ଭାଲୁ ଆକ୍ରମଣରେ ଯୁବକ ଗୁରୁତର

 ନିଳଗିରି : ନିଳଗିରି ରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଯୁବକ ଜଣକୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିସôାଳୟକୁ ସ୍ଥାନାନ୍ତରିତ କରାଯାଇଛି । ସୂଚନା ଅନୁସାରେ ନିଳଗିରି ବ୍ଲକ ଅନ୍ତର୍ଗତ ମାଟିଆଳି ପଞ୍ଚାୟତର ନଟାପଡ଼ା ଗ୍ରାମର ଗୌତମ ସିଂ ର ପୁଅ ବସନ୍ତ ସିଂ (୨୬) ନିକଟସ୍ଥ ଜଙ୍ଗଲକୁ ଛେଳି ଚୋରାଇବ ପାଇଁ ଯାଇଥିବା ବେଳେ ଲୁଚି ରହିଥିବା ଏକ ଭାଲୁ ଅତର୍କିତ ଭାବେ ଆକ୍ରମଣ ଫଳରେ ବସନ୍ତର ସମଗ୍ର ଶରୀର କ୍ଷତ ବିକ୍ଷତ ହୋଇଥିବା ବେଳେ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଚିକôାର ଶୁଣି ସ୍ଥାନୀୟ ଲୋକେ ଘଟଣା ସ୍ଥଳରୁ ବସନ୍ତକୁ ବାରହମ୍ ପୁର ମେଡିକାଲରେ ନେଇଥିବା ବେଳେ ଅବସ୍ଥା ଗୁରୁତର ଥିବାରୁ ପୁଣି ନିଳଗିରି ମେଡିକାଲ ପରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିସôାଳୟକୁ ସ୍ଥାନାନ୍ତରିତ କରାଯାଇଛି ।