୁଥିବା ମୁଖିଆମାନେ ଟଙ୍କାକୁ ୟୁଏସ୍ ଡ଼ଲାରରେ ପରିବର୍ତ୍ତନ କରି ସାଇବର ଅପରାଧୀଙ୍କ ଆକାଉଣ୍ଟ୍କୁ ପଠେଇ ଦେଉଛନ୍ତି । ଏହି ଟଙ୍କା ଆକାଉଣ୍ଟକୁ ଆସିଯିବା ପରେ ସେମାନେ ଉଠାଇ ନେଇ ବିପୁଳ ସମ୍ପତ୍ତି ସୃଷ୍ଟି କରୁଛନ୍ତି । ଆଲିସାନ୍ ବଙ୍ଗଳା, ଭୂ-ସମ୍ପତ୍ତି, ଦାମୀ ଗହଣା, ଗାଡ଼ି ଭଳି ସମ୍ପତ୍ତି କିଣିବାରେ ସେମାନେ ଆଗ୍ରହ ପ୍ରକାଶ କରୁଛନ୍ତି ।
କିଛି ମାସ ତଳେ ଗୋଟିଏ ଗ୍ରାମାଞ୍ଚଳରେ ଜଣେ ଯୁବକ ଏକ ବିଶାଳ ଘର ନିର୍ମାଣ କରିବା ଘଟଣାରୁ ତାଙ୍କ ରୋଜଗାରର ଉତ୍ସ ଆଦି ସମ୍ପର୍କରେ ସନେ୍ଦହ ପ୍ରକାଶ ପାଇଲା । ଏହି ଘଟଣାରୁ ଜଣାପଡ଼ିଲା ଯେ ସାଇବର୍ ଅପରାଧ ମାଧ୍ୟମରେ ଏହି ବିପୁଳ ସମ୍ପତ୍ତି ସେ ସୃଷ୍ଟି କରିଛନ୍ତି । ବର୍ତ୍ତମାନ ସାଇବର୍ ଅପରାଧୀଙ୍କ ବିଷୟରେ କେବଳ ବ୍ୟାଙ୍କ୍ କାରବାରର ତଦନ୍ତ ହେଉଛି ଏବଂ ଏହି ତଦନ୍ତକୁ ସେତିକିରେ ସୀମିତ ରଖାଯାଉଛି । ସାଇବର ଅପରାଧୀମାନେ କୋର୍ଟ୍ରୁ ଜାମିନ୍ ପାଇ ମୁକୁଳି ଯିବା ପରେ ପୁଣି ଠକେଇ କାରବାରରେ ମଧ୍ୟ ଲାଗି ପଡୁଛନ୍ତି । ଏ ସବୁକୁ ଦୃଷ୍ଟିରେ ରଖି ବର୍ତ୍ତମାନ ହଠାତ୍ ବିପୁଳ ସମ୍ପତ୍ତି ସୃଷ୍ଟି କରୁଥିବା ଲୋକମାନଙ୍କ ଉପରେ ବିଭିନ୍ନ ତଦନ୍ତକାରୀ ସଂସ୍ଥା ଦୃଷ୍ଟି ରଖିଲେଣି । ସାଇବର୍ ଠକମାନଙ୍କର ସମ୍ପତ୍ତିର ବିସ୍ତୃତ ବିବରଣୀ ସମ୍ପର୍କରେ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି । ଏଭଳି କାରବାରରେ ଲିପ୍ତ ଥିବା ବ୍ୟକ୍ତିମାନଙ୍କ ସ୍ଥାନୀୟ ଥାନାକୁ ସେମାନଙ୍କର ଆଚାର, ବ୍ୟବହାର ଏବଂ ସମ୍ପତ୍ତି ସମ୍ପର୍କରେ ଦୃଷ୍ଟି ରଖିବାକୁ କୁହାଯାଇଛି । ଅର୍ଥନୀତିକ ଅପରାଧ ଶାଖା ଓ ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ ମିଳିତ ଭାବରେ ସାଇବର ଠକଙ୍କର ସମ୍ପତ୍ତି ଯାଞ୍ଚ୍ କରିବେ ବୋଲି ଜଣା ପଡ଼ିଲାଣି । ଭୁବନେଶ୍ୱର କମିଶନ୍ରେଟ୍ ପୁଲିସ୍ ନିକଟରୁ ଏହି ଦୁଇ ସଂସ୍ଥା ସାଇବର ଅପରାଧୀମାନଙ୍କର ସମସ୍ତ ବିବରଣୀ ନେଇଥିବା ଜଣାପଡ଼ିଛି ।
ନିକଟରେ ରାଜଧାନୀରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଠାରୁ ୧ କୋଟି ୪୦ ଲକ୍ଷ ଟଙ୍କା ଠକେଇ ମାମଲାରେ ଗିରଫ ହୋଇଥିବା ବ୍ୟକ୍ତିମାନଙ୍କ ସମ୍ପର୍କରେ ତଦନ୍ତ ଆରମ୍ଭ ହୋଇଛି । ବଡ଼ ବଡ଼ ଠକେଇ ଗୁଡ଼ିକରେ ଧରା ପଡିଥିବା ସାଇବର ଅପରାଧୀ ଗ୍ୟାଙ୍ଗ୍ଙ୍କ ସମ୍ପତ୍ତି ଖୋଳତାଡ଼ ଓ ତଦନ୍ତ ଚାଲୁ ରହିଛି । ଏ ସମ୍ପର୍କରେ ଦେଶର ବିଭିନ୍ନ ସ୍ଥାନରେ ଧରା ପଡ଼ିଥିବା ସାଇବର୍ ଅପରାଧୀମାନଙ୍କର ଅନ୍ୟାନ୍ୟ ବ୍ୟବସାୟିକ ସମ୍ପର୍କକୁ ମଧ୍ୟ ତଦନ୍ତ କରାଯାଉଛି । ସେମାନଙ୍କର ସମସ୍ତ ଆର୍ଥôକ କାରବାର ଏବଂ ସମ୍ପର୍କୀୟମାନଙ୍କର ବ୍ୟାଙ୍କ୍ ଆକାଉଣ୍ଟ୍, ଆର୍ଥôକ କାରବାର ଆଦି ସମ୍ପର୍କରେ ବିସ୍ତୃତ ଭାବରେ ଯାଞ୍ଚ୍ କରାଯାଉଛି ।
ଦେଶର ଅର୍ଥନୀତିକୁ କ୍ଷତି ପହଞ୍ଚାଇବା ଭଳି ଏସବୁ କାରବାରରେ ସାଧାରଣ ଲୋକମାନେ ଯେତିିକି କ୍ଷତିଗ୍ରସ୍ତ ହେଉଛନ୍ତି, ଦେଶର ବିଭିନ୍ନ କ୍ଷେତ୍ର ମଧ୍ୟ ଏହିଭଳି ପ୍ରଭାବିତ ହେଉଛି । ବେଆଇନ୍ ଭାବରେ ଆର୍ଥôକ କାରବାର ଯୋଗୁଁ ଅନ୍ୟାନ୍ୟ ଅପରାଧ ମଧ୍ୟ ବୃଦ୍ଧି ପାଉଛି । ବିଭିନ୍ନ ଅପରାଧୀମାନଙ୍କୁ ଅର୍ଥ ଦେବା କ୍ଷେତ୍ରରେ ସାଇବର୍ ଅପରାଧୀମାନଙ୍କର ସମ୍ପର୍କ ଅଛି କି ନାହିଁ, ତାହା ମଧ୍ୟ ଖୋଳତାଡ ହେବା ଆବଶ୍ୟକ । ଆହୁରି ମଧ୍ୟ ଦେଶ ଭିତରେ ଦେଶ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ରହୁଥିବା ବିଭିନ୍ନ ସଙ୍ଗଠନ ଗୁଡ଼ିକୁ ଏମାନଙ୍କ ଠାରୁ ଅର୍ଥ ଯାଉଛି କି ନାହିଁ ତାହାର ମଧ୍ୟ ତଦନ୍ତ ଆବଶ୍ୟକ ।