ବାତ୍ୟାର ଆଶଙ୍କା! ଆଗାମୀ ୭ ଦିନ ପର୍ଯ୍ୟନ୍ତ ବର୍ଷା

ବାତ୍ୟାର ଆଶଙ୍କା! ଆଗାମୀ ୭ ଦିନ ପର୍ଯ୍ୟନ୍ତ ବର୍ଷା

ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନ ଅନୁଯାୟୀ ଓଡ଼ିଶାରେ ଆଗାମୀ ୭ ଦିନ ପର୍ଯ୍ୟନ୍ତ ଅଧିକାଂଶ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏହା ସହିତ ଝଟ୍‌କା ପବନ ମଧ୍ୟ ବହିବ। ଆଗାମୀ ୨୭ ତାରିଖ ବେଳକୁ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।ତେବେ ଏହା ବାତ୍ୟା ରୂପ ନେବାର କୌଣସି ଆଶଙ୍କା ନାହିଁ ବୋଲି ପାଣିପାଗ କେନ୍ଦ୍ର ସ୍ପଷ୍ଟ କରିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ବାତ୍ୟା ସମ୍ପର୍କିତ କୌଣସି ସୂଚନା ଜାରି କରାଯାଇ ନାହିଁ, ଏବଂ ବାତ୍ୟା ନେଇ ଚାଲିଥିବା ଗୁଜବକୁ ଅପପ୍ରଚାର ବୋଲି କୁହାଯାଇଛି। ଭାରତୀୟ ପାଣିପାଗ କେନ୍ଦ୍ର ଅନୁସାରେ, ଓଡ଼ିଶାକୁ ମୌସୁମୀ ପହଞ୍ଚିବା ପାଇଁ ଆହୁରି କିଛି ସମୟ ଲାଗିବ। ଉତ୍ତରପୂର୍ବାଞ୍ଚଳର ରାଜ୍ୟଗୁଡ଼ିକୁ ମୌସୁମୀ ପ୍ରବେଶ କରିବା ପରେ ଓଡ଼ିଶାକୁ ଏହା ଆସିବ। ଏହି ସମୟରେ ରାଜ୍ୟବାସୀଙ୍କୁ ବର୍ଷା ଓ ଝଟ୍‌କା ପବନ ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି।