୩୦ରୁ ରାଜ୍ୟସ୍ତରୀୟ ଗୋଟିପୁଅ ନୃତ୍ୟ ମହୋତ୍ସବ

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଓ ଲୋକକଳା ସଂଘର ମିଳିତ ସହଯୋଗରେ ଆସନ୍ତା  ଅଗଷ୍ଟ ୩୦ ତାରିଖ ଠାରୁ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ଗୋଟିପୁଅ ନୃତ୍ୟ ମହୋସôବ । ଏହି ନୃତ୍ୟ ମହୋସôବ ଅଗଷ୍ଟ ୩୦ ତାରିଖ ଠାରୁ ଆରମ୍ଭ ହୋଇ ସେପ୍ଟେମ୍ବର ୧ ତାରିଖ ପର୍ଯ୍ୟନ୍ତ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପରିସରରେ ରହିଥିବା ଉକôଳ ରଙ୍ଗମଞ୍ଚ ଠାରେ ଅନୁଷ୍ଠିତ ହେବ ।  ଏହି ରାଜ୍ୟ ସ୍ତରୀୟ ଗୋଟିପୁଅ ନୃତ୍ୟ ମହୋସôବରେ ୨୦ଟି ନୃତ୍ୟ ଦଳ ଅଂଶଗ୍ରହଣ କରିବେ । ନୃତ୍ୟଶିଳ୍ପୀମାନଙ୍କ ଦ୍ୱାରା ଗୋଟିପୁଅ ନୃତ୍ୟ ପରିବେଷିତ ହେବା ସହିତ "ଗୋଟିପୁଅର ଗାୟନ ବାଦନ ଓ ପରିବେଷଣ’, "ଗୋଟିପୁଅର ବିକାଶ’, "ଗୋଟିପୁଅର ମୌଳିକତା ଓ ବେଶପୋଷାକ’ ଶୀର୍ଷକ ଆଲୋଚନା ଚକ୍ର ମଧ୍ୟ ଅନୁଷ୍ଠିତ ହେବ । ଏଥିସହ ପ୍ରାଚୀନ ମଠ ଓ ମନ୍ଦିର ଗୁଡ଼ିକରେ ପୂର୍ବରୁ ପରିବେଷିତ ହୋଇଥିବା ତଥା ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ସଂଗୃହିତ ହୋଇଥିବା ବିରଳ ଗୋଟିପୁଅ ନୃତ୍ୟ ପରମ୍ପରାର ଭିଡ଼ିଓ ରେକର୍ଡିଂକୁ ଉକôଳ ରଙ୍ଗମଞ୍ଚ ପ୍ରେକ୍ଷାଳୟରେ ପ୍ରଦର୍ଶନ କରାଯିବ । ଏହି ରାଜ୍ୟ ସ୍ତରୀୟ ଗୋଟିପୁଅ ନୃତ୍ୟ ମହୋସôବରେ ଅନେକ ଗୋଟିପୁଅ ନୃତ୍ୟଶିଳ୍ପୀ, ଗୁରୁ, ନୃତ୍ୟ ଗବେଷକ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବେ ।