ଗୋ-ସଂରକ୍ଷଣ ବିଲ୍ ପାରିତ ଦାବି

 ଯାଜପୁର: ରାଜ୍ୟରେ ଦୈନିକ ବେଆଇନ ଭାବେ ଗୋ-ଚାଲାଣ ବଢିବାରେ ଲାଗିଛି । ଆଶା ଥିଲା ସରକାର ପରିବର୍ତନ ପରେ ଗୋ-ମାତା ନ୍ୟାୟ ପାଇବେ । କିନ୍ତୁ ତାହା ତ ହେଲା ନାହିଁ, ବରଂ ଦୈନିକ ପୂର୍ବ ଭଳି ଗୋ-ଚାଲାଣ ବଢ଼ିବାରେ ଲାଗିଛି । ଦୈନିକ ଗୋ-ମାଂସ ଚମଡା ଏବଂ ହାଡ ଚୋରା ଚାଲାଣ ହେଉଛି । ଓଡ଼ିଶାରେ ଗୋ-ହତ୍ୟା ନିଷେଧ ଓ ଗୋ-ସରକ୍ଷଣ ବିଲ-୨୦୨୪କୁ ତୁରନ୍ତ ପାରିତ କରିବାକୁ ଯାଜପୁର ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟପାଳଙ୍କୁ ଗୋ-ମାତା ସେବା ସଂଗଠନ ଧର୍ମଶାଳା ତରଫରୁ ଦାବି ପତ୍ର ଦିଆଯାଇଥିଲା । ତିନି ଦଫା ଦାବି ନେଇ ଗୋ-ସେବକ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଁଚି ଅଧିକ ସମୟ ଧରି ଗୋ-ବଂଶଙ୍କ ଉପରେ ଆଲୋକପାତ କରିଥିଲେ । ଏହି ବିଲ୍ ମାଧ୍ୟମରେ ଗୋ-ବଂଶମାନଙ୍କୁ ସୁରକ୍ଷା ଏବଂ ସଂରକ୍ଷଣ ଦୃଢ ଓ ସଶକ୍ତ ହେବା ସହିତ ଏଥିରେ ଓଡ଼ିଶା ଗୋ-ସେବା ଆୟୋଗର ଗଠନ ପାଇଁ ପ୍ରସ୍ତାବ ରହିଛି । ଯାହା ସ୍ୱଦେଶୀ ଗୋ-ବଂଶଙ୍କ ସଂରକ୍ଷଣ, ଗୋ-ଆଧାରିତ ଅର୍ଥନୀତି ଓ ଜୈବିକ କୃଷିକୁ ପ୍ରୋତ୍ସାହିତ କରି ଓଡ଼ିଶାକୁ ଏକ ଉଦାହରଣ ରୂପେ ପ୍ରତିଷ୍ଠିତ କରିବ । ୩ ଦଫା ଦାବି ଗୁଡିକ ମଧ୍ୟରୁ ପ୍ରଥମତଃ ରାଜ୍ୟରେ ଗୋ-ହତ୍ୟାକୁ ନିଷେଧ କରିବା ପାଇଁ“ଓଡିଶା ଗୋ-ହତ୍ୟା ନିଷେଧ ଓ ଗୋ-ସଂରକ୍ଷଣ ବିଲ୍ ୨୦୨୪କୁ ତୁରନ୍ତ ପାରିତ କରନ୍ତୁ ଓ ଶ୍ରୀ ଜଗନ୍ନାଥଙ୍କ ଓଡ଼ିଶା ମାଟିକୁ ଗୋ-ହତ୍ୟା କଳଙ୍କରୁ ମୁକ୍ତ କରନ୍ତୁ । ଦ୍ୱିତୀୟତ ମହାରାଷ୍ଟ୍ର ଭଳି ଓଡ଼ିଶାରେ ଗୋ-ମାତାଙ୍କୁ ରାଜ୍ୟ ମାତାର ମାନ୍ୟତା ଦିଆଯାଉ । ତୃତୀୟରେ ଗୋଚର ଜମିଗୁଡିକୁ ଜବରଦଖଲ ମୁକ୍ତକରି ନିରାଶ୍ରିତ, ଅସହାୟ ଓ ବୁଲା ଗୋ-ବଂଶମାନଙ୍କ ପାଇଁ ଗୋ-ଅଭୟାରଣ୍ୟ ଗଠନ କରାଯାଉ ବୋଲି ଦାବିରେ ଦର୍ଶାଯାଇଛି । ଏଥିସହିତ ଯାଜପୁର ଜିଲାରେ ଦୈନିକ ବେଆଇନ ଭାବେ ପରିବହନ ହେଉଥିବା ଗୋ-ଚାଲାଣ ଏବଂ ବିଶେଷକରି ଧର୍ମଶାଳା ଥାନା ଅଧିନ ନେଉଳପୁର ଅଞ୍ଚଳରେ ଦୈନିକ ଗୋରୁଙ୍କୁ ନିର୍ମମ ହତ୍ୟା କରି ତାହାର ହାଡ ଏବଂ ମାଂସକୁ ବାହାରକୁ ଚୋରା ଚାଲାଣ କରିବା ଘଟଣା ମଧ୍ୟ ଜଲ୍ଲ୍ାପାଳଙ୍କୁ ଅବଗତ କରିଥିଲେ । ଏନେଇ ଜିଲ୍ଲାପାଳ ଯାଜପୁର ଏସ୍ପିଙ୍କ ସହ ବିସ୍ତୃତ ଆଲୋଚନା କରିବାକୁ ପ୍ରତିଶୁତି ଦେଇଥିଲେ । ସେହିପରି ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣାରେ ମୃତୁ୍ୟ ବରଣ କରୁଥିବା ନିରୀହ ଗୋରୁ ଏବଂ ଷେଣ୍ଢଙ୍କ କିପରି ତକôାଳ ଚିକିତ୍ସା ହୋଇ ପାରିବ ଏନେଇ ଜାତୀୟ ରାଜପଥଙ୍କ ସହ ଆଲୋଚନା କରିବାକୁ ଗୋ-ସେବକ ଦାବି ରଖିଥିବା ବେଳେ, ଦୈନିକ ବେଆଇନ୍ ପରିବହନ ହେଉଥିବା ଗୋ-ଚାଲାଣ ଉପରେ ରୋକ ଲଗାଇବାକୁ  ଜିଲାପାଳ ଦୃଢ଼ ପ୍ରତିଶୃତି ଦେଇଥିବାର ସୂଚନା ମିଳିଛି । ଗୋ-ସେବା ସଂଗଠନର ବାମଦେବ ମିଶ୍ର, ସଞ୍ଜୟ ମିଶ୍ର, ପୀତବାସ ନାୟକ, ସବ୍ୟସାଚୀ ସାହୁ, ପ୍ରକାଶ ଗୋଛାୟତ, ବୈକୁଣ୍ଠ ନାଥଙ୍କ ସମେତ ଅନେକ କାର୍ଯ୍ୟକର୍ତା ସାମିଲ ଥିଲେ ।