ମୋନ୍ଥା ପାଇଁ ଭୁବନେଶ୍ୱର ବିଏମସି ପକ୍ଷରୁ ପୂର୍ବ ପ୍ରସ୍ତୁତି

ମୋନ୍ଥା ପାଇଁ ଭୁବନେଶ୍ୱର ବିଏମସି ପକ୍ଷରୁ ପୂର୍ବ ପ୍ରସ୍ତୁତି

ଭୁବନେଶ୍ୱର : ବାତ୍ୟା ମୋନ୍ଥା ପାଇଁ ଭୁବନେଶ୍ୱର ବିଏମସି ପକ୍ଷରୁ ଚାଲିଛି ପୂର୍ବ ପ୍ରସ୍ତୁତି । ବାତ୍ୟାର ମୁକାବିଲା କରିବା ପାଇଁ ଜାରି ହେଲା ଜରୁରୀକାଳିନ ଟେଲିଫୋନ ନମ୍ବର । ଆପଦକାଳୀନ ସମୟରେ ୧୯୨୯ରେ କଲ୍‌ କରିବା ପାଇଁ ସୂଚନା ଜାରି କରାଯାଇଛି ।ଭୁବନେଶ୍ଵରରେ ୫୦ ଆଶ୍ରୟସ୍ଥଳ ସହ ସବୁ ସରକାରୀ ସ୍କୁଲ ପ୍ରସ୍ତୁତ ଅଛି । ଏହି ସମୟରେ ସ୍ଥାନୀୟ କର୍ପୋରେଟର ମାନଙ୍କର ସାହାଯ୍ୟ ନେଇ ପରିବେ । ଗଛ କାଟିବା ସହ ଜଳାର୍ଣ୍ଣବ ସ୍ଥିତିର ମୁକାବିଲା ପାଇଁ କର୍ମଚାରୀମାନେ ପୁରା ସଜାଗ ରହିଛନ୍ତି । ଏନେଇ ଭୁବନେଶ୍ୱର ମେୟର ସୁଲଚନା ଦାସ ସୂଚନା ଦେଇଛନ୍ତି । ଅନ୍ୟପଟେ ଭୁବନେଶ୍ୱରେ ବତ୍ୟା ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହେଉଥିବାର ଦେଖିବାକୁ ମିଳିଛି ।